ETV Bharat / sports

ପରଲୋକରେ ଫୁଟବଲ ଟିମ ଇଣ୍ଡିଆର ପୂର୍ବତନ ମିଡଫିଲ୍ଡର ଫ୍ରାଙ୍କୋ - ଫର୍ଚୁନାଟୋ ଫ୍ରାନକୋ ଦେହାନ୍ତ

1962 ଜାକର୍ତ୍ତା ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଟିମର ପ୍ରମୁଖ ସଦସ୍ୟ ରହିଥିଲେ ଫ୍ରାଙ୍କୋ । ଫାଇନାଲରେ ଦକ୍ଷିଣ କୋରିଆକୁ 2-1ରେ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲା ଭାରତ । ଅଧିକ ପଢନ୍ତୁ...

Former India footballer and Asian Games gold medallist Fortunato Franco passes away
ପରଲୋକରେ ଫୁଟବଲ ଟିମ ଇଣ୍ଡିଆର ପୂର୍ବତନ ମିଡଫିଲ୍ଡର ଫ୍ରାଙ୍କୋ
author img

By

Published : May 10, 2021, 4:06 PM IST

ଗୋଆ: ପରଲୋକରେ ଫୁଟବଲ ଟିମ ଇଣ୍ଡିଆର ପୂର୍ବତନ ମିଡଫିଲ୍ଡର ଫର୍ଚୁନାଟୋ ଫ୍ରାନକୋ । ସୋମବାର ଗୋଆରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଫ୍ରାନକୋଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି ସର୍ବଭାରତୀୟ ଫୁଟବଲ ମହାସଂଘ ।

1962 ଜାକର୍ତ୍ତା ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଟିମର ପ୍ରମୁଖ ସଦସ୍ୟ ରହିଥିଲେ ଫ୍ରାଙ୍କୋ । ଫାଇନାଲରେ ଦକ୍ଷିଣ କୋରିଆକୁ 2-1ରେ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲା ଭାରତ ।

ଏହାବ୍ୟତୀତ 1960 ରୋମ ଅଲମ୍ପିକ୍ସ ଭାରତୀୟ ଟିମର ସଦସ୍ୟ ଓ 1962ଏସିଆନ କପ୍‌ରେ ଦ୍ବିତୀୟ ସ୍ଥାନରେ ରହିଥିବା ଭାରତୀୟ ଟିମର ସଦସ୍ୟ, କ୍ବାଲା ଲାମପୁରରେ 1964 ମେରଡେକା କପରେ ରନର୍ସ ଟିମର ସଦସ୍ୟ ଓ 1965ରେ 3ୟ ସ୍ଥାନରେ ଶେଷ କରିଥିବା ଭାରତୀୟ ଜାତୀୟ ଦଳର ସଦସ୍ୟ ରହିଥିଲେ ।

ଡିସେମ୍ବର 1959ରେ ଏର୍ଣ୍ଣାକୁଲାମରେ ଏସିଆନ କପ କ୍ବାଲିଫାୟରରେ ପାକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଫ୍ରାଙ୍କୋ । ମୋଟ 26 ଥର ସେ ଭାରତକୁ ଅନ୍ତର୍ଜାତୀୟ ମ୍ୟାଚରେ ପ୍ରତିନିଧିତ୍ବ କରିଛନ୍ତି । ଘରୋଇ କ୍ୟାରିୟରରେ ବର୍ଷ 1959ରୁ 1966 ମଧ୍ୟରେ ସେ ସନ୍ତୋଷ ଟ୍ରଫିରେ ମହାରାଷ୍ଟ୍ରର ଅଧିନାୟକ ରହିଥିଲେ ଓ 1963-64ରେ ଟାଇଟେଲ ବିଜେତା କରାଇଥିଲେ ।

ସର୍ବଭାରତୀୟ ଫୁଟବଲ ମହାସଂଘର ସଭାପତି ପ୍ରଫୁଲ୍ଲ ପଟେଲ, ଫ୍ରାଙ୍କୋଙ୍କ ମୃତ୍ୟୁ ଖବର ସ୍ତବ୍ଦ କରିଦେବା ଭଳି କହିଛନ୍ତି । "ଭାରତୀୟ ଫୁଟବଲର ସ୍ବର୍ଣ୍ଣିମ ପିଢିର ସେ ସଦସ୍ୟ ଥିଲେ । 1962ରେ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ଭାରତୀୟ ଫୁଟବଲ ପ୍ରତି ତାଙ୍କର ଅବଦାନ କେବେବି ଭୁଲିହେବନି ବୋଲି ସେ କହିଛନ୍ତି ।

ଏଆଇଏଫଏଫ ସାଧାରଣ ସମ୍ପାଦକ କୁଶାଲ ଦାଶ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.