ETV Bharat / sports

WORLD CUP 2023: ଶ୍ରୀଲଙ୍କାକୁ ହଲକା ନେବା ପଡିପାରେ ଭାରି, ଜାଣନ୍ତୁ ଦଳର ସମାର୍ଥ୍ୟ ଓ ଦୁର୍ବଳତା - କ୍ରିକେଟ ବିଶ୍ବକପ 2023

1996 ବିଶ୍ବ ବିଜେତା ଶ୍ରୀଲଲଙ୍କା କ୍ରିକେଟ ଦଳ ଏଥର ଚମ୍ପିଆନ ହେବା ନେଇ ଦାବିଦାର ନାହିଁ ସତ ହେଲେ ଦଳ କୌଣସି ଦଳକୁ ଧୂଳି ଚଟାଇବାର କ୍ଷମତା ରଖିଛି । କିଛି ଦଳ ପାଇଁ ଶ୍ରୀଲଙ୍କା ଘାତକ ସାବ୍ୟସ୍ତ ହୋଇପାରେ । ଚଳିତ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅକ୍ଟୋବର 7 ତାରିଖରେ ଖେଳିବ ଶ୍ରୀଲଙ୍କା । ଅଧିକ ପଢନ୍ତୁ

Sri lanka swot anaylsis
WORLD CUP 2023
author img

By ETV Bharat Odisha Team

Published : Oct 5, 2023, 8:37 AM IST

ହାଇଦ୍ରାବାଦ: ଆଇସିସି କ୍ରିକେଟ ବିଶ୍ବକପ 2023 ଆଜିଠୁ ଆରମ୍ଭ ହେବାକୁ ଯାଉଛି । ଶ୍ରୀଲଙ୍କା କ୍ରିକେଟ ଦଳ ଅକ୍ଟୋବର 7 ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ । 1996ରେ ବିଶ୍ବ ବିଜୟୀ ହୋଇଥିବା ଶ୍ରୀଲଙ୍କା ଏଥର ବାଜି ମାରିବା ନେଇ ଦାବିବାର ନଥିଲେ ବି ଦଳ ପାଖରେ ଯଥେଷ୍ଟ କ୍ଷମତା ରହିଛି । 2011ରେ ଦଳ ଫାଇନାଲ ମ୍ୟାଚ ଖେଳିଥିଲା । ଏଥର ଦାସୁନ ଶନାକାଙ୍କ ନେତୃତ୍ବରେ ଦଳ ମୈଦାନ ଓହ୍ଲାଇବ । ୱାର୍ମ ଅଫ ମୁକାବିଲାରେ ବାଂଲାଦେଶ ଓ ଅଫଗାନିସ୍ତାନଠୁ ପରାସ୍ତ ହୋଇଥିଲା । ତେବେ ବିଶ୍ବକପ ନେଇ ଦଳ ପାଖରେ କଣ ସମାର୍ଥ୍ୟ, ଦୁର୍ବଳତା ଓ ସୁଯୋଗ ରହିଛି ଜାଣନ୍ତୁ ।

ସମାର୍ଥ୍ୟ:

ଅନୁଭବୀ ଖେଳାଳି: ଶ୍ରୀଲଙ୍କା କ୍ରିକେଟ ଦଳରେ ଦାସୁନ ଶାନାକା, କୁଶଲ ମେଣ୍ଡିସ ଏବଂ ଦିମୁଥ କରୁଣାରତ୍ନେଙ୍କ ଭଳି ଅନୁଭବୀ ଅଭିଜ୍ଞ ଖେଳାଳି ରହିଛନ୍ତି । ଯିଏକି ଦଳରେ ସ୍ଥିରତା ଆଣିପାରିବେ । ଏହି ଖେଳାଳିଙ୍କ ପାଖରେ ନେତୃତ୍ବ ନେବାର କ୍ଷମତା ମଧ୍ୟ ରହିଛନ୍ତି । କୁଶଲ ମେଣ୍ଡିସ 112 ମ୍ୟାଚରେ 2 ଶତକ ଓ 25ଟି ଅର୍ଦ୍ଧଶତକରେ 3215 ରନ କିରଛନ୍ତି । ଦିମୁଥ କରୁଣାରତ୍ନେ ଜଣେ ଉଚ୍ଚକୋଟୀର ଖେଳାଳି । ସେ 44ଟି ଦିନିକିଆରେ ଗୋଟିଏ ଶତକ ଓ 11ଟି ଅର୍ଦ୍ଧଶତକରେ 1301 ରନ କରିଛନ୍ତି ।

