ETV Bharat / sports

ODISHA FCରେ ସାମିଲ ହେଲେ ମିଜୋରାମର ଡିଫେଣ୍ଡର ଇସାକ ଭାନମାଲସ୍ବାମା - ଓଡ଼ିଶା ଏଫସିରେ ଇସାକ ଭାନମାଲସାମା

ହିରୋ ଇଣ୍ଡିଆନ ସୁପର ଲିଗ୍ (INDIAN SUPER LEAGUE )ର ଅଷ୍ଟମ ସଂସ୍କରଣ ପାଇଁ ଓଡ଼ିଶାରେ ଏଫସି ସହ ଚୁକ୍ତିନାମା ସ୍ଵାକ୍ଷର କରିଛନ୍ତି 24 ବର୍ଷୀୟ ଇସାକ ଭାନମାଲସ୍ବାମା । ଓଡ଼ିଶାରେ ଏଫସି ସହିତ ଦୁଇ ବର୍ଷିଆ ଚୁକ୍ତି କରିଛନ୍ତି ଇସାକ । ଅଧିକ ପଢ଼ନ୍ତୁ...

ODISHA FCରେ ସାମିଲ ହେଲେ ମିଜୋରାମର ଡିଫେଣ୍ଡର ଇସାକ ଭାନମାଲସାମା
ODISHA FCରେ ସାମିଲ ହେଲେ ମିଜୋରାମର ଡିଫେଣ୍ଡର ଇସାକ ଭାନମାଲସାମା
author img

By

Published : Jul 7, 2021, 8:23 PM IST

ଭୁବନେଶ୍ୱର: ହିରୋ ଇଣ୍ଡିଆନ ସୁପର ଲିଗ୍ (INDIAN SUPER LEAGUE )ର ଅଷ୍ଟମ ସଂସ୍କରଣ ପାଇଁ ODISHA FC ସହ ଚୁକ୍ତିନାମା ସ୍ଵାକ୍ଷର କରିଛନ୍ତି 24 ବର୍ଷୀୟ ଇସାକ ଭାନମାଲସ୍ବାମା । ODISHA FC ସହିତ ଦୁଇ ବର୍ଷିଆ ଚୁକ୍ତି କରିଛନ୍ତି ଇସାକ । 2013ରେ 19 ବର୍ଷରୁ କମ୍ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବ ଏବଂ AIFF ଏଲିଟ୍ ଏକାଡେମୀରୁ ସ୍ନାତକ ହାସଲ କରିବା ପରେ, ମିଜୋରାମର ୱିଙ୍ଗର ଆଇ-ଲିଗ୍ ସାଇଲୋଙ୍ଗ ଲାଜୋଙ୍ଗ ଏଫସି ସହିତ ସେ ନିଜର ଫୁଟବଲ କ୍ୟାରିୟର ଆରମ୍ଭ କରିଥିଲେ |

ଏହାପରେ ସେ 2017 ମସିହାରେ ଏଫସି ପୁଣେ ସିଟି ସହିତ ଇଣ୍ଡିଆନ ସୁପର ଲିଗ୍ ଯାତ୍ରା ଆରମ୍ଭ କରିଥିଲେ ଏବଂ ISL କ୍ଲବ ଚେନ୍ନାଇୟାନ୍ ଏଫସି ଏବଂ ଜାମସେଦପୁର ଏଫସି ପାଇଁ ମଧ୍ୟ ଖେଳିବାକୁ ଯାଇଥିଲେ। ଫୁଟବଲ କୋଚ୍ ଷ୍ଟିଫେନ୍ କନଷ୍ଟାଣ୍ଟିନଙ୍କ ଅଧୀନରେ ଭୁଟାନ ବିପକ୍ଷରେ ସେ ଭାରତ ପାଇଁ ଡେବ୍ୟୁ କରିଥିଲେ।

ତେବେ ODISHA FC ଟ୍ୱିଟ୍ କରି ଇସାକଙ୍କୁ ସ୍ୱାଗତ କରିଛି "ଇସାକଙ୍କୁ ଓଡ଼ିଶା ପରିବାରକୁ ସ୍ୱାଗତ କରି ଆମେ ଆନନ୍ଦିତ। ଦଳରେ ଆଉ ଏକ ଭଲ ଯୋଗଦାନ ଏବଂ ଆମେ ନିଶ୍ଚିତ ଯେ ଆସନ୍ତା ସିଜନରେ ଏହା ଦଳ ପାଇଁ ଏକ ବଡ଼ ପ୍ରଭାବ ପକାଇବ।"

ଅନ୍ୟପକ୍ଷରେ ODISHA FCରେ ଯୋଗଦାନ କରିବା ପରେ ଇସାକ ଖୁସିବ୍ୟକ୍ତ କରିବା ସହ ପ୍ରତ୍ୟେକ ଖେଳର ଅନ୍ତିମ ମିନିଟ ଯାଏଁ ଲଢେ଼ଇ ଜାରି ରଖିବେ ବୋଲି କହିଛନ୍ତି ।

ଭୁବନେଶ୍ୱରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.