ETV Bharat / sports

ରୋହିତ ଶର୍ମା ମୋ ପ୍ରେରଣା: ଏଲିସା ହିଲି

author img

By

Published : Sep 15, 2021, 8:42 PM IST

ରୋହିତ ଶର୍ମାଙ୍କ ଭଳି ଖେଳିବାକୁ ଚାହୁଁଛନ୍ତି ଅଷ୍ଟ୍ରେଲିଆର ମହିଳା ୱିକେଟକିପର ଏଲିସା ହିଲି । ପ୍ରତ୍ୟେକ ଫର୍ମାଟରେ ସେ ରୋହିତ ଶର୍ମାଙ୍କ ଭଳି ପ୍ରଦର୍ଶନ କରିବାକୁ ଚାହୁଁଥିବା କଥା କହିଛନ୍ତି । ଅଧିକ ପଢ଼ନ୍ତୁ...

ରୋହିତ ଶର୍ମା ମୋ ପ୍ରେରଣା: ଏଲିସା ହିଲି
ରୋହିତ ଶର୍ମା ମୋ ପ୍ରେରଣା: ଏଲିସା ହିଲି

ବ୍ରିସବେନ୍‌: ରୋହିତ ଶର୍ମାଙ୍କ ଭଳି ଖେଳିବାକୁ ଚାହୁଁଛନ୍ତି ଅଷ୍ଟ୍ରେଲିଆର ମହିଳା ୱିକେଟକିପର ଏଲିସା ହିଲି । ପ୍ରତ୍ୟେକ ଫର୍ମାଟରେ ସେ ରୋହିତ ଶର୍ମାଙ୍କ ଭଳି ପ୍ରଦର୍ଶନ କରିବାକୁ ଚାହୁଁଥିବା କଥା କହିଛନ୍ତି । ସେପ୍ଟେମ୍ବର ୧୨ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ । ଏଥିପାଇଁ ଅଷ୍ଟ୍ରେଲିଆ ଦଳର ଜୋରଦାର ଅଭ୍ୟାସ ଜାରି ରଖିଛି ।

ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଦିନିକିଆ ଗୋଟିଏ ଦିବାରାତ୍ର ଟେଷ୍ଟ ମ୍ୟାଚ ଓ ତିନିଟି ଟି-୨୦ ମ୍ୟାଚ ଖେଳିବ ଭାରତ । ଏଲିସ୍ ହିଲି ବର୍ତ୍ତମାନ ସୁଦ୍ଧା କ୍ୟାରିଅରରେ ମାତ୍ର ୪ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ସକ୍ଷମ ହୋଇ ପାରିଛନ୍ତି । ତେବେ ଟେଷ୍ଟ ମ୍ୟାଚକୁ ମଧ୍ୟ ଦିନିକିଆ ମ୍ୟାଚ ଭଳି ଖେଳିବାକୁ ଚାହୁଁଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ସେପ୍ଟେମ୍ବର ୩୦ ତାରିଖରେ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ । ଏହି ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ବାନ୍ଧିଛନ୍ତି ।

ହିଲିଙ୍କ ମୁତାବକ ବର୍ତ୍ତମାନ ଟେଷ୍ଟ ମ୍ୟାଚରେ ବହୁ ପରିବର୍ତ୍ତନ ହୋଇଛି । ଆଜି ଦିନରେ ଏଥିପାଇଁ ସେ ରୋହିତ ଶର୍ମା ଭଳି ଖେଳାଳିଙ୍କଠାରୁ ପ୍ରେରଣା ନେଉଛନ୍ତି । ଧଳା ବଲ୍‌ରେ ସବୁଠାରୁ ଧୂଆଁଦାର ଖେଳାଳି ହେଉଛନ୍ତି ରୋହିତ ଶର୍ମା । ସମସ୍ତ ଫର୍ମାଟରେ ସେ ବ୍ୟାଟିଂ କରିବାକୁ ସକ୍ଷମ । ଏହାର ଜ୍ବଳନ୍ତ ଉଦାହରଣ ସେ ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଗସ୍ତରେ ଦେଇଛନ୍ତି ।

ଏଲିସ ହିଲ ସାକ୍ଷାତାକାରରେ କହିଛନ୍ତି ଯେ, "ବର୍ତ୍ତମାନ ସମୟରେ ମୁଁ ଭାରତୀୟ ଦଳର ଦିନିକିଆ ଉପ ଅଧିନାୟକ ରୋହିତ ଶର୍ମାଙ୍କ ଭଳି ଖେଳିବାକୁ ଚାହୁଁଛି । ସେ ସମସ୍ତ ଫର୍ମାଟରେ ଖେଳିବାକୁ ସକ୍ଷମ ହୋଇଛନ୍ତି । ବର୍ତ୍ତମାନ ମୁଁ ତାଙ୍କ ଭଳି ଖେଳିବାକୁ ପ୍ରୟାସ କରୁଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.