ETV Bharat / sports

FIFA World Cup 2022: ସାଉଦି ଆରବର ଅପରିକଳ୍ପିତ ବିଜୟ, ୨-୧ରେ ହାରିଲା ଆର୍ଜେଣ୍ଟିନା

author img

By

Published : Nov 22, 2022, 6:41 PM IST

ଫିଫା ବିଶ୍ବକପ 2022ରେ ଆର୍ଜେଣ୍ଟିନାକୁ ୨-୧ ଗୋଲ୍‌ରେ ମାତ୍‌ ଦେଇ ଚକିତ କରି ସାଉଦି ଆରବ । ସମସ୍ତ ଆକଳନକୁ ଭୁଲ୍‌ ପ୍ରମାଣିତ କରି ମ୍ୟାଚ୍‌କୁ ହାତେଇ ନେଇଛି ସାଉଦି ଆରବ । ଅଧିକ ପଢ଼ନ୍ତୁ

FIFA WORLD CUP SAUDI ARABIA STUN ARGENTINA  by 2 1 goal
FIFA World Cup 2022: ସାଉଦି ଆରବର ଅପରିକଳ୍ପିତ ବିଜୟ, ୨-୧ରେ ହାରିଲା ଆର୍ଜେଣ୍ଟିନା

ଦୋହା: ଫିଫା ବିଶ୍ବକପ 2022ରେ ଆର୍ଜେଣ୍ଟିନାକୁ ୨-୧ ଗୋଲ୍‌ରେ ମାତ୍‌ ଦେଇ ଚକିତ କରି ସାଉଦି ଆରବ । ଜଣାଶୁଣା ଫୁଟବଲ୍‌ ଷ୍ଟାର୍‌ ଲିଓନେଲ୍‌ ମେସୀଙ୍କ ନେତୃତ୍ବାଧୀନ ଆର୍ଜେଣ୍ଟିନା ଅତି ସହଜରେ ସାଉଦି ଆରବକୁ ମାତ ଦେବ ବୋଲି ଆକଳନ କରାଯାଉଥିଲା । ତେବେ ସମସ୍ତ ଆକଳନକୁ ଭୁଲ୍‌ ପ୍ରମାଣିତ କରି ମ୍ୟାଚ୍‌କୁ ହାତେଇ ନେଇଛି ସାଉଦି ଆରବ ।

Saudi Arabia beat Argentina. @adidasfootball | #FIFAWorldCup

— FIFA World Cup (@FIFAWorldCup) November 22, 2022

ମ୍ୟାଚ୍‌ ଆରମ୍ଭରୁ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଆର୍ଜେଣ୍ଟିନାର ଡିଫେନ୍ସ ଭେଦ କରିବାକୁ ସକ୍ଷମ ହୋଇପାରୁନଥିଲେ ସାଉଦି ଆରବର ଷ୍ଟ୍ରାଇକର । ଏହାରି ମଧ୍ୟରେ ମ୍ୟାଚ୍‌ର ୧୬ତମ ମିନିଟ୍‌ରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସୀ ସାଉଦିକୁ ଏକ ଗୋଲ୍‌ ଦେଇ ଦଳକୁ ୧-୦ ଗୋଲ୍‌ର ଲିଡ୍‌ ଦେଇଥିଲେ । ଏହାପରେ ସାଉଦି ଫୁଟବଲରଙ୍କ ଖେଳିବା ଢଙ୍ଗ ବଦଳି ଯାଇଥିଲା ।

FIFA WORLD CUP SAUDI ARABIA STUN ARGENTINA  by 2 1 goal
FIFA World Cup 2022: ସାଉଦି ଆରବର ଅପରିକଳ୍ପିତ ବିଜୟ, ୨-୧ରେ ହାରିଲା ଆର୍ଜେଣ୍ଟିନା

ଗୋଲ୍‌ ବରାବରକୁ କରିବାକୁ ବାରମ୍ବାର ଆର୍ଜେଣ୍ଟିନାର ଡିଫେନ୍ସ ଭେଦ କରିଥିଲେ ସାଉଦି ଫୁଟବଲର । ଶେଷରେ ମ୍ୟାଚ୍‌ର ୨୭ତମ ମିନିଟରେ ସାଉଦି ପକ୍ଷରୁ ମାର୍ଟିନେଜ୍‌ ଏକ ଗୋଲ୍‌ ଦେଇ ମ୍ୟାଚ୍‌କୁ ୧-୧ ଗୋଲ୍‌ରେ ବରାବର କରଥିଲେ । ମ୍ୟାଚ୍‌ର ପ୍ରଥାମର୍ଦ୍ଧ ପରେ ୫୩ତମ ମିନିଟ୍‌ରେ ସାଉଦି ପକ୍ଷରୁ ଆଲ୍‌ଦାୱାସରାଇ ଆଉ ଏକ ଗୋଲ୍‌ ଦେଇ ମ୍ୟାଚ୍‌ରେ ୨-୧ ଗୋଲ୍‌ର ଲିଡ୍‌ ନେଇଥିଲେ ।

ଏହାପରେ ଆଉ ମ୍ୟାଚ୍‌କୁ ଫେରି ପାରିନଥିଲା ଆର୍ଜେଣ୍ଟିନା । ଗୋଟିଏ ଦୁଇଟ ସୁଯୋଗ ପାଇଥିଲେ ସୁଦ୍ଧା ଏହାକୁ ଗୋଲ୍‌ରେ ପରିଣତ କରି ପାରିନଥିଲେ ଆର୍ଜେଣ୍ଟିନା ଫୁଟବଲର । ଏହାରି ମଧ୍ୟ ଷ୍ଟାର ଲିଓନେଲ୍‌ ମେସୀ ଆହତ ହୋଇ ଫିଲ୍‌ଡ ବାହାରକୁ ଚାଲି ଯାଇଥିଲେ । ଶେଷରେ ମ୍ୟାଚ୍‌ରେ ବିଜୟୀ ହୋଇଥିଲା ଆର୍ଜେଣ୍ଟିନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.