ETV Bharat / sports

ତାଲିବାନ ଭୟରେ ଆଫଗାନିସ୍ତାନ ଛାଡ଼ିଲେ ୩୨ ମହିଳା ଫୁଟବଲ୍‌ ଖେଳାଳି

author img

By

Published : Sep 15, 2021, 5:24 PM IST

ତାଲିବାନ ଭୟରେ ଆଫଗାନିସ୍ତାନ ଛାଡ଼ି ପାକିସ୍ତାନରେ ପହଞ୍ଚିଲେ ୩୨ ମହିଳା ଫୁଟବଲ ଖେଳାଳି । ଆଫଗାନିସ୍ତାନର ୩୨ ମହିଳା କ୍ରୀଡ଼ା ସହ ଜଡ଼ିତ ଥିବାରୁ ସେମାନଙ୍କୁ ନାନା ପ୍ରକାର ଧମକଚମକ ଦିଆଯାଉଥିଲା । ଅଧିକ ପଢ଼ନ୍ତୁ...

ତାଲିବାନ ଭୟରେ ଆଫଗାନିସ୍ତାନ ଛାଡ଼ିଲେ ୩୨ ମହିଳା ଫୁଟବଲ୍‌ ଖେଳାଳି
ତାଲିବାନ ଭୟରେ ଆଫଗାନିସ୍ତାନ ଛାଡ଼ିଲେ ୩୨ ମହିଳା ଫୁଟବଲ୍‌ ଖେଳାଳି

ଇସାଲାମାବାଦ: ତାଲିବାନ ଭୟରେ ଆଫଗାନିସ୍ତାନ ଛାଡ଼ି ପାକିସ୍ତାନରେ ପହଞ୍ଚିଲେ ୩୨ ମହିଳା ଫୁଟବଲ ଖେଳାଳି । ଅଗଷ୍ଟ ମାସରୁ ଆଫଗାନିସ୍ତାନ କବ୍‌ଜା କରିଛି ତାଲିବାନ । ଏହାପରେ ଚିରାଚରତି ଢଙ୍ଗରେ ସରିଆ କାନୁନ୍‌ ଆଳରେ ତାଲିବାନର ବର୍ବରତା ଆରମ୍ଭ ହୋଇଯାଇଛି । ଆଫଗାନିସ୍ତାନର ୩୨ ମହିଳା କ୍ରୀଡ଼ା ସହ ଜଡ଼ିତ ଥିବାରୁ ସେମାନଙ୍କୁ ନାନା ପ୍ରକାର ଧମକଚମକ ଦିଆଯାଉଥିଲା ।

ଆଫଗାନିସ୍ତାନରୁ ମହିଳା ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିବାକୁ ପାକିସ୍ତାନ ସରକାରଙ୍କ ପକ୍ଷରୁ ଜରୁରୀକାଳୀନ ଭିସା ଜାରି କରାଯାଇଥିଲା । ଏହି ଭିସା ମାଧ୍ୟମରେ ୩୨ ମହିଳା ଫୁଟବଲ ଖେଳାଳି ଆଫଗାନିସ୍ତାନରୁ ପାକିସ୍ତାନରେ ପହଞ୍ଚିଛନ୍ତି । ଏହି ଖେଳାଳିମାନେ ଆଫଗାନିସ୍ତାନର ଜୁନିଅର ଫୁଟବଲ ଦଳର ବୋଲି ଜଣାପଡ଼ିଛି । ଏହି ଖେଳାଳିମାନେ କତାର ଯିବା କାର୍ଯ୍ୟକ୍ରମ ରହିଥିଲା । ତେବେ କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ପରେ କତାରକୁ ବିମାନ ଚଳାଚଳ ବନ୍ଦ ରହିଛି । କତାରରେ ଆଫଗାନ୍‌ ଶରଣାର୍ଥୀଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରାଯାଇଛି ।

ଗତ ଅଗଷ୍ଟ ମାସରୁ ତାଲିବାନଠାରୁ ରକ୍ଷା ପାଇବା ପାଇଁ ଏହି ଖେଳାଳିମାନେ ନିଜକୁ ଗୋପନ କରି ରଖିଥିଲେ । ଏକ ବ୍ରିଟିଶ ଶାନ୍ତି ଫୁଟବଲ ବେସରକାରୀ ସଂସ୍ଥାର ପ୍ରୟାସରେ ମହିଳା ଫୁଟବଲରଙ୍କୁ ପାକିସ୍ତାନ ଅଣାଯାଇଛି । ଏହାକୁ ନେଇ ପାକିସ୍ତାନର ଏକ ଜଣାଶୁଣା ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ଏହି ବେସରକାରୀ ସଂସ୍ଥା ପାକିସ୍ତାନ ସରକାର ଓ ପାକିସ୍ତାନ ଫୁଟବଲ ଫେଡେରେସନର ସହଯୋଗରେ ଏଭଳି ଏକ ପଦକ୍ଷେପ ଆପଣାଇବାକୁ ସ୍ଥିର କରିଥିଲା ।

ବର୍ତ୍ତମାନ ବି କିଛି ଫୁଟବଲ ଖେଳାଳି ଆଫଗାନିସ୍ତାନରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଥିବା ନେଇ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ପାକିସ୍ତାନରେ ପହଞ୍ଚିଥିବା ୩୨ ମହିଳା ଫୁଟବଲ ଖେଳାଳିଙ୍କୁ ପେଶାୱରରୁ ଲାହୋର ନିଆଯିବ । ସେଠାରେ ପାକିସ୍ତାନ ଫୁଟବଲ ଫେଡେରେସନ ପକ୍ଷରୁ ସେମାନଙ୍କ ପାଇଁ କ୍ବାଟର ବ୍ୟବସ୍ଥା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.