ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟର ଲୋକେଶ ରାହୁଲ କୋରୋନା ସଂକ୍ରମିତ ହୋଇଛନ୍ତି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବୋର୍ଡର ଆପେକ୍ସ କାଉନସିଲ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି । ରାହୁଲ କୋରୋନାରେ ଆକ୍ରାନ୍ତ ପରେ ଆଗକୁ ୱେଷ୍ଟଇଣ୍ଡିଜ ବିପକ୍ଷ 5 ଟିକିଆ ଟି-ଟ୍ବେଣ୍ଟି ସିରିଜ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଜୁନ 29ରୁ ଭାରତ ଓ ଇଣ୍ଡିଜ ମଧ୍ୟରେ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବ।
ଜୁଲାଇ 14ରେ ଘୋଷିତ ଟି-ଟ୍ବେଣ୍ଟି ଦଳରେ ରାହୁଲଙ୍କୁ ସାମିଲ କରାଯାଇଥିଲା । ଫିଟନେସ ଉପରେ ତାଙ୍କ ଖେଳିବା ନିର୍ଭର କରୁଥିବା ଚୟନକର୍ତ୍ତା ସ୍ପଷ୍ଟ କରିଥିଲେ । ଇଣ୍ଡିଜ ବିପକ୍ଷ ଦିନିକିଆରୁ ତାଙ୍କୁ ବାଦ ରଖାଯାଇଛି । ଜର୍ମାନୀରେ ହାର୍ନିୟା ଆସ୍ତ୍ରୋପ୍ରଚାର ପରେ ରାହୁଲ ଏନସିଏରେ ଚିକିତ୍ସିତ ହେଉଛନ୍ତି । ଗୁରୁବାର ସେ ଏନସିଏର ଲେଭଲ-3 କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କୋରୋନା ସଂକ୍ରମିତ ଜାଣିବା ପରେ ସେ ଆସୋଲେସନରେ ଅଛନ୍ତି । ଇଣ୍ଡିଜ ବିପକ୍ଷ ଟି-ଟ୍ବେଣ୍ଟି ପୂର୍ବରୁ ରାହୁଲ ଫିଟ ନ ହେଲେ ସିରିଜରୁ ବାଦ ପଡିପାରନ୍ତି ।
ରାହୁଲଙ୍କ ବ୍ୟତୀୟ ରାଜ୍ୟକ୍ରୀଡା ଗୋଷ୍ଠୀ ପାଇଁ ଖେଳିବାକୁ ଥିବା ମହିଳା ଭାରତୀୟ ଦଳର ଜଣେ ଖେଳାଳି କୋରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ସଂକ୍ରମିତ ସଦସ୍ୟଙ୍କ ନାମ ଗୋପନ ରଖିଛନ୍ତି ବିସିସିଆଇ ସଭାପତି ।