ଅନ୍ତର୍ଜାତୀୟ କ୍ରିକେଟରେ ୧୭ ହଜାର ରନ; କୋହଲି-ସଚିନଙ୍କ କ୍ଲବରେ ହିଟ୍ମ୍ୟାନ - ୧୭ ହଜାର ରନ ପୂରଣ କଲେ ଅଧିନାୟକ ରୋହିତ ଶର୍ମା
ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୧୭ ହଜାର ରନ ପୂରଣ କଲେ ଅଧିନାୟକ ରୋହିତ ଶର୍ମା । ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ କ୍ଲବରେ ହେଲେ ସାମିଲ । ଅଧିକ ପଢ଼ନ୍ତୁ
ହାଇଦ୍ରାବାଦ: ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ । ଗୁଜୁରାଟର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଜାରି ରହିଥିବା ଶେଷ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନରେ କେବଳ ୩୫ ରନ କରି ଆଉଟ ହୋଇଥିବା ରୋହିତ ଶର୍ମା ଏକ ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି । ନିଜ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୧୭ ହଜାର ରନ ପୂରଣ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା ।
-
𝗔 𝗱𝗮𝘆 𝗳𝘂𝗹𝗹 𝗼𝗳 𝗺𝗶𝗹𝗲𝘀𝘁𝗼𝗻𝗲𝘀!
— BCCI (@BCCI) March 11, 2023 " class="align-text-top noRightClick twitterSection" data="
Congratulations to #TeamIndia 🇮🇳 captain @ImRo45 on reaching 1⃣7⃣0⃣0⃣0⃣ runs in international cricket 👏👏 pic.twitter.com/CZ8vYpHmGe
">𝗔 𝗱𝗮𝘆 𝗳𝘂𝗹𝗹 𝗼𝗳 𝗺𝗶𝗹𝗲𝘀𝘁𝗼𝗻𝗲𝘀!
— BCCI (@BCCI) March 11, 2023
Congratulations to #TeamIndia 🇮🇳 captain @ImRo45 on reaching 1⃣7⃣0⃣0⃣0⃣ runs in international cricket 👏👏 pic.twitter.com/CZ8vYpHmGe𝗔 𝗱𝗮𝘆 𝗳𝘂𝗹𝗹 𝗼𝗳 𝗺𝗶𝗹𝗲𝘀𝘁𝗼𝗻𝗲𝘀!
— BCCI (@BCCI) March 11, 2023
Congratulations to #TeamIndia 🇮🇳 captain @ImRo45 on reaching 1⃣7⃣0⃣0⃣0⃣ runs in international cricket 👏👏 pic.twitter.com/CZ8vYpHmGe
ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ରେ ଭାରତର ବ୍ୟାଟର ମାନଙ୍କର ଭଲ ପ୍ରଦର୍ଶନ ଜାରି ରହିଛି । ଦ୍ବିତୀୟ ଦିନରେ କଙ୍ଗାରୁ ଦଳ ୪୮୦ ରନରେ ଅଲ ଆଉଟ ହେବାପରେ ମୈଦାନକୁ ଓହ୍ଲାଇଥିଲା ରୋହିତ ବାହିନୀ । ଗତକାଲି ବିନା କୌଣସି କ୍ଷତିରେ ଭାରତ ୩୬ ରନ ସଂଗ୍ରହ କରିଥିଲା । ଆଜି ମଧ୍ୟ ପ୍ରଥମରୁ ଉଭୟ ରୋହିତ ଓ ଶୁଭମନ ଗିଲ ଭଲ ପ୍ରଦର୍ଶନ ଜାରି ରଖିଥିଲେ । ଉଭୟ ଭାରତକୁ ୩୬ ରନରୁ ନେଇ ୭୪ ରନରେ ପହଞ୍ଚାଇଥିଲେ । ଅଧିନାୟକ ରୋହିତ ଶର୍ମା ୫୮ ବଲରୁ ୩ଟି ଚୌକା ଓ ଗୋଟିଏ ଛକା ସହିତ ୩୫ ରନ ସଂଗ୍ରହ କରିଥିଲେ । ଏହାପରେ କଙ୍ଗାରୁ ବୋଲର ମାଥ୍ୟୁ କୁହନେମନଙ୍କ ବଲର ଶିକାର ହୋଇଥିଲେ ଭାରତୀୟ ଅଧିନାୟକ ।
