ETV Bharat / sports

ଗୋଆକୁ ହରାଇ ଆଇଏସଏଲ ଶୀର୍ଷରେ ବେଙ୍ଗାଲୁରୁ - Football

ପ୍ରଥମାର୍ଦ୍ଧରେ ଗୋଆ ଉତ୍ତମ ପ୍ରଦର୍ଶନ କରିଥିଲା କିନ୍ତୁ ଗୋଲ ସ୍କୋର କରିବାରେ ସକ୍ଷମ ହୋଇନଥିଲା । ଦ୍ବିତୀୟାର୍ଦ୍ଧରେ ବେଙ୍ଗାଲୁରୁ ଚତ୍ମକାର ପ୍ରଦର୍ଶନ କରି 3ଟି ଗୋଲ ଦେଇଥିଲା ।

ଫାଇଲ ଫଟୋ
author img

By

Published : Feb 22, 2019, 9:19 PM IST

ବେଙ୍ଗାଲୁରୁ: ଲଗାତାର 2ୟ ସିଜିନ ପାଇଁ ଟେବୁଲ ଟପ୍ପର ଭାବେ ଲିଗ ଶେଷ କରିଛି ବେଙ୍ଗାଲୁରୁ ଏଫସି । ଏବର୍ଷ ଇଣ୍ଡିଆନ ସୁପର ଲିଗ(ଆଇଏସଏଲ)ର ଲିଗ ପର୍ଯ୍ୟାୟରେ ଟପ୍ପର ଭାବେ ବେଙ୍ଗାଲୁରୁ ଏଫସି ରହିଛି । ଗତବର୍ଷ ମଧ୍ୟ ଏହା ଲିଗରେ ଟେବୁଲ ଟପ୍ପର ରହିଥିଲା ।

ଗତକାଲି ଏଠାରେ ଖେଳାଯାଇଥିବା ମ୍ୟାଚରେ ବେଙ୍ଗାଲୁରୁ ଏଫସି 3-0 ଗୋଲରେ ଗୋଆ ଏଫସିକୁ ପରାସ୍ତ କରି ଏହି କୃତିତ୍ବ ହାସଲ କରିଛି । ତେବେ ବେଙ୍ଗାଲୁରୁର ନିଶୁ କୁମାରଙ୍କୁ ହଳଦିଆ କାର୍ଡ ମିଳିବା ପରେ ଟିମ 10 ଜଣଙ୍କୁ ନେଇ ଖେଳିଥିଲା । ଏହାସତ୍ତ୍ବେ ଦଳ ଚତ୍ମକାର ପ୍ରଦର୍ଶନ କରିଥିଲା । ଦ୍ବିତୀୟାର୍ଦ୍ଧରେ ଦଳ ସମସ୍ତ ଗୋଲ ସ୍କୋର କରିଥିଲା ।

ଦଳ ପକ୍ଷରୁ ଜୁଆନନ 50 ତମ ମିନିଟରେ, ଉଦାନ୍ତ ସିଂହ 58 ତମ ମିନିଟରେ ଏବଂ ମିକୁ 69 ମିନିଟରେ 3ଟି ଗୋଲ ସ୍କୋର କରିଥିଲେ । ପ୍ରଥମାର୍ଦ୍ଧରେ ଗୋଆ ଉତ୍ତମ ପ୍ରଦର୍ଶନ କରିଥିଲା କିନ୍ତୁ ଗୋଲ ସ୍କୋର କରିବାରେ ସକ୍ଷମ ହୋଇନଥିଲା । ଦ୍ବିତୀୟାର୍ଦ୍ଧରେ ବେଙ୍ଗାଲୁରୁ ଚତ୍ମକାର ପ୍ରଦର୍ଶନ କରି 3ଟି ଗୋଲ ଦେଇଥିଲା । ଏହାସହ ଲଗାତାର 2ଟି ମ୍ୟାଚ ହାରିବା ପରେ ବେଙ୍ଗାଲୁରୁ ଶେଷ ମ୍ୟାଚ ଜିତି ଲିଗ ଶେଷ କରିଛି ।

