ETV Bharat / sports

ଆଜି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ

ଆଜି (ଶୁକ୍ରବାର) ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । କୁଇନ୍ସ ପାର୍କ ଗ୍ରାଉଣ୍ଡରେ ପ୍ରଥମ ଦିନିକିଆ ଖେଳିବେ ଦୁଇ ଦଳ । ଅଧିକ ପଢନ୍ତୁ

author img

By

Published : Jul 22, 2022, 9:31 AM IST

ଆଜି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ
ଆଜି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ

ପୋର୍ଟ ଅଫ ସ୍ପେନ: ଆଜି (ଶୁକ୍ରବାର) ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । କୁଇନ୍ସ ପାର୍କ ଗ୍ରାଉଣ୍ଡରେ ପ୍ରଥମ ଦିନିକିଆ ଖେଳିବେ ଦୁଇ ଦଳ । ଶିଖର ଧାୱନଙ୍କ ନେତୃତ୍ବରେ ଯୁବ ଦଳକୁ ନେଇ ଗଠିତ ଭାରତୀୟ ସ୍କ୍ବାର୍ଡ ଉନ୍ନତ ପ୍ରର୍ଦଶନ କରି ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଘରୋଇ ଦଳ ପ୍ରଥମ ମ୍ୟାଚ ଜିତିବାକୁ ପ୍ରସ୍ତୁତି କରିଛି । ମ୍ୟାଚଟି ଜୋରଦାର ହେବା ଅନୁମାନ କରାଯାଉଛି ।

କ୍ୟାପ୍ଟେନ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଦଳର ମଙ୍ଗ ଧରିଛନ୍ତି ଶିଖର ଧାୱନ । ବିରାଟ କୋହଲିଙ୍କ ସମେତ ଯଶପ୍ରୀତ ବୁମରା, ମହମ୍ମଦ ସାମି, ଋିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ଏମାନଙ୍କ ଅନୁପସ୍ଥିତି ପରେ ବି ଭାରତୀୟ ଟିମ ଯଥେଷ୍ଟ ଶକ୍ତିଶାଳୀ ରହିଛି । ଯୁବ ଖେଳାଳିଙ୍କ ପାଖରେ ସେମାନଙ୍କୁ ପ୍ରମାଣିତ କରିବା ପାଇଁ ସୁଯୋଗ ରହିଛି । ଯୁବ ଓପନର ଶୁଭମନ ଗିଲ, ଇଷାନ କିଷନ ଓ ଋତୁରାଜ ଗାଏକ୍ବାର୍ଡଙ୍କ ଉପରେ ଆଜି ନଜର ରହିବ । ଘରୋଇ ଦିନିକିଆ କ୍ରିକେଟରେ ଗାଏକ୍ବାର୍ଡଙ୍କ ଭଲ ପ୍ରଦର୍ଶନ ରହିଛି ।

ଶ୍ରେୟାସ ଆୟର, ଦୀପକ ହୁଡ୍ଡା ସଞ୍ଜୁ ସାମସନ ଓ ସୂର୍ଯ୍ୟକୁମାର ମଧ୍ୟଭାଗ ସମ୍ଭାଳିବେ । ବୋଲିଂ ବିଭାଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁର ସ୍ଥାନ ପାଇପାରନ୍ତି । ଯୁବ ଖେଳାଳି କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ କ୍ରିକେଟ ପ୍ରେମୀଙ୍କ ନଜର ରହିଛି । ଦିନିକିଆ ସିରିଜର ନେତୃତ୍ବ ନେବା ଶିଖର ଧାୱନଙ୍କ ପାଇଁ ଆହ୍ବାନପୂର୍ଣ୍ଣ ରହିବ ।

ସେପଟେ ୱେଷ୍ଟଇଣ୍ଡିଜକୁ ଭାରତକୁ ହରାଇବାକୁ ହେଲେ ଦଳଗତ ପ୍ରଦର୍ଶନ କରିବାକୁ ହେବ । ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ହେବ । କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଭାରତ ଖେଳିଥିବା ଶେଷ 9ଟି ଦିନିକିଆରେ 8ଟିରେ ବିଜୟ ହାସଲ କରିଛି । ଅନ୍ୟ ମ୍ୟାଚଟି ବର୍ଷା ପାଇଁ ବାତିଲ ହୋଇଥିଲା । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ 3ଟି ଦିନିକିଆ ଓ 5ଟି ଟି-ଟ୍ବେଣ୍ଟି ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.