ETV Bharat / sports

ଆଜିଠୁ ରାଜ୍ୟଗୋଷ୍ଠୀ କ୍ରୀଡା, ଭାରତରୁ ଭାଗ ନେବେ 215 ପ୍ରତିଯୋଗୀ

author img

By

Published : Jul 28, 2022, 10:25 AM IST

ଆଜିଠୁ (ଗୁରୁବାର) ଇଂଲଣ୍ଡର ବର୍ମିଂହାମରେ ଆରମ୍ଭ ହେବାକୁ ଯାଉଛି 22ତମ ରାଜ୍ୟଗୋଷ୍ଠୀ କ୍ରୀଡା । 72ଟି ରାଜ୍ୟଗୋଷ୍ଠୀ ଦେଶରୁ 5 ହଜାର 054 ଜଣ କ୍ରୀଡାବିତ ଏଥିବେ ଭାଗ ନେଉଛନ୍ତି । 20ଟି କ୍ରୀଡାରେ ମୋଟ 280ଟି ଇଭେଣ୍ଟରେ ପଦକ ପାଇଁ ପ୍ରତିଦ୍ବନ୍ଦିତା କରିବେ କ୍ରୀଡାବିତ । ଅଧିକ ପଢନ୍ତୁ

ଆଜିଠୁ ରାଜ୍ୟଗୋଷ୍ଠୀ କ୍ରୀଡା
ଆଜିଠୁ ରାଜ୍ୟଗୋଷ୍ଠୀ କ୍ରୀଡା

ବର୍ମିଂହାମ: ଆଜିଠୁ (ଗୁରୁବାର) ଇଂଲଣ୍ଡର ବର୍ମିଂହାମରେ ଆରମ୍ଭ ହେବାକୁ ଯାଉଛି 22ତମ ରାଜ୍ୟଗୋଷ୍ଠୀ କ୍ରୀଡା । 72ଟି ରାଜ୍ୟଗୋଷ୍ଠୀ ଦେଶରୁ 5 ହଜାର 054 ଜଣ କ୍ରୀଡାବିତ ଏଥିବେ ଭାଗ ନେଉଛନ୍ତି । 20ଟି କ୍ରୀଡାରେ ମୋଟ 280ଟି ଇଭେଣ୍ଟରେ ପଦକ ପାଇଁ ପ୍ରତିଦ୍ବନ୍ଦିତା କରିବେ କ୍ରୀଡାବିତ । ଅଗଷ୍ଟ 8 ଯାଏଁ ଚାଲିବ ଏହି କ୍ରୀଡା । ରାଣୀ ଏଲିଜାବେଥ 2 ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଭାରତ ପକ୍ଷରୁ ତ୍ରିରଙ୍ଗା ଧରିବେ ଷ୍ଟାର ସଟଲର ତଥା ଦୁଇଥର ଅଲମ୍ପିକ ପଦକ ବିଜେତା ପି.ଭି ସିନ୍ଧୁ । ବର୍ମିଂହାମର ଆଲେକଜାଣ୍ଡର ଷ୍ଟାଡିୟମରେ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏହା ବି ପଢନ୍ତୁ...CWG 2022: ଉଦଘାଟନୀ ସମାରୋହରେ ଭାରତର ଧ୍ୱଜା ବାହକ ହେବେ ଅଲମ୍ପିଆନ ପିଭି ସିନ୍ଧୁ

ଏହାକୁ ମିଶାଇ ଭାରତ ସମୁଦାୟ 18 ଥର ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଇଛି । ଏଥର ବର୍ମିଂହାମରେ 215ଜଣ ଜଣିଆ ଭାରତୀୟ ଦଳ ଭାଗ ନେଉଛନ୍ତି । ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ଆହତ ପାଇଁ ଏହି କ୍ରୀଡାରୁ ବାଦ ପଡିଛନ୍ତି ଫଳରେ ଭାରତ ଗୋଟିଏ ପଦକ ଲସ୍‌ କରିଛି । ନୀରଜ ବାଦ ପଡିଥିବାରୁ ତାଙ୍କ ସ୍ଥାନରେ ଉଦଘାଟନୀ ଉତ୍ସବରେ ଭାରତୀୟ ଦଳର ନେତୃତ୍ବ ନେଇ ତ୍ରିରଙ୍ଗା ଧରିବେ ପି.ଭି ସିନ୍ଧୁ । 2018 ସଂସ୍କରଣରେ ଭାରତ 26ଟି ସ୍ବର୍ଣ୍ଣ ପଦକ ସହ ମୋଟ 66ଟି ପଦକ ହାସଲ କରିଥିଲା । ଏଥର ମଧ୍ୟ ଉନ୍ନତ ପ୍ରଦର୍ଶନ କରି ପଦକ ହାସଲ ଲକ୍ଷ୍ୟ ରଖିଛନ୍ତି ସମସ୍ତ ଖେଳାଳି ।

ଏହା ବି ପଢନ୍ତୁ...IND VS WI 3rd ODI: ଭାରତର କ୍ଲିନ ସୁଇପ, 119 ରନରେ ବାଜି ମାରିଲା ଇଣ୍ଡିଆ

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ 5 ଓଡିଆ ଖେଳାଳି ସାମିଲ ହୋଇଛନ୍ତି । ଧାବିକା ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ, ଭାରତୀୟ ମହିଳା ହକି ଦଳର ଉପଅଧିନାୟିକା ଦୀପଗ୍ରେସ, ଭାରତୀୟ ପୁରୁଷ ହକି ଦଳରେ ଅମିତ ରୋହିଦାସ ଓ ଜାତୀୟ ଅନ୍ତର୍ଜାତୀୟ କ୍ରୀଡାରେ ଉନ୍ନତ ପ୍ରଦର୍ଶନ କରିଥିବା ଦିନେଶ ପ୍ରଥମ ଥର ପାଇଁ ସାଇକ୍ଲିଂ ଦଳରେ ସାମିଲ ହୋଇଛନ୍ତି । ସମସ୍ତ ଖେଳାଳି ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.