ETV Bharat / sports

ISL-6: କଳିଙ୍ଗ ଷ୍ଟାଡିୟମରେ ଓଡିଶା FC-ନର୍ଥଇଷ୍ଟ ୟୁନାଇଟେଡ ମୁହାଁମୁହିଁ

author img

By

Published : Feb 14, 2020, 7:24 PM IST

Updated : Feb 14, 2020, 7:36 PM IST

ନର୍ଥଇଷ୍ଟ ୟୁନାଇଟେଡକୁ ପରାସ୍ତ କରି ଟପ୍‌ -4ରେସ୍‌ରେ ରହିବା ଲକ୍ଷ୍ୟରେ ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମକୁ ଓହ୍ଲାଇବ ଓଡିଶା ଏଫ୍‌ସି । ମ୍ୟାଚକୁ ଫାଇନାଲ ମ୍ୟାଚ ଭାବି ଗ୍ରାଉଣ୍ଡକୁ ଓହ୍ଲାଇବୁ ବୋଲି କହିଛନ୍ତି ଓଡିଶା ଏଫ୍‌ସିର କୋଚ ।

odisha fc
odisha fc

ଭୁବନେଶ୍ବର: ଶୁକ୍ରବାର ଦିନ ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଓଡିଶା ଏଫ୍‌ସି-ନର୍ଥଇଷ୍ଟ ୟୁନାଇଟେଡ । ଆଇଏସଏଲ୍‌ର ଚଳିତ ସଂସ୍କରଣରେ ଏହି ମ୍ୟାଚ ଜିତିବା ଘରୋଇ ଦଳ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିଛି ।

ଓଡିଶା 16ଟି ମ୍ୟାଚରୁ 6ଟି ମ୍ୟାଚରେ ବିଜୟ ହାସଲ କରି 21ଅଙ୍କ ସହ 6ଷ୍ଠ ସ୍ଥାନରେ ରହିଛି । ପଏଣ୍ଟ ଟେବୁଲର 4ର୍ଥ ସ୍ଥାନରେ ଥିବା ମୁମ୍ବାଇସିଟି ଠାରୁ ଓଡିଶା 5ଅଙ୍କ ପଛରେ ରହିଛି । ଯଦି ନର୍ଥଇଷ୍ଟ ୟୁନାଇଟେଡକୁ ପରାସ୍ତ କରିବାରେ ଓଡିଶା ଅସଫଳ ରହେ ତେବେ ଟପ୍‌ -4ରେସ୍‌ରୁ ଓଡିଶା ବାଦ୍‌ ପଡିବ । ଏହି ମ୍ୟାଚ ଓଡିଶା ନିଜ ନାଁରେ କରିବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବ ।

ତେବେ ଓଡିଶାର ମୁଖ୍ୟ କୋଚ କହିଛନ୍ତି ଯେ, ଆଗାମୀ 2ଟି ମ୍ୟାଚ ଆମ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ । ଆମେ ଟ୍ରେନିଙ୍ଗ ବହୁତ ଭଲରେ କରିଛୁ । ଏହି ମ୍ୟାଚ ଜିତିବା ଆମ ପାଇଁ ବହୁତ ଜରୁରୀ । ଏହି ମ୍ୟାଚକୁ ଫାଇନାଲ ମ୍ୟାଚ ଭାବି ଗ୍ରାଉଣ୍ଡକୁ ଓହ୍ଲାଇବୁ ।

ଅନ୍ୟପଟେ ବିପକ୍ଷ ଦଳ ନର୍ଥ ଇଷ୍ଟ ୟୁନାଇଟେଡ 15ଟି ମ୍ୟାଚ ଖେଳି ମାତ୍ର 2ଟିରେ ବିଜୟ ହାସଲ କରି 13ଅଙ୍କ ସହ 9ମ ସ୍ଥାନରେ ରହିଛି ।

Last Updated : Feb 14, 2020, 7:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.