ETV Bharat / sports

କୋଭିଡ ଯୋଗୁଁ ଅଲମ୍ପିକ୍ସ ହକି ଫାଇନାଲ ମ୍ୟାଚ ବାତିଲ ହେଲେ ବିଜେତା କିଏ ହେବ ? ଜାଣନ୍ତୁ... - ଟୋକିଓ ଅଲମ୍ପିକ୍ସ ୨୦୨୦

କୋରୋନା ମହାମାରୀ ମଧ୍ୟରେ ଆୟୋଜିତ ହେବ ଟୋକିଓ ଅଲମ୍ପିକ୍ ଗେମ୍ସ । ୨୦୨୦ରେ ଏହା ଆୟୋଜିତ ହେବାକୁ ଥିଲା । କିନ୍ତୁ ମହାମାରୀ କୋରୋନା ଯୋଗୁଁ ତାହା ସମ୍ଭବ ହୋଇ ପାରିନଥିଲା । ଅଧିକ ପଢ଼ନ୍ତୁ...

କୋଭିଡ ଯୋଗୁଁ ଅଲମ୍ପିକ୍ସ ହକି ଫାଇନାଲ ମ୍ୟାଚ ବାତିଲ ହେଲେ ବିଜେତା କିଏ ହେବ ? ଜାଣନ୍ତୁ...

author img

By

Published : Jul 16, 2021, 7:34 PM IST

ଟୋକିଓ: କୋରୋନା ମହାମାରୀ ମଧ୍ୟରେ ଆୟୋଜିତ ହେବ ଟୋକିଓ ଅଲମ୍ପିକ୍ ଗେମ୍ସ । ୨୦୨୦ରେ ଏହା ଆୟୋଜିତ ହେବାକୁ ଥିଲା । କିନ୍ତୁ ମହାମାରୀ କୋରୋନା ଯୋଗୁଁ ତାହା ସମ୍ଭବ ହୋଇ ପାରିନଥିଲା । ତେବେ ମହାମାରୀ ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଏହି ଟୋକିଓ ଅଲମ୍ପିକ୍ସ ଆୟୋଜନ ହେବ । ତେବେ ଏହାକୁ ନେଇ ସଭିଙ୍କ ମନରେ ଅନେକ ପ୍ରଶ୍ନ । ଏହି ଯେମିତି ଗୋଟିଏ ପ୍ରଶ୍ନ ହକି ଫାଇନାଲ ମ୍ୟାଚ କୋରୋନା ଯୋଗୁଁ ବାତିଲ ହେଲେ ବିଜେତା କିଏ ହେବ ?

ଏହାକୁ ନେଇ ଆଜି (ଶୁକ୍ରବାର) ସ୍ପକ୍ଟୋକ୍ତି ଦେଇଛି ହକି ମହାସଂଘ । ଅଲମ୍ପିକ ଫାଇନାଲ ହକି ମ୍ୟାଚ ବାତିଲ ହେଲେ ଉଭୟ ଦଳକୁ ବିଜେତା ଘୋଷଣା କରାଯିବ । ଏହାସହ ଉଭୟ ଦଳକୁ ସ୍ବର୍ଣ୍ଣ ପଦକ ଦିଆଯିବ ।

FIHର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶିୟରେ ବିଲ କହିଛନ୍ତି ଯେ, "କୋରୋନା ମହାମାରୀ ଯୋଗୁଁ କୌଣସି ହକି ଦଳ ଟୁର୍ଣ୍ଣାମେଣ୍ଟ ଅଧାରୁ ଛାଡ଼ିପାରିବେ । ମହାମାରୀ ଯୋଗୁଁ ଏହି ଅଧିକାର ପ୍ରତ୍ୟେକ ଭାଗ ନେଉଥିବା ଦଳକୁ ଦିଆଯିବ ।"

ଟୋକିଓ ଅଲମ୍ପିକ୍ସରେ ହକି ମ୍ୟାଚକୁ ନେଇ କେତେକ ବିଶେଷ ଗାଇଡଲାଇନ କରାଯାଇଛି । କୌଣସ କାରଣରୁ ଦଳ ପୁଲ ମ୍ୟାଚ ନଖେଳିଲେ ତେବେ ବିପକ୍ଷ ଦଳକୁ ୫-୦ରେ ବିଜୟୀ ଘୋଷଣା କରାଯିବ । ଦୁଇଟି ଦଳ ନଖେଳି ପାରିଲେ ତେବେ ଏହି ମ୍ୟାଚକୁ ଡ୍ର' ଘୋଷଣା କରାଯିବ। ସେହିଭଳି ଦୁଇଟି ଦଳ ଫାଇନାଲ ମ୍ୟାଚ ନଖେଳିଲେ ଉଭୟ ଦଳକୁ ସ୍ବର୍ଣ୍ଣ ପଦକ ଦିଆଯିବ। ଏକ ଭର୍ଚୁଆଲ ସାମ୍ବାଦିକକ ସମ୍ମିଳନୀରେ ଏହାକୁ ନେଇ ସୂଚନା ଦେଇଛନ୍ତି FIHର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ।

ଟୋକିଓ ଅଲମ୍ପିକ୍ସର ପ୍ରତ୍ୟେକ ଇଭେଣ୍ଟ ସାଧାରଣ ଇଭେଣ୍ଟଠାରୁ ଭିନ୍ନ ହେବ । ଟୋକିଓ ଅଲମ୍ପିକ୍ସ ଇତିହାସର ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବ ବୋଲି କହିଛନ୍ତି FIHର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶିୟରେ ବିଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.