ଅଲରାଉଣ୍ଡର ଖେଳାଳି: ଶ୍ରୀଲଙ୍କା କ୍ରିକେଟ ଟିମରେ ଦମଦାର ଅଲରାଉଣ୍ଡର ପ୍ଲେୟାର ରହିଛନ୍ତି । ଧନଞ୍ଜୟ ଡି ସଲଭାଙ୍କ ଭଳି ଖେଳାଳି ଯିଏକି ବୋଲିଂ ଓ ବ୍ୟାଟିଂରେ ଦକ୍ଷ । ସେ ଦଳରେ ସନ୍ତୁଳନ ରକ୍ଷା କରି ପାରନ୍ତି । ଏହାଛଡା ଏସିଆ କପରେ ଦମଦାର ପ୍ରଦର୍ଶନ କରିଥିବା ଦୁନିଥା ବେଲାଲଗେ ବିଶ୍ବକପରେ ଭାରତୀୟ ପିଚରେ ଘାତକ ସାବ୍ୟସ୍ତ ହୋଇପାରନ୍ତି ।

ପ୍ରତିଭାବାନ ଯୁବ ଖେଳାଳି: ପଥୁମ ନିଶଙ୍କା, ଚରିଥ ଅଶଲଙ୍କାଙ୍କ ଭଳି ଯୁବ ପ୍ରତିଭାବାନ ଖେଳାଳି ଶ୍ରୀଲଙ୍କା ଦଳରେ ରହିଛନ୍ତି । ପଥୁମ ନିଶଙ୍କା 41ଟି ମ୍ୟାଚ ଖେଳି 1396 ରନ କରିଛନ୍ତି । ସେଥିରେ 9ଟି ଅର୍ଦ୍ଧଶତକ ଓ 3ଟି ଶତକ ରହିଛି । ଚରିଥ ଅଶଲଙ୍କା ଏସିଆ କପ ସୁପର 4 ରାଉଣ୍ଡରେ ଭାରତ ବିପକ୍ଷରେ 4ଟି ୱିକେଟ ନେଇଛନ୍ତି । 50 ଓଭର ପର୍ମାଟରେ ତାଙ୍କର ଭଲ ରେକର୍ଡ ରହିଛି । ସେ 41 ମ୍ୟାଚ ଖେଳି 1272 ରନ କରିଛନ୍ତି ଯେଉଁଥିରେ ଗୋଟିଏ ଶତକ ଓ 9ଟି ଅର୍ଦ୍ଧଶତକ ରହିଛି ।

ଦୁର୍ବଳତା:

ପ୍ରଦର୍ଶନରେ ଅନିମିୟତତା: ଶ୍ରୀଲଙ୍କା ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିନାହିଁ । ଚାପ ପରିସ୍ଥିତିରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ବଡ ଟୁର୍ଣ୍ଣାମେଣ୍ଟରେ ଟିମକୁ ଭଲ ପ୍ରଦର୍ଶନ କରି ନପାରିବା ଚିନ୍ତାର ବିଷୟ ହେବ ।

ସିନିୟରଙ୍କ ଉପରେ ନିର୍ଭର: ଦଳ ବରିଷ୍ଠ ଖେଳାଳିଙ୍କ ଉପରେ ନିର୍ଭରଶୀଳ । ଯଦି ବରିଷ୍ଠ ଖେଳାଳି ପ୍ରଦର୍ଶନରେ ବିଫଳ ହେବେ ତେବେ ଯୁବ ଖେଳାଳିଙ୍କ ଉପରେ ଚାପ ଆସିବ । ବିଶ୍ବକପରେ ଦଳକୁ ଏହି ଦୁର୍ବଳତା ସୁଧାରିବାକୁ ହେବ ।

