ETV Bharat / sports

India vs West Indies: ଆଜି ଦ୍ବିତୀୟ ଦିନିକିଆ, ସିରିଜ ସିଲ ଲକ୍ଷ୍ୟରେ ଭାରତ

author img

By

Published : Feb 9, 2022, 9:32 AM IST

ଆଜି (ବୁଧବାର) ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିତୀୟ ଦିନିକିଆ ଖେଳାଯିବ । ପ୍ରଥମ ମ୍ୟାଚକୁ ଚହରଙ୍କ ଚମତ୍କାର ପ୍ରଦର୍ଶନ ସହ ୧-୦ରେ ଜିତିବା ପରେ ଆଜିର ମ୍ୟାଚକୁ ଜିତିବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ । ଅଧିକ ପଢନ୍ତୁ

ଆଜି ଦ୍ବିତୀୟ ଦିନିକିଆ, ସିରିଜ ସିଲ ଲକ୍ଷ୍ୟରେ ଭାରତ

ଅହମ୍ମଦାବାଦ: ଆଜି (ବୁଧବାର) ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିତୀୟ ଦିନିକିଆ ଖେଳାଯିବ । ପ୍ରଥମ ମ୍ୟାଚକୁ ଚହରଙ୍କ ଚମତ୍କାର ପ୍ରଦର୍ଶନ ସହ ୧-୦ରେ ଜିତିବା ପରେ ଆଜିର ମ୍ୟାଚକୁ ଜିତିବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ । ଆଜିର ବିଜୟ ସହ ସିରିଜ ହାତେଇବାକୁ ଭାରତ ଉଦ୍ୟମ କରିବ। ସେପଟେ ପ୍ରଥମ ମ୍ୟାଚ ହାରିବା ପରେ ଆଜି ଦୃଢ ମନୋବଳ ସହ ପଡିଆକୁ ଓହ୍ଲାଇବ କିରେନ ପୋଲାର୍ଡ ବାହିନୀ । ଏନେଇ ଦଳକୁ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡିବ ।

ପ୍ରଥମ ମ୍ୟାଚରେ ରୋହିତଙ୍କ ରଣନୀତି ଓ ଫିଲ୍ଡିଂ ସଜ୍ଜା ବେଶ ଭଲ ଥିଲା । ପରିଣାମ ଏକ ସହଜ ବିଜୟ ହାସଲ କରିଥିବା ଟିମ ଇଣ୍ଡିଆ । ତଥାପି ବ୍ୟାଟିଂ ବିଭାଗରେ ସାମାନ୍ୟ ଦୁର୍ବଳତା ଦେଖିବାକୁ ମିଳିଥିଲା । ବିରାଟ କୋହଲି ପାଭିଲିୟନ ଫେରି କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଥିଲେ । ଆଜିର ମ୍ୟାଚରେ ଏକାଦଶରେ କିଛି ପରିବର୍ତ୍ତନର ସମ୍ଭାବନା ରହିଛି । ଉପଅଧିନାୟକ ଲୋକେଶ ରାହୁଲ ଫେରିଛନ୍ତି । ଇଷାନ କିଶନଙ୍କ ସ୍ଥାନରେ ଖେଳିବେ ରାହୁଲ । କୋରୋନା ସଂକ୍ରମିତ ହୋଇ ପ୍ରଥମ ମ୍ୟାଚ ଖେଳି ନଥିବା ଧାୱନ ଓ ଶ୍ରେୟାସ ଆୟର ସୁସ୍ଥ ହୋଇଛନ୍ତି । ଆଜିର ମ୍ୟାଚରେ ସେମାନେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଆଜିର ମ୍ୟାଚକୁ ଜିତିବା ପାଇଁ ଭାରତକୁ ସବୁ ଦିଗରେ ଭଲ ପ୍ରଦର୍ଶନ କରିବାକୁ ପଡିବ ।

ଏହା ବି ପଢନ୍ତୁ...India vs West Indies: ଚହଲଙ୍କ ଦିନିିକିଆ ୱିକେଟ ସେଞ୍ଚୁରୀ, ବନିଲେ ଦ୍ବିତୀୟ ଦ୍ରୁତତମ ଭାରତୀୟ ସ୍ପିନର

ୱେଷ୍ଟ ଇଣ୍ଡିଜ ମଧ୍ୟ ମ୍ୟାଚ ଜିତିବାକୁ କୌଣସି ସୁଯୋଗ ହାତଛଡା କରିବ ନାହିଁ । ମ୍ୟାଚ ଜିତିବାକୁ ହେଲେ ଦଳକୁ ଏକ ବିଶାଳ ସ୍କୋର କରିବାକୁ ପଡିବ । ଭ୍ରମଣକାରୀ ଦଳକୁ ଭାରତୀୟ ସ୍ପିନରଙ୍କ ମୁକାବିଲା କରିବା ପାଇଁ ଉପଯୁକ୍ତ ଉପାୟ ଆପଣେଇ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ପଡିବ । ପ୍ରଥମ ଦିନିକିଆରେ ପୋଲାର୍ଡ ବିଫଳ ହୋଇଥିଲେ ଆଜିର ମ୍ୟାଚରେ ତାଙ୍କ ବ୍ୟାଟରୁ ଏକ ବଡ ଇନିଂସ ଆଶା କରାଯାଉଛି । ଅପରାହ୍ନ ୧ଟା ୩୦ରୁ ମ୍ୟାଚ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.