ETV Bharat / sports

ଆଗାମୀ T-20 ବିଶ୍ୱକପ ପାଇଁ ଭାରତର ପ୍ରସ୍ତୁତି - ଇଣ୍ଡିଆ ଇଂଲଣ୍ଡ ଟି ଟ୍ବେଣ୍ଟି ମ୍ୟାଚ

ଆସନ୍ତା ଅକ୍ଟୋବରରୁ ଅଷ୍ଟ୍ରେଲିଆରେ T-20 ବିଶ୍ବକପ ଆରମ୍ଭ ହେବାକୁ ଯାଉଛି । ଭାରତକୁ ବିଶ୍ବକପ ପୂର୍ବରୁ ପାଖାପାଖି ୧୫ ଟି ମ୍ୟାଚ ଖେଳିବାକୁ ପଡିବ । ଇଂଲଣ୍ଡ ବିପକ୍ଷରେ ୩ ଟି ମ୍ୟାଚ, ୱେଷ୍ଟଇଣ୍ଡିଜ ବିପକ୍ଷରେ ପାଞ୍ଚଟି T-20 ମ୍ୟାଚ ଯାହା ୨୯ ଜୁଲାଇରୁ ଅଗଷ୍ଟ ୭ ପର୍ଯ୍ୟନ୍ତ ଖେଳାଯିବ । ସେହିପରି ଏସିଆ କପରେ ୫ ଟି ମ୍ୟାଚ ଖେଳିବାର ଯୋଜନା ରହିଛି । ଅଧିକ ପଢନ୍ତୁ

ଆଗାମୀ ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ ଭାରତର ପ୍ରସ୍ତୁତି

author img

By

Published : Jul 7, 2022, 4:36 PM IST

ହାଇଦ୍ରାବାଦ: ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି ଘରୋଇ ଇଂଲଣ୍ଡ ଏବଂ ଭାରତ ବିପକ୍ଷ T-20 ମ୍ୟାଚ । ଏହି ମ୍ୟାଚ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳାଯିବ । ଏଜବେଷ୍ଟନରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟରେ ରୋହିତ ବାଦ ପଡିଥିଲେ । ରୋହିତଙ୍କୁ କୋରୋନା ହୋଇଥିବା କାରଣରୁ ସେ ଟେଷ୍ଟରୁ ବାଦ ପଡିଥିଲେ । ତେବେ ଆଜି (ଗୁରୁବାର)ଠୁ ଆରମ୍ଭ ହେବାକୁ ଥିବା ଟି-ଟ୍ବେଣ୍ଟି ମ୍ୟାଚ ରୋତହିତଙ୍କ ନେତୃତ୍ବରେ ଦଳ ପଡିଆକୁ ଓହ୍ଲାଇବ । ଏହା ସହିତ ଭାରତୀୟ କ୍ରିକେଟ ଦଳ ଆଗକୁ ଥିବା ଟ୍ବି-ଟ୍ବେଣ୍ଟି ବିଶ୍ବକପ ପାଇଁ ଉତ୍ତମ ଏକାଦଶ ଖେଳାଳିଙ୍କୁ ପ୍ରସ୍ତୁତ କରିବ ।

ଟେଷ୍ଟରେ ଖେଳିଥିବା କିଛି କ୍ରିକେଟର T-20ରେ ଖେଳିବେ ନାହିଁ । ବିରାଟ କୋହଲି, ଜଶପ୍ରିତ ବୁମରା, ରବୀନ୍ଦ୍ର ଜାଡେଜା, ଶେୟାସ ଆୟାର ପରବର୍ତ୍ତୀ T-20 ମ୍ୟାଚରେ ଖେଳିବେ । ଋତୁରାଜ ଗାଏକ୍ବାଡ, ଇଶାନ କିଶାନ,ଦୀପକ ହୁଡ୍ଡା ପ୍ରଥମ T-20 ମ୍ୟାଚ ଖେଳିବେ । ନିକଟରେ ଆୟାର୍ଲାଣ୍ଡ ବିପକ୍ଷରେ ଖେଳାଯାଇଥିବା T-20ରେ ଦୀପକ ହୁଡ୍ଡାଙ୍କର ଜବରଦସ୍ତ ପ୍ରଦର୍ଶନ ରହିଥିଲା ।