ତେବେ ଏହି ମ୍ୟାଚ୍ରେ ୨୧ ରନ ସଂଗ୍ରହ କରି ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଜ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୧୭ ହଜାର ରନ ପୂରଣ କରିଛନ୍ତି । ଏହି ମାଇଲ ଖୁଣ୍ଟ ଅତିକ୍ରମ କରିବାରେ ରୋହିତ ସପ୍ତମ ଭାରତୀୟ କ୍ରିକେଟର ହୋଇଛନ୍ତି । ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ରନ ମେସିନ ବିରାଟ କୋହଲିଙ୍କ ସହ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ସୌରଭ ଗାଙ୍ଗୁଲି, ବୀରେନ୍ଦ୍ର ସେହୱାଗ ଓ ମହେନ୍ଦ୍ର ସିଂହ ଧୋନୀ ୧୭ ହଜାର ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି । ଏବେ ଏହି ତାଲିକାରେ ଅଧିନାୟକ ରୋହିତ ଶର୍ମାଙ୍କ ନାମ ଯୋଡ଼ି ହୋଇଛି । ତେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୩୪୩୫୭ ରନ ସଂଗ୍ରହ କରିବାର ରେକର୍ଡ ରହିଛି ।
ବିଶ୍ବ କ୍ରିକେଟରେ ହିଟ୍ମ୍ୟାନ ଭାବେ ପରିଚିତ ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ଏବେ ପର୍ଯ୍ୟନ୍ତ ୧୪୮ ଟି୨୦ ମ୍ୟାଚ୍ ଖେଳିଛନ୍ତି । ସେଥିରୁ ୧୪୦ ପାଳି ଖେଳି ସେ ୩୮୫୩ ରନ ସଂଗ୍ରହ କରିଛନ୍ତି । ସେଥି ମଧ୍ୟରୁ ତାଙ୍କର ସର୍ବାଧିକ ସ୍କୋର ୧୧୮ ରନ ରହିଛି । ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ସେ ଏବେ ପର୍ଯ୍ୟନ୍ତ ୪ ଶତକ ଓ ୨୯ ଅର୍ଦ୍ଧଶତକ ହାସଲ କରିପାରିଛନ୍ତି । ଏହାଛଡ଼ା ସେ ଘରୋଇ ଟି୨୦ରେ ୪୦୭ ମ୍ୟାଚ୍ର ୩୯୪ ପାଳି ଖେଳି ୧୦୭୦୩ ରନ ସଂଗ୍ରହ କରିଛନ୍ତି । ଏଥିରେ ରୋହିତ ୬ ଶତକ ଓ ୭୨ ଅର୍ଦ୍ଧଶତକ ହାସଲ କରିଛନ୍ତି ।
ରୋହିତ ଶର୍ମା ଦିନିକିଆ କ୍ରିକେଟ କ୍ୟାରିୟରରେ ମଧ୍ୟ ବେଶ ସଫଳତା ହାସଲ କରିଛନ୍ତି । ସେ ନିଜ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ କ୍ୟାରିୟରରେ ୨୪୧ ମ୍ୟାଚ୍ରେ ୨୩୪ ପାଳି ଖେଳିଛନ୍ତି । ଏଥିରେ ସେ ୯୭୮୨ ରନ ସଂଗ୍ରହ କରିଛନ୍ତି । ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ରୋହିତ ଶର୍ମାଙ୍କର ସର୍ବାଧିକ ସ୍କୋର ୨୬୪ ରନ । ଦିନିକିଆରେ ସେ ୩୦ ଶତକ ଓ ୪୮ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