ETV Bharat / sports

ଜାଫର ଯୁଗରେ ରଣଜୀ ଅଭିଯାନ ସଫଳ ନେଇ OCA ଆଶାବାଦୀ

author img

By

Published : Feb 4, 2022, 5:45 PM IST

Updated : Feb 4, 2022, 9:53 PM IST

ପାଞ୍ଚ ବର୍ଷ ବ୍ୟବଧାନ ପରେ ଓଡ଼ିଶା କ୍ରିକେଟ ଆସୋସିଏସନ(OCA)କୁ ରଣଜୀ ଟ୍ରଫି ମ୍ୟାଚ୍‌ ଆୟୋଜନ କରିବାକୁ ମିଳିଛି ସୁଯୋଗ । ଟୁର୍ଣ୍ଣାମେଣ୍ଟର ମ୍ୟାଚ୍‌ ସୂଚୀ ଅନୁଯାୟୀ ଏଲିଟ୍ ଗୃପ-ବି' ର ସମସ୍ତ ମ୍ୟାଚ୍‌ ଆୟାଜନ କରିବ OCA । ଏହି ଗ୍ରୁପରେ ରହିଛି ବେଙ୍ଗଲ, ବରୋଦା, ହାଇଦ୍ରାବାଦ ଓ ଚଣ୍ଡିଗଡ ଟିମ୍ । ଅଧିକ ପଢନ୍ତୁ

OCA optimisic for a successful Ranji campaign of Team Odisha with coach wasim Jaffer
ଜାଫର ଯୁଗରେ ରଣଜୀ ଅଭିଯାନ ସଫଳ ନେଇ ଓସିଏ ଆଶାବାଦୀ

କଟକ: ଦେଶର ସମ୍ମାନଜନକ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ପାଇଁ ବାଜିସାରିଛି ବିଗୁଲ । ଆସନ୍ତା 10ତାରିଖରୁ ଆରମ୍ଭ ହେବ ଏହି ମେଗା ଘରୋଇ ଟୁର୍ଣ୍ଣାମେଣ୍ଟ । ତେବେ ଆଇପିଏଲକୁ ଦୃଷ୍ଟିରେ ରଖି ଦୁଇଟି ପର୍ଯ୍ୟାୟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଘୋଷଣା କରିଛି BCCI । ପ୍ରଥମ ପର୍ଯ୍ୟାୟର ପ୍ରତିଯୋଗିତା ଆସନ୍ତା 10 ତାରିଖରୁ ମାର୍ଚ୍ଚ 15 ତାରିଖ ପର୍ଯ୍ୟନ୍ତ ଖେଳାଯିବ ।

ଜାଫର ଯୁଗରେ ରଣଜୀ ଅଭିଯାନ ସଫଳ ନେଇ OCA ଆଶାବାଦୀ

ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥାତ ଆଇପିଏଲ ପରେ ମେ' ମାସ 30 ତାରିଖରୁ ଜୁନ 26 ତାରିଖ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପ୍ରାୟ 5 ବର୍ଷର ବ୍ୟବଧାନ ପରେ ଓଡ଼ିଶା କ୍ରିକେଟ ଆସୋସିଏସନ(OCA)କୁ ରଣଜୀ ଟ୍ରଫି ମ୍ୟାଚ୍‌ ଆୟୋଜନ କରିବାକୁ ସୁଯୋଗ ମିଳିଛି ।

ଏହାମଧ୍ୟ ପଢନ୍ତୁ: ବାରବାଟୀରେ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମୁକାବିଲା

ଟୁର୍ଣ୍ଣାମେଣ୍ଟର ମ୍ୟାଚ୍‌ ସୂଚୀ ଅନୁଯାୟୀ ଏଲିଟ୍ ଗୃପ-ବି' ର ସମସ୍ତ ମ୍ୟାଚ୍‌ ଆୟାଜନ କରିବ OCA । ଏହି ଗ୍ରୁପରେ ରହିଛି ବେଙ୍ଗଲ, ବରୋଦା, ହାଇଦ୍ରାବାଦ ଓ ଚଣ୍ଡିଗଡ ଟିମ୍ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଓଡ଼ିଶାରେ ଦୁଇଟି ଭେନ୍ୟୁ କରାଯିବ । ବାରବାଟୀ ଷ୍ଟାଡିୟମ୍ ପ୍ରଥମ ଭେନ୍ୟୁ ଭାବେ ସ୍ଥିରିକୃତ ହୋଇଥିବା ବେଳେ ଭୁବନେଶ୍ବର ସ୍ଥିତ "ବିକାଶ" କ୍ରିକେଟ ଗ୍ରାଉଣ୍ଡକୁ ଦ୍ବିତୀୟ ଭେନ୍ୟୁ କରିବାକୁ ନିଷ୍ପତି କରିଛି OCA । ଏଲିଟ୍ ଗୃପ-ବି' ରେ ସ୍ଥାନ ପାଇଥିବା ଟିମଗୁଡ଼ିକ ଆସନ୍ତା ଚାରି ପାଞ୍ଚ ଦିନ ମଧ୍ୟରେ ଓଡ଼ିଶାରେ ପହଁଚିବେ ।

