ETV Bharat / sports

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-20 ଭାରତୀୟ ଦଳ; ବରିଷ୍ଠଙ୍କୁ ବିଶ୍ରାମ, ପାଣ୍ଡ୍ୟା ଅଧିନାୟକ

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-20 ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେତୃତ୍ବ ଦିଆଯାଇଥିବା ବେଳେ ତିଲକ ବର୍ମା ଓ ଯଶସ୍ବୀ ଜୈସ୍ବାଲଙ୍କୁ ସାମିଲ କରାଯାଇଛି ।

author img

By

Published : Jul 6, 2023, 9:30 AM IST

india vs westindies t20i series
indian team for t20i series against westindies

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ବରିଷ୍ଠ ଖେଳାଳି ଯେପରି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଥିବା ବେଳେ ସୂର୍ଯ୍ୟକୁମାରଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି । ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ଯଶସ୍ବୀ ଜୈସ୍ବାଲ ଓ ତିଲକ ବର୍ମାଙ୍କୁ 15 ଜଣିଆ ସ୍କ୍ବାଡ୍‌ରେ ସ୍ଥାନ ମିଳିଛି । ନବ ନିଯୁକ୍ତ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ଅଧୀନରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ବେଣ୍ଟି ଦଳ ଘୋଷଣା ହୋଇଛି ।

  • India's T20I squad: Ishan Kishan (wk), Shubman Gill, Yashasvi Jaiswal, Tilak Varma, Surya Kumar Yadav (VC), Sanju Samson (wk), Hardik Pandya (C), Axar Patel, Yuzvendra Chahal, Kuldeep Yadav, Ravi Bishnoi, Arshdeep Singh, Umran Malik, Avesh Khan, Mukesh Kumar.

    — BCCI (@BCCI) July 5, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Indian Team for West Indies Tour: ରୋହିତ-କୋହଲିଙ୍କର ବିକଳ୍ପ ନାହିଁ, ଟେଷ୍ଟରୁ ପୂଜାରାଙ୍କୁ ଛୁଟି

ବରିଷ୍ଠ ଖେଳାଳି ଯେପରି ରୋହିତ ଶର୍ମା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଡେଜାଙ୍କୁ ବିଶ୍ରାମ ଦିଆଯାଇଛି । ପ୍ରଥମ ଥର ପାଇଁ ଯଶସ୍ବୀ ଜୈସ୍ବାଲ ଓ ତିଳକ ବର୍ମାଙ୍କୁ ଟି-ଟ୍ବେଣ୍ଟି ଦଳରେ ସାମିଲ କରାଯାଇଛି । ଜୈସ୍ବାଲଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଦଳରେ ମଧ୍ୟ ସ୍ଥାନ ମିଳିଛି । ତିଲକ ବର୍ମା ବର୍ତ୍ତମାନ ଦୁଲୀପ ଟ୍ରଫି ଖେଳୁଛନ୍ତି । ସଞ୍ଜୁ ସାମସନ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଇଶାନ କିଷନ ୱିକେଟକିପର ଭାବେ ସ୍ଥାନ ବଜାୟ ରଖିଛନ୍ତି ।

ରିଙ୍କୁ ସିଂହଙ୍କୁ ମିଳିଲାନି ସୁଯୋଗ: ଆଇପିଏଲରେ କେକେଆର ଫ୍ରାଞ୍ଚାଇଜରୁ ଖେଳୁଥିବା ରିଙ୍କୁ ସିଂହଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଥିଲା । ମାତ୍ର ତାଙ୍କୁ ଟି-ଟ୍ବେଣ୍ଟି ଦଳରେ ସୁଯୋଗ ମିଳିନାହିଁ । ସେହିପରି ଋତୁରାଜ ଗାଏକ୍ବାଡ, ଜିତେଶ ଶର୍ମାଙ୍କୁ ଟି-20 ଦଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଥିଲା ମାତ୍ର ଏହି 3ଜଣଙ୍କୁ ସୁଯୋଗ ମିଳିନାହିଁ । ରିଙ୍କୁ ସିଂହ ଆଇପିଏଲରେ 14 ମ୍ୟାଚ ଖେଳି 474 ରନ କରିଥିଲେ ।

ଏହା ବି ପଢନ୍ତୁ...BCCI ଚୟନ କମିଟି ଅଧ୍ୟକ୍ଷ ଅଗରକରଙ୍କ ରେକର୍ଡ, ଯାହା ସଚିନ କରିନଥିଲେ ତାହା ସେ କରିଥିଲେ

ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-20 ସିରିଜ ପୂର୍ବରୁ ଭାରତ ଦୁଇଟି ଟେଷ୍ଟ ଓ 3ଟି ଦିନିକିଆ ମ୍ୟାଚ ଖେଳିବ । ଏହା ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳିବ ଭାରତ । ଜୁଲାଇ 12ରୁ 16 ପ୍ରଥମ ଟେଷ୍ଟ, ଜୁଲାଇ 20ରୁ 24 ଦ୍ବିତୀୟ ଟେଷ୍ଟ ଖେଳାଯିବାକୁ ଥିବାବେଳେ ଜୁଲାଇ 27, 29, ଅଗଷ୍ଟ 1ରେ 3ଟି ଦିନିକିଆ ମ୍ୟାଚ ଖେଳାଯିବ । ଏହାପରେ ଅଗଷ୍ଟ 3, 6, 8, 12 ଓ 13 ତାରିଖରେ 5 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ଖେଳିବ ଭାରତ ।

15ଜଣିଆ ଭାରତୀୟ ଟି-ଟ୍ବେଣ୍ଟି ଦଳ: ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ(ଉପଅଧିନାୟକ), ଇଶାନ କିଷନ, ଶୁଭମନ ଗିଲ, ଯଶସ୍ବୀ ଜୈସ୍ବାଲ, ତିଲକ ବର୍ମା, ସଞ୍ଜୁ ସାମସନ, ଅକ୍ଷର ପଟେଲ, ୟୁଝବେନ୍ଦ୍ର ଚହଲ, କୂଳଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଉମ୍‌ରାନ ମଲିକ, ଅଭେଶ ଖାନ, ମୁକେଶ କୁମାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.