ETV Bharat / sports

World Cup 2023: ବଦଳି ପାରେ ପାକିସ୍ତାନ-ଇଂଲଣ୍ଡ ଖେଳ ସୂଚୀ - ଦିନିକିଆ ବିଶ୍ବକପ

ଇଂଲଣ୍ଡ ଓ ପାକିସ୍ତାନ ମ୍ୟାଚ ତାରିଖ ପରିବର୍ତ୍ତନ କରିବାକୁ ବିସିସିଆଇ ଓ ଆଇସିସିକୁ ଅନୁରୋଧ କଲା ସିଏବି । ଅଧିକ ପଢନ୍ତୁ

ICC World Cup 2023
ICC World Cup 2023
author img

By

Published : Aug 6, 2023, 8:49 AM IST

କୋଲକାତା: ଆସନ୍ତା ଅକ୍ଟୋବର 5 ତାରିଖରୁ ଆରମ୍ଭ ହେବ ଦିନିକିଆ ବିଶ୍ବକପ । ଏହା ପୂର୍ବରୁ ଖେଳସୂଚୀକୁ ନେଇ ସମସ୍ୟା ଦେଖା ଦେଇଛି । ପ୍ରଥମେ ପାକିସ୍ତାନ ଓ ଭାରତ ମ୍ୟାଚ ଓ ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ ତାରିଖ ପରିବର୍ତ୍ତନ କରାଯିବା ପରେ ଏବେ ଇଂଲଣ୍ଡ ଓ ପାକିସ୍ତାନ ମ୍ୟାଚ ତାରିଖ ପରିବର୍ତ୍ତନ କରିବାକୁ ବିସିସିଆଇ ଓ ଆଇସିସିକୁ ଅନୁରୋଧ କରିଛି କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ (CAB)।

ନଭେମ୍ବର 12 ତାରିଖରେ କୋଲକାତାର ଇଡେନ ଗାର୍ଡେନ ଠାରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବା ନେଇ ଖେଳସୂଚୀ ପ୍ରକାଶ ପାଇଛି । କିନ୍ତୁ ଏହି ଦିନ କାଳୀପୂଜା ପଡୁଛି । ଯାହା କୋଲକାତାର ପ୍ରମୁଖ ଧାର୍ମିକ ଉତ୍ସବ ବୋଲି କୁହାଯାଏ । ତେଣୁ ଗୋଟିଏ ଦିନରେ ସୁରକ୍ଷା ଯୋଗାଇବା କୋଲକାତା ପୋଲିସ ପକ୍ଷରେ ସହଜ ନୁହେଁ । ତେଣୁ ଏହି ମ୍ୟାଚର ଖେଳସୂଚୀ ପରିବର୍ତ୍ତନ କରିବାକୁ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ ବିସିସିଆଇକୁ ଅନୁରୋଧ କରିଛି ।

ଏହା ମଧ୍ୟ ପଢନ୍ତୁ-ICC ODI World Cup 2023: ଖେଳ ସୂଚୀରେ ସାମାନ୍ୟ ପରିବର୍ତ୍ତନ, ଅକ୍ଟୋବର 14ରେ ଭାରତ-ପାକିସ୍ତାନ ମ୍ୟାଚ

ବିସିସିଆଇକୁ ଅନୁରୋଧ କରିବା ପୂର୍ବରୁ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ ଓ ପୋଲିସ ମଧ୍ୟରେ ଏକ ବୈଠକ ବସିଥିଲା । ମ୍ୟାଚ ଓ ସୁରକ୍ଷାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା । ଏହା ପରେ ନଭେମ୍ବର 12 ତାରିଖ ନୁହଁ ବରଂ 11 ତାରିଖରେ ଇଂଲଣ୍ଡ ଓ ପାକିସ୍ତାନ ମ୍ୟାଚ ଆୟୋଜନ କରିବାକୁ ବିସିସିଆଇକୁ ଅନୁରୋଧ କରିଥିଲା ସିଏବି । ଯଦି ଏଥର ବି ଖେଳ ସୂଚୀରେ ପରିବର୍ତ୍ତନ ହୁଏ ତେବେ ତୃତୀୟ ଥର ପାଇଁ ପାକିସ୍ତାନ ସହ ହେବାକୁ ଥିବା ମ୍ୟାଚରେ ପରିବର୍ତ୍ତନ ଘଟିବ ।

ପୂର୍ବରୁ ଅକ୍ଟୋବର 15 ତାରିଖରେ ଅହମ୍ମଦାବାଦ ଷ୍ଟାଡିୟରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ହେବା ନେଇ ପୂର୍ବରୁ ସୂଚୀ ଘୋଷଣା ହୋଇଥିଲା । କିନ୍ତୁ ସେହିଦିନ ଠାରୁ ନବରାତ୍ରୀ ଆରମ୍ଭ ହେବାକୁ ଥିବାରୁ ଏତେ ପରିମାଣରେ ସୁରକ୍ଷାକର୍ମୀ କିମ୍ବା ପୋଲିସ ମୁତୟନ କରାଯାଇପାରିବ ନାହିଁ ବୋଲି ଭାରତ-ପାକିସ୍ତାନ ମୁକାବିଲାର ତାରିଖ ବଦଳିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଖେଳ ସୂଚୀରେ ପରିବର୍ତ୍ତନ ପାଇଁ ପୋଲିସ ବିସିସିଆଇକୁ ପ୍ରସ୍ତାବ ଦେଇଥିଲା । ପରେ ବିସିସିଆଇ ଆଇସିସିକୁ ଅବଗତ କରାଇଥିଲା । ଶେଷରେ ଅକ୍ଟୋବର 15 ପରିବର୍ତ୍ତେ 14 ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ସେହିପରି ଅକ୍ଟୋବର 12 ତାରିଖରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ହେବାକୁ ଥିଲା । ଏହାକୁ ପରିବର୍ତ୍ତନ କରାଯାଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.