ଟିମ ଗୁଡିକର ଖେଳାଳି ଓ ସେମାନାଙ୍କର ସପୋର୍ଟ ଷ୍ଟାଫ୍‌ଙ୍କ ରହଣୀ ପାଇଁ ଭୁବନେଶ୍ବରରେ ବିଭିନ୍ନ ହୋଟେଲରେ ବ୍ୟବସ୍ଥା କରିବାକୁ ଯାଉଛି BCCI । ସେପଟେ ଏକ ଲମ୍ବା ବ୍ୟବଧାନ ପରେ ଓଡ଼ିଶାକୁ ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ସୁଯୋଗ ମିଳିଥିବାରୁ ବିସିସିଆଇକୁ କୃତଜ୍ଞତା ଜଣାଇଛି ଓସିଏ ।

ଅନ୍ୟପଟେ ରଣଜୀ ଟୁର୍ଣ୍ଣାମେଣ୍ଟରେ ଟିମ ଓଡ଼ିଶା ଏଲିଟ୍ -ଗ୍ରୁପ ଡି' ରେ ସ୍ଥାନ ପାଇଛି । ଏହି ଏଲିଟ୍ -ଗ୍ରୁପ ଡି' ରେ ଓଡ଼ିଶା ସମେତ ସୌରାଷ୍ଟ୍ର, ମୁମ୍ବାଇ ଭଳି ଶକ୍ତିଶାଳୀ ଦଳ ରହିଛନ୍ତି । ଏହି ଗ୍ରୁପ୍‌ର ମ୍ୟାଚ୍‌ ପାଇଁ ଅହମ୍ମଦାବାଦକୁ ଭେନ୍ୟୁ ଭାବେ ସ୍ଥିର କରିଛି ବିସିସିଆଇ ।

ଏହାମଧ୍ୟ ପଢନ୍ତୁ: U-19 World Cup: ବିରାଟ ବିଜୟ ମନ୍ତ୍ରରେ ବିଶ୍ବବିଜୟୀ ବନିବ ଭାରତ

ରଣଜୀ ମୁକାବିଲା ଶକ୍ତିଶାଳୀ ଟିମ ବିପକ୍ଷରେ ହେବାକୁ ଥିବାରୁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିସାରିଛି ଓଡିଶା ଟିମ । ଟିମ ଚୟନ ହେବା ପୂର୍ବରୁ ରଣଜୀ ସିଜିନ୍ ପାଇଁ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ସ୍ବତନ୍ତ୍ର କ୍ୟାମ୍ପ୍‌ରେ ଯୋରଦାର ଅଭ୍ୟାସ ଚଳାଇଛନ୍ତି ଓଡ଼ିଶା ସିନିୟର କ୍ରିକେଟ ଟିମ ଖେଳାଳି । ଓଡିଶା ସିନିୟର ଟିମରେ 28 ଜଣ ସଦସ୍ୟ ଥିବା ବେଳେ ଏହି କ୍ୟାମ୍ପ୍‌ ପରେ ସେମାନଙ୍କ ମଧ୍ୟରୁ ରଣଜୀ ଟ୍ରଫି ପାଇଁ ଟିମ୍ ସିଲେକ୍ସନ କରାଯିବ । ଖେଳାଳିଙ୍କ ପ୍ରଦର୍ଶନକୁ ଦେଖି ଚଳିତ ରଣଜୀ ସିଜନରେ ଟିମ ଭଲ ପ୍ରଦର୍ଶନ କରିବ ବୋଲି ଆଶାବାଦୀ ଅଛନ୍ତି କୋଚ୍‌ ଓ୍ବାସିମ୍ ଜାଫର ।

ଚଳିତ ରଣଜୀ ସିଜନରେ ମୋଟ 38ଟି ଟିମ ଭାଗ ନେଉଥିବା ବେଳେ ସେମାନଙ୍କୁ 9ଟି ଗୃପରେ ବିଭକ୍ତ କରାଯାଇଛି । ସେଥିମଧ୍ୟରୁ 8ଟି ଟିମ ଏଲିଟ୍ ଗୃପରେ ସାମିଲ ହୋଇଥିବା ବେଳେ ଗୋଟିଏ ଟିମ ପ୍ଲେଟରେ ସ୍ଥାନ ପାଇଛି । ଦୁଇଟି ପର୍ଯ୍ୟାୟରେ ଖେଳାଯିବାକୁଥିବା ରଣଜୀ ଟୁର୍ନାମେଣ୍ଟର ମୋଟ 64ଟି ମ୍ୟାଚ୍‌କୁ 62 ଦିନରେ ଶେଷ କରିବାକୁ ଲକ୍ଷ୍ୟ ରଖିଛି BCCI । ଶେଷ ରଣଜୀ ସିଜିନରେ ଓଡ଼ଶାର ପ୍ରଦର୍ଶନ ସନ୍ତୋଷଜନକ ରହିଥିଲା । କ୍ବାର୍ଟର-ଫାଇନାଲରେ ପହଞ୍ଚିଥିଲା ଟିମ ଓଡିଶା । ମାତ୍ର ସେମିଫାଇନାଲ ରାସ୍ତାରେ ବେଙ୍ଗଲ ସାଜିଥିଲା ବାଧକ । ବେଳେ ଚଳିତଥର ଜାଫର ଯୁଗରେ ନିଶ୍ଚୟ ଭଲ କରିବା ନେଇ ଆଶା ରଖିଛି ଓଡିଶା କ୍ରିକେଟ ସଂଘ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

Last Updated : Feb 4, 2022, 9:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.