ETV Bharat / sports

T20 World Cup: ଆୟରଲାଣ୍ଡ ବିପକ୍ଷରେ ଶ୍ରୀଲଙ୍କାର ସହଜ ବିଜୟ

author img

By

Published : Oct 23, 2022, 5:13 PM IST

ଚଳିତ ଟି୨୦ ବିଶ୍ବକପ ସୁପର ୧୨ ପର୍ଯ୍ୟାୟରେ ଆୟରଲାଣ୍ଡକୁ ୯ ୱିକେଟରେ ହରାଇ ଶ୍ରୀଲଙ୍କା ସହଜ ବିଜୟ ଲାଭ କରିଛି । ଅଧିକ ପଢନ୍ତୁ

T20 World Cup : ଆୟରଲାଣ୍ଡ ବିପକ୍ଷରେ ଶ୍ରୀଲଙ୍କାର ସହଜ ବିଜୟ

ହବର୍ଟ: ଚଳିତ ଟି୨୦ ବିଶ୍ବକପ ସୁପର ୧୨ ପର୍ଯ୍ୟାୟରେ ଚାଲିଛି ମହାମୁକାବିଲା । ସୁପର ୧୨ ପର୍ଯ୍ୟାୟ ତୃତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଶ୍ରୀଲଙ୍କା ଏବଂ ଆୟରଲାଣ୍ଡ । ଏହି ମ୍ୟାଚରେ ଶ୍ରୀଲଙ୍କା ୯ ୱିକେଟରେ ସହଜ ବିଜୟ ଲାଭ କରିଛି । ଆୟରଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୨୮ ରନ କରିଥିଲା । ଏହାର ଜବାବରେ ଶ୍ରୀଲଙ୍କା ୧୫ ଓଭରରେ ଗୋଟିଏ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି ।

୧୨୯ ରନର ବିଜୟ ଲକ୍ଷ୍ୟ ନେଇ ମଇଦନକୁ ଓହ୍ଲାଇଥିଲା ସିହଂଳୀ ଟିମ । କୁଶଲ ମେଣ୍ଡିସଙ୍କ ଜବରଦସ୍ତ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କା ସହଜରେ ଟାର୍ଗେଟ ହାତେଇଥିଲା । ମେଣ୍ଡିସ ୪୩ ବଲରୁ ୫ ଟି ଚୌକା ଏବଂ ୩ ଟି ଛକା ସହିତ ୬୮ ରନର ଧୂଆଁଧାର ଇନିଂସ ଖେଳିଥିଲେ । ସେହିପରି ଧନଞ୍ଜୟ ଡି ସିଲଭା ଏବଂ ଚରିଥ ଅସଲଙ୍କା ଉଭୟ ୩୧ ରନ କରିଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆୟରଲାଣ୍ଡ । ଆରମ୍ଭରୁ ଓପନିଂ ଯୋଡିକୁ ଝଟକା ଲାଗିଥିଲା । ଏହା ପରେ ପାଉଲ ଷ୍ଟ୍ରିଲିଙ୍ଗ ଏବଂ ହାରି ଟେକ୍ଟରଙ୍କ ଇନିଂସ ବଳରେ ଦଳୀୟ ସ୍କୋର ଆଗକୁ ବଢିଥିଲା । ହ୍ୟାରି ଟେକ୍ଟର ସର୍ବାଧିକ ୪୫ ରନ ଇନିଂସ ଖେଳିଥିଲେ । ପାଉଲ ଷ୍ଟ୍ରିଲିଙ୍ଗ ୨୫ ବଲରୁ ୪ ଟି ଚୌକା ଏବଂ ଗୋଟିଏ ଛକା ସହିତ ଗୋଟିଏ ୩୪ ରନ କରିଥିଲେ । ସେହିପରି ଲୁର୍କନ ତୁକର ୧୦ ରନ ଓ ଜର୍ଜ ଡକ୍ରେଲ ୧୪ ରନ କରିଥିଲେ ।

ଆୟରଲାଣ୍ଡର ଅନ୍ୟ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଛୁଇଁପାରିନଥିଲେ । ସେପଟେ ଶ୍ରୀଲଙ୍କାର ମହେଶ ଥିକଶାନା ଓ ୱାନିନ୍ଦୁ ହସରଙ୍ଗା ଦୁଇଟି ୱିକେଟ ନେଇଥିଲେ । ବିନୁରା ଫର୍ନଣ୍ଡ, ଲହିରୁ କୁମାରା, ଧନଞ୍ଜୟ ଡି ସିଲଭା, ଚମିକା କରୁଣାରତ୍ନେ ଗୋଟିଏ ୱିକେଟ ନେଇଥିଲେ । କୁଶଲ ମେଣ୍ଡିସ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.