ETV Bharat / sports

ଆଇଏସଏଲ-2019: ହୋମ ଗ୍ରାଉଣ୍ଡରେ ମ୍ୟାଚ ପାଇଁ ଉତ୍ସାହିତ ଓଡିଶା ଏଫସି - ଓଡିଶା ଏଫସି

ଆସନ୍ତାକାଲି(ଶୁକ୍ରବାର) ଘରୋଇ ଗ୍ରାଉଣ୍ଡରେ ଜାମସେଦପୁର ଏଫସିକୁ ଭେଟିବ ଓଡିଶା ଏଫସି । ଘରୋଇ ଗ୍ରାଉଣ୍ଡରେ ଖେଳିବା ନେଇ ଉତ୍ସାଦିତ ଖେଳାଳି । ଅଧିକ ପଢ଼ନ୍ତୁ...

odisha fc to face jamshedpur fc, Hero Indian Super League,  home ground kalinga stadium, ଆଇଏସଏଲ, କଳିଙ୍ଗ ଷ୍ଟାଡିୟମ, ଓଡିଶା ଏଫସି, ଜାମସେଦପୁର ଏଫସି
ହୋମ ଗ୍ରାଉଣ୍ଡରେ ମ୍ୟାଚ ପାଇଁ ଉତ୍ସାହିତ ଓଡିଶା ଏଫସି
author img

By

Published : Dec 26, 2019, 8:19 PM IST

ଭୁବନେଶ୍ବର: ଆଇଏସଏଲ(Indian Super League)ର ଚଳିତ ସିଜିନ ରୋମାଞ୍ଚକ ସ୍ଥିତିରେ ପହଞ୍ଚି ଥିବାବେଳେ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ପ୍ରଥମ ମ୍ୟାଚ ଖେଳାଯିବ। ଓଡ଼ିଶାର ନିଜ ଟିମ ଓଡିଶା ଏଫସି ନିଜ ହୋମ ଗ୍ରାଉଣ୍ଡରେ ପ୍ରଥମ ଥର ପାଇଁ ଜାମସେଦପୁର ଏଫସିକୁ ଭେଟିବ। ଏନେଇ ଦୁଇ ଦଳ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା କହିଛନ୍ତି।

ହୋମ ଗ୍ରାଉଣ୍ଡରେ ମ୍ୟାଚ ପାଇଁ ଉତ୍ସାହିତ ଓଡିଶା ଏଫସି

ମ୍ୟାଚ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳର କୋଚ ସେମାନଙ୍କ ରଣନୀତି ହିସାବରେ ପ୍ରସ୍ତୁତି ଚଳାଇଥିବା କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଟେବୁଲର ଚତୁର୍ଥ ସ୍ଥାନରେ ଥିବା ଜାମସେଦପୁର ଏହି ମ୍ୟାଚକୁ ଭଲ ବ୍ୟବଧାନରେ ଜିତି ଗ୍ରୁପର ଶୀର୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଜାମସେଦପୁର କୋଚ ଆଣ୍ଟନିଓ ଏବଂ ଖେଳାଳି ସୁମିତ।

ସେହିପରି ଓଡିଶା ଏଫସି ମଧ୍ୟ ହୋମ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ ଖେଳିବା ନେଇ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଘରୋଇ ପ୍ରସଂଶକ ଓ ଖେଳପ୍ରେମୀଙ୍କୁ ମ୍ୟାଚ ବିଜୟ ଉପହାର ଦେବେ ବୋଲି କହିଛନ୍ତି। କାରଣ କୋଚ ଜୋସେଫ ଗୋମ୍ବାଉଙ୍କ ଅଧୀନରେ ସମସ୍ତ ଖେଳାଳି ତାଙ୍କ ରଣନୀତିକୁ ସଫଳ କରିବା ନେଇ ଅଭ୍ୟାସ ଚଳାଇଥିବା କହିଛନ୍ତି ଗୌରବ ଓ ଡାନିଏଲ।

ସେପଟେ ଓଡ଼ିଶା ଏଫସି ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ମଧ୍ୟ ସପୂଂର୍ଣ୍ଣ ସହଯୋଗ ପାଇଛି । ଅନ୍ୟ ସମସ୍ତ ଖେଳ ଭଳି ରାଜ୍ୟ ସରକାର ଫୁଟବଲର ଉନ୍ନତି ପାଇଁ ଚନ୍ତା କରିଛନ୍ତି ଏବଂ କ୍ଲବକୁ ସମସ୍ତ ପ୍ରକାର ସହଯୋଗର ହାତ ବଢ଼ାଇଛନ୍ତି ।

ଏହି ମୁକାବିଲା ପୂର୍ବରୁ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ‘ଓଡ଼ିଶାର ନିଜସ୍ବ ଆଇଏସଏଲ ଦଳ ଘରୋଇ ମାଟିରେ ତା’ର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି ଏବଂ ଏହା ଆମ ସମସ୍ତଙ୍କୁ ଉତ୍ସାହିତ କରିଛି । ମ୍ୟାଚ ପାଇଁ କଳିଙ୍ଗ ଷ୍ଟାଡିୟମ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ, ଏବଂ ଏହି ମଇଦାନରେ ଘରୋଇ ଦଳ ଏଥର 6ଟି ମ୍ୟାଚ ଖେଳିବ । ଓଡ଼ିଶାର ସମସ୍ତ କ୍ରୀଡ଼ା ପ୍ରେମୀଙ୍କୁ ମୁଁ ଅନୁରୋଧ କରୁଛି ଯେ, ସେମାନେ ବହୁତ ସଂଖ୍ୟାରେ ଆସି ଆମ ନିଜ ଟିମ ଓଡ଼ିଶା ଏଫସିକୁ ଉତ୍ସାହିତ କରନ୍ତୁ । ଏହାଛଡ଼ା ଘରୋଇ ଦଳକୁ ମଧ୍ୟ ଚଳିତ ଲିଗ ପାଇଁ ମୁଁ ଶୁଭକାମନା ଜଣାଉଛି ।’