ଆସନ୍ତା ଅକ୍ଟୋବରରୁ ଅଷ୍ଟ୍ରେଲିଆରେ T-20 ବିଶ୍ବକପ ଆରମ୍ଭ ହେବାକୁ ଯାଉଛି । ଭାରତକୁ ବିଶ୍ବକପ ପୂର୍ବରୁ ପାଖାପାଖି ୧୫ ଟି ମ୍ୟାଚ ଖେଳିବାକୁ ପଡିବ । ଇଂଲଣ୍ଡ ବିପକ୍ଷରେ ୩ ଟି ମ୍ୟାଚ, ୱେଷ୍ଟଇଣ୍ଡିଜ ବିପକ୍ଷରେ ପାଞ୍ଚଟି T-20 ମ୍ୟାଚ ଯାହା ୨୯ ଜୁଲାଇରୁ ଅଗଷ୍ଟ ୭ ପର୍ଯ୍ୟନ୍ତ ଖେଳାଯିବ । ସେହିପରି ଏସିଆ କପରେ ୫ ଟି ମ୍ୟାଚ ଖେଳିବାର ଯୋଜନା ରହିଛି ।

ସେହିପରି ଇଂଲଣ୍ଡ ପକ୍ଷରୁ ଜୋସ ବଟଲରଙ୍କ ଅଧିନାୟକତ୍ବରେ ଦଳ ପଡିଆକୁ ଓହ୍ଲାଇବ । ନିକଟରେ ଇଅନ ମର୍ଗାନ କ୍ରିକେଟରୁ ସବୁ ଫର୍ମାଟରୁ ଅବସର ଗ୍ରହଣ ପରେ ଏବେ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି ବଟଲରଙ୍କ ଯୁଗ । ବେନ ଷ୍ଟୋକ୍ସ ଏବଂ ଜନୀ ବେୟାରଷ୍ଟୋଙ୍କୁ ଟେଷ୍ଟ ପରେ ବିଶ୍ରାମ ଦିଆଯାଇଛି ।

ଇଂଲଣ୍ଡ : ଜୋସ ବଟଲର(ଅଧିନାୟକ), ମୋଇନ ଅଲ୍ଲୀ, ହ୍ୟାରୀ ବ୍ରୁକ, ସାମ କରନ, ରିଚାର୍ଡ ଗ୍ଲିସନ, କ୍ରିସ ଜୋର୍ଦନ, ଲିଆମ ଲିଭିଙ୍ଗଷ୍ଟନ, ଡେଭିଡ ମାଲନ, ତ୍ୟମାଲ ମିଲ୍ସ, ମାଥ୍ୟୁ ପାର୍କିନସନ, ଜଶନ ରୟ, ଫିଲ ସଲ୍ଟ, ରୀସି ଟୋପେଲି ଏବଂ ଡେଭିଡ ୱିଲି ।

ଭାରତ : ରୋହିତ ଶର୍ମା(ଅଧିନାୟକ), ଇଶାନ କିଶାନ, ଋତୁରାଜ ଗାଏକ୍ବାଡ, ସଞ୍ଜୁ ସାମସନ, ସୁର୍ଯ୍ୟ କୁମାର ଯାଦବ. ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ(ୱିକେଟ କିପର), ହାର୍ଦିକ ପାଣ୍ଡ୍ୟା, ଭେଙ୍କେଟସ ଆୟାର, ଯୁଜବେନ୍ଦ୍ର ଚହଲ, ଅକ୍ସର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଆଭେସ ଖାନ, ଅର୍ଶଦୀପ ସିଂହ, ଉମରାନ ମଲ୍ଲିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.