ଲିମିଟେଡ ଡେପ୍ଥ: ଶ୍ରୀଲଙ୍କା ଦଳର ଉଭୟ ବ୍ୟାଟିଂ ଓ ବୋଲିଂ ଲାଇନ୍‌ ଏତେଟା ଶକ୍ତିଶାଳୀ ନୁହେଁ । ତେବେ ଯଦି ଆହତ ସମସ୍ୟା ଉପୁଜେ ତେବେ ଦଳ ପାଇଁ ଏହା ଚ୍ୟାଲେଞ୍ଜପୂର୍ଣ୍ଣ ହେବ ।

ଏହା ବି ପଢନ୍ତୁ...Cricket World Cup 2023: ପାକିସ୍ତାନ ପାଇଁ କଣ ରହିଛି ଚ୍ୟାଲେଞ୍ଜ ? ବାବରଙ୍କ ସହ ଏହି ଖେଳାଳିଙ୍କ ଉପରେ ରହିବ ନଜର

ସୁଯୋଗ: ବିଶ୍ବକପ 2023ରେ ପଥୁନ ନିଶଙ୍କା ଏବଂ ଚରିଥ ଅସଲଙ୍କାଙ୍କ ଭଳି ଯୁବ ଖେଳାଳିଙ୍କ ପାଖରେ ବଡ଼ ମ୍ୟାଚରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବାର ସୁଯୋଗ ରହିଛି । ଏହାଛଡା ଦଳ ପାଖରେ ବିପକ୍ଷରେ ଦୁର୍ବଳତାର ଫାଇଦା ଉଠାଇବାକୁ ମଧ୍ୟ ସୁଯୋଗ ଅଛି । ଏହା ଉପରେ ଫୋକସ କରି ଶ୍ରୀଲଙ୍କାକୁ ବିଜୟ ହାସଲ କରିବାର ଅବସର ରହିଛି ।

ଆହ୍ବାନ:

ମଜଭୁତ ବିପକ୍ଷ: ଶ୍ରୀଲଙ୍କା ଦଳକୁ ବିଶ୍ବକପରେ ମଜଭୁତ ବ୍ୟାଟିଂ ଓ ବୋଲିଂ ଲାଇନ ଅପ ଦଳକୁ ସମ୍ନା କରିବାକୁ ପଡିବ । ଷ୍ଟାର ଖେଳାଳି ଥିବା ଦଳକୁ ସମ୍ନା କରିବା ଶ୍ରୀଲଙ୍କା ପାଇଁ ଚ୍ୟାଲେଞ୍ଜ ହୋଇପାରେ ବିଶେଷ କରି ଯେବେ ଦଳର ପ୍ରମୁଖ ଖେଳାଳି ଫର୍ମରେ ନଥିବେ ।

ଆହତ: ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ଦଳରେ ପ୍ରମୁଖ ଖେଳାଳିଙ୍କ ଆହତ ସମସ୍ୟା ରହିଛି ।

ଚାପ: ଚଳିତ ବିଶ୍ବକପ୍‌ରେ ଦଳକୁ ଭଲ ପ୍ରଦର୍ଶନ କରିବା ନେଇ ଚାପ ରହିବ । ଚାପ କିଛି ଖେଳାଳିଙ୍କୁ ପ୍ରଭାବିତ କରିପାରେ । ଦଳରେ ଅନୁଭବୀ ଖେଳାଳି ଏବଂ ପ୍ରତିଭାଶାଳୀ ପ୍ଲେୟାର ରହିଛନ୍ତି । ଦୁର୍ବଳତାକୁ ମଜଭୁତ ଓ ଅନ୍ୟ ଦଳର ମଜଭୁତିକୁ ଦୁର୍ବଳ କରିବାକୁ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.