ଓଡ଼ିଶା ଏଫସିର ସିଇଓ ଆଶିଷ ସାହ ମଧ୍ୟ ଭୁବନେଶ୍ବରରେ ଖେଳାଯିବାକୁ ଥିବା ମ୍ୟାଚ ପୂର୍ବରୁ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ‘ଆମେ ଏପର୍ଯ୍ୟନ୍ତ ସବୁ ମ୍ୟାଚ ଭୁବନେଶ୍ବର ବାହାରେ ଖେଳିଛୁ । ହେଲେ ଏବେ ଆମେ ଘରୋଇ ଗ୍ରାଉଣ୍ଡରେ ନିଜ ସମର୍ଥକମାନଙ୍କ ସାମ୍ନାରେ ମ୍ୟାଚ ଖେଳିବାକୁ ଯାଉଛୁ । ଏଥିପାଇଁ ଉଭୟ ଖେଳାଳି ଏବଂ ଟିମ ମ୍ୟାନେଜମେଣ୍ଟ ବେଶ ଖୁସି । ଆଶା କରୁଛୁ ଓଡ଼ିଶାର କ୍ରୀଡ଼ା ପ୍ରେମୀମାନେ ବିପୁଳ ସଂଖ୍ୟାରେ ମ୍ୟାଚ ଦେଖିବାକୁ ଆସି ଆମ ଖେଳାଳି ମାନଙ୍କୁ ନିଶ୍ଚୟ ଉତ୍ସାହିତ କରିବେ ।

ସୂଚନା ଯୋଗ୍ୟ ଯେ, ଦର୍ଶକଙ୍କ ପାଇଁ ପେଟିଏମ ଇନସାଇଡରେ ଅନଲାଇନ ଟିକେଟ ଉବଲବ୍ଧ ଅଛି । ଏହାଛଡ଼ା କଳିଙ୍ଗ ଷ୍ଟାଡିୟମ 4 ନମ୍ବର ଗେଟରେ ମଧ୍ୟ ଦର୍ଶକମାନେ ମ୍ୟାଚ ଟିକେଟ ପାଇପାରିବେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆଇ ଏସ ଏଲ ର ଚଳିତ ସିଜିନ ର ବହୁତ ରୋମାଞ୍ଚକ ସ୍ଥିତିରେ ପହଂଚିଥିବାବେଳେ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଆସନ୍ତାକାଲି ଖେଳାଯିବ।ଓଡ଼ିଶାର ନିଜ ଟିମ ଓଡିଶା ଏଫ ସି ନିଜ ହୋମ ଗ୍ରାଉଣ୍ଡ ରେ ପ୍ରଥମ ଥର ପାଇଁ ଜାମସେଦପୁର ଏଫ ସି କି ଭେଟିବ।ଏନେଇ ଦୁଇ ଦଳ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା କହିଛନ୍ତି।

Body:ଆଜି ମ୍ୟାଚ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳର କୋଚ ସେମାନଙ୍କ ରଣନୀତି ହିସାବରେ ପ୍ରସ୍ତୁତି ଚଳାଇଥିବା କହିଛନ୍ତି।ବର୍ତ୍ତମାନ ପର୍ଯ୍ୟନ୍ତ ଟେବୁଲ ର ଚତୁର୍ଥ ସ୍ଥାନରେ ଥିବା ଜାମସେଦପୁର ଏହି ମ୍ୟାଚ କୁ ଭଲ ବ୍ୟବଧାନରେ ଜିତିବା ସହ ଗ୍ରୁପ ଶୀର୍ଷରେ ଏହା ପହଞ୍ଚାଇବାକୁ ସାହାଯ୍ୟ କରିବ ବୋଲି କହିଛନ୍ତି ଏହାର କୋଚ ଆଣ୍ଟନିଓ ଏବଂ ଖେଳାଳି ସୁମିତ।
ସେହିପରି ଓଡିଶା ଏଫ ସି ମଧ୍ୟ ହୋମ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ ଖେଳିବାକି ଉତ୍ସାହର ସହ ଅପେକ୍ଷା କରିଥିବାବେଳେ ଘରୋଇ ପ୍ରସଂଶକ ଓ ଖେଳପ୍ରେମୀଙ୍କୁ ମ୍ୟାଚ ବିଜୟ ଉପହାର ଦେବେ ବୋଲି କହିଛନ୍ତି।କାରଣ କୋଚ ଜୋସେଫ ଗୋମ୍ବାଉ ଙ୍କ ଅଧୀନରେ ସମସ୍ତ ଖେଳାଳିମାନେ ତାଙ୍କ ରଣନୀତିକୁ ସଫଳ କରିବାନେଇ ଅଭ୍ୟାସ ଚଳାଇଥିବା କହିଛନ୍ତି ଗୌରବ ଓ ଡାନିଏଲ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.