ETV Bharat / sports

ହାପି ବାର୍ଥ ଡେ' ରୋନାଲ୍ଡୋ

author img

By

Published : Feb 5, 2021, 11:52 AM IST

ଘରେ ଘରେ ପରିଚିତ ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଆଜି ଜନ୍ମଦିନ । ଏହି ଷ୍ଟାର ଫୁଟବଲର 36 ବର୍ଷରେ ପାଦ ଥାପିଛନ୍ତି । ୟୁଭେଣ୍ଟସ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ କ୍ଲବ ଓ ଦେଶ ପାଇଁ 760ରୁ ଅଧିକ ଗୋଲ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ହାପି ବାର୍ଥ ଡେ' ରୋନାଲ୍ଡୋ
ହାପି ବାର୍ଥ ଡେ' ରୋନାଲ୍ଡୋ

ହାଇଦ୍ରାବାଦ: ଘରେ ଘରେ ପରିଚିତ ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଆଜି ଜନ୍ମଦିନ । ଏହି ଷ୍ଟାର ଫୁଟବଲର 36ବର୍ଷରେ ପାଦ ଥାପିଛନ୍ତି । ତାଙ୍କ ଜନ୍ମଦିନରେ ସାରା ବିଶ୍ବ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛି ।

ୟୁଭେଣ୍ଟସ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ କ୍ଲବ ଓ ଦେଶ ପାଇଁ 760ରୁ ଅଧିକ ଗୋଲ କରିଛନ୍ତି । ସେଥିରେ ପର୍ତ୍ତୁଗାଲ, ସ୍ପୋଟିଙ୍ଗ ସିପି, ମଞ୍ଚେଷ୍ଟର ୟୁନାଇଟେଡ, ରିୟଲ ମାଦ୍ରିଦ ଓ ୟୁଭେଣ୍ଟସ ପାଇଁ ଖେଳିଥିବା ମ୍ୟାଚ ସାମିଲ ରହିଛି ।

ହାପି ବାର୍ଥ ଡେ' ରୋନାଲ୍ଡୋ

ସେ 5ଥର ଚମ୍ପିଆନ୍ସ ଲିଗ୍‌, 2ଥର ଲା ଲିଗା , 3ଥର ପ୍ରିମିୟର ଲିଗର ଟାଇଟଲ, 2ଥର ସିରି ଏ ଟାଇଟଲ, 5ଥର ବଲନ୍‌ ଡି'ଆର୍‌ ଓ 4ଥର ଫିଫା ବିଶ୍ବକପ୍‌ ସମେତ 30ରୁ ଅଧିକ ପ୍ରମୁଖ ଟ୍ରଫି ହାତେଇଛନ୍ତି ।

ଏହି ଷ୍ଟାର ଷ୍ଟ୍ରାଇକର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଜଣେ । ତାଙ୍କ ନାଁରେ ରହିଛି ଅନେକ ରେକର୍ଡ । ବିଶ୍ବ ଫୁଟବଲ ଇତିହାସରେ ସବୁଠାରୁ ଅଧିକ ଗୋଲ୍‌ କରିଥିବା ଖେଳାଳିଙ୍କ ସୂଚୀର ଶୀର୍ଷରେ ରୋନାଲ୍ଡୋଙ୍କ ନାଁ ରହିଛି ।

କେବଳ ଖେଳରେ ନୁହେଁ ତାଙ୍କର ବ୍ୟବହାର ଓ ତାଙ୍କର ସୁହୃଦୟ ସ୍ବଭାବ ପାଇଁ ଫ୍ୟାନ୍ସଙ୍କ ହୃଦୟରେ ରାଜ୍‌ କରନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ । ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ ଫଲୋଂଗ ବି ବେଶ୍‌ ଅଧିକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.