ETV Bharat / sports

Syed Mushtaq Ali Trophy: ଦମଦାର ବିଜୟରୁ ଅଭିଯାନ ଆରମ୍ଭ କଲା ଓଡିଶା - ବିଜୟରୁ ଅଭିଯାନ ଆରମ୍ଭ

ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୧ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ ଓଡିଶା । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଖେଳିଥିବା ଓଡିଶା ୪ ୱିକେଟରେ ଗୋଆକୁ ମାତ୍‌ ଦେଇଛି । ଅଧିକ ପଢନ୍ତୁ...

Syed Mushtaq Ali Trophy 2021: Odisha Kicks Off Campaign With thrilling win Against Goa
Syed Mushtaq Ali Trophy: ଦମଦାର ବିଜୟରୁ ଅଭିଯାନ ଆରମ୍ଭ କଲା ଓଡିଶା
author img

By

Published : Nov 4, 2021, 7:52 PM IST

ଲକ୍ଷ୍ନୌ: ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୧ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ ଓଡିଶା । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଖେଳିଥିବା ଓଡିଶା ୪ ୱିକେଟରେ ଗୋଆକୁ ମାତ୍‌ ଦେଇଛି । ୧୦୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଓଡିଶା ଶେଷ ଓଭରରେ ବିଜୟୀ ହୋଇଥିଲା । ଟିମ ପକ୍ଷରୁ ଅଂଶୁମାନ ରଥ ସର୍ବାଧିକ ୨୯ ଓ ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର ୨୪ ରନ୍‌ର ଇଂନିସ ଖେଳିଥିଲେ । ଅଭିଶେକ ଯାଦବ ୧୮ ଓ ଅଭିଶେକ ରାଉତ ୧୨ ରନ୍‌ କରିଥିଲେ ।

ପୂର୍ବରୁ ଗୋଆ ନିର୍ଦ୍ଧାରିତ ୨୦ ଓଭରରେ୮ ୱିକେଟ ହରାଇ ୧୦୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଓଡିଶା ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିପାରିନଥିଲେ ଗୋଆ ବ୍ୟାଟର୍‌ । ଟିମ ପକ୍ଷରୁ ଶୁଭମ ରଞ୍ଜନେ ସର୍ବାଧିକ ୩୨ ରନ୍‌ର ଇଂନିସ ଖେଳିଥିଲେ । ତେବେ ଅନ୍ୟ କୌଣସି ବ୍ୟାଟ୍‌ର ସଫଳ ହୋଇନଥିଲେ ।

ଓଡିଶା ପକ୍ଷରୁ ଜୟନ୍ତ ବେହେରା ୪ ଓଭରରେ ୧୪ ରନ୍‌ ବ୍ୟୟରେ ୩ଟି ୱିକେଟ ହାତେଇବା ସହ ସଫଳତମ ବୋଲର ରହିଥିଲେ । ବିକାଶ ରାଉତ ମଧ୍ୟ ୪ ଓଭରରେ ୨୭ ରନ୍‌ ବ୍ୟୟରେ ୩ଟି ୱିକେଟ ଦଖଲ କରିଥିଲେ । ଆଶିଷ ରୟ ୨ଟି ୱିକେଟ ଅକ୍ତିଆର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.