Intro:Body:

ପାପ ଧୋଇବା ପାଇଁ କୁମ୍ଭ ସ୍ନାନ କରୁଛନ୍ତି ଯୋଗୀ ସରକାର: ୟୁପି ମନ୍ତ୍ରୀ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ । ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତର ପ୍ରଦେଶରୁ ଅଧିକ ଆସନ ବିଜୟ ଲକ୍ଷ୍ୟରେ ଏସପି-ବିଏସପି ପରି ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଏକାଠି ହୋଇଛନ୍ତି । ଫଳରେ ବିଗତ ଲୋକସଭାରେ ବିଜେପିକୁ ଯେଉଁ ସଫଳତା ମିଳିଥିଲା, ସେଥିରେ ଏବେ କଣ୍ଟା ସାଜିବେ ଏସପି-ବିଏସପି । ଅନ୍ୟପଟେ ବିଜେପି ନିଜ ସହଯୋଗୀଙ୍କ ଅସନ୍ତୋଷର ଶିକାର ହେଉଛି । ବର୍ତ୍ତମାନ ୟୁପିରେ ବିଜେପିର ସହଯୋଗୀ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିଏସପି) ପ୍ରମୁଖ ତଥା ୟୁପି କ୍ୟାବିନେଟ ମନ୍ତ୍ରୀ ଓମ ପ୍ରକାଶ ରାଜଭର ପୁଣିଥରେ ବିଜେପିକୁ ସମାଲୋଚନା କରିଛନ୍ତି ।

ପ୍ରୟାଗରାଜରେ ମଙ୍ଗଳବାର ଯୋଗୀ ଆଦିତ୍ୟନାଥ ଓ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନେ ଗଙ୍ଗା ସ୍ନାନ କରିଥିଲେ । ତାହାକୁ ନେଇ କଟାକ୍ଷ କରିଛନ୍ତି ରାଜଭର । ଯୋଗୀ ସରକାର ନିଜ ପାପ ଧୋଇବା ପାଇଁ କୁମ୍ଭରେ ଗଙ୍ଗା ସ୍ନାନ କରୁଛନ୍ତି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଯୋଗୀ ସରକାର ଏସପି-ବିଏସପି ତୁଳନାରେ ଚାରି ଗୁଣ ଅଧିକ ଦୁର୍ନୀତିଗ୍ରସ୍ତ । 

କେନ୍ଦ୍ର ସରକାର ଅଯୋଧ୍ୟାରେ ଅଧିଗୃହୀତ ଜମିକୁ ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛି । ଯାହାକୁ ନେଇ ରାଜଭର କହିଛନ୍ତି ଯେ ଏହା ଜନତାଙ୍କୁ ବୋକା କରିବା ପାଇଁ ପ୍ରଚେଷ୍ଟା କରାଯାଇଛି । ଏହାପୂର୍ବରୁ ଓମ ପ୍ରକାଶ ରାଜଭର କହିଥିଲେ ଯଦି ମୋଦି ସରକାର ନିଜ ପ୍ରତିଶ୍ରୁତି ପୂରଣ ନ କଲେ ୟୁପିର ସମସ୍ତ ୮୦ଟି ଆସନରେ ନିଜ ଦଳର ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବେ । ବିଜେପି ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିବାର ପ୍ରତିଶ୍ରୁତି ଦେଇଥିଲା । ନିର୍ବାଚନକୁ ଆଉ ୮୦ ଦିନ ବାକି । ଏହି ସଂରକ୍ଷଣ କେବେ ଲାଗୁ କରିବ ବୋଲି ସେ ପ୍ରଶ୍ନ କରିଥିଲେ । ବିଜେପି ଯଦି ନିଜ ପ୍ରତିଶ୍ରୁତି ପୂରଣ ନ କରିବ ତେବେ ଆମେ ଫେବୃଆରୀ ୨୫ରେ ନିଜ ପ୍ରାର୍ଥୀଙ୍କ ସୂଚୀ ଜାରି କରିବୁ ବୋଲି ସେ କହିଥିଲେ ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.