ETV Bharat / sports

TATA IPL 2023 KKR vs RCB: ଆରସିବିର ବ୍ୟାଟିଂ ବିପର୍ଯ୍ୟୟ, 81 ରନରେ କୋଲକାତାର ବଡ଼ ବିଜୟ - 81 ରନରେ ବଡ଼ ବିଜୟ ହାସଲ କରିଛି କୋଲକାତା

ଆଇପିଏଲ 2023 ନବମ ମ୍ୟାଚରେ ଆରସିବିର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ଫଳରେ 81 ରନରେ ବଡ଼ ବିଜୟ ସହ ଚଳିତ ସଂସ୍କରଣର ପ୍ରଥମ ବିଜୟ ହାସଲ କରିଛି କୋଲକାତା । ଅଧିକ ପଢ଼ନ୍ତୁ

TATA IPL 2023 KKR vs RCB
TATA IPL 2023 KKR vs RCB
author img

By

Published : Apr 6, 2023, 11:52 PM IST

କୋଲକାତା: ଜାରି ରହିଛି ଆଇପିଏଲ 2023 । ତେବେ ଆଜି 16 ତମ ସଂସ୍କରଣର ନବମ ମ୍ୟାଚ ଖେଳାଯାଇଥିଲା କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ । କୋଲକାତାର ଇଡେନ ଗାର୍ଡନରେ ଖେଳାଯାଇଥିବା ଏହି ମ୍ୟାଚରେ 81 ରନରେ ବଡ଼ ବିଜୟ ହାସଲ କରିଛି କୋଲକାତା ନାଇଟ ରାଇଡର୍ସ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 204 ରନର ବଡ଼ ସ୍କୋର କରିଥିଲା କୋଲକାତା । ତେବେ 205 ରନର ବିଶାଳ ବିଜୟ ଲକ୍ଷ୍ୟର ପିଛା କରି ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ବାଙ୍ଗାଲୋର । ଫଳରେ ଦଳକୁ ସଂସ୍କରଣର ଦ୍ବିତୀୟ ମ୍ୟାଚରେ ପରାଜୟ ବରଣ କରିବାକୁ ପଡ଼ିଛି ।

ପ୍ରଥମେ ଟସ ଜିତି କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ । ତେବେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା କୋଲକାତାର ଆରମ୍ଭ ଏତେ ଭଲ ହୋଇନଥିଲା । ଦଳୀୟ ସ୍କୋର 26 ରନ ହୋଇଥିବା ବେଳେ ଭେଙ୍କଟଶ ଆୟର ଓ ମନ୍ଦୀପ ସିଂହଙ୍କୁ ଲଗାତାର 2ଟି ବଲରେ ପାଭିଲିୟନ ଫେରାଇଥିଲେ ଆରସିବିର ଡେଭିଡ ୱିଲି । ଏହାପରେ ଅଧିନାୟକ ନୀତିଶ ରାଣା ମଧ୍ୟ ମାତ୍ର 1 ରନ କରି ଦଳୀୟ ସଙ୍କଟ ବଢ଼ାଇଥିଲେ । ଅନ୍ୟପଟେ ପରିସ୍ଥିତିକୁ ସମ୍ଭାଳି ବ୍ୟାଟିଂ କରିବା ସହ 44 ବଲରୁ 6 ଚୌକା ଓ 3 ଛକା ବଳରେ 57 ରନ ସଂଗ୍ରହ କରିଥିବା ପ୍ରାରମ୍ଭିକ ବ୍ୟାଟର ରାମାନୁଲ୍ଲା ଗୁରବାଜଙ୍କୁ ଦଳୀୟ ସ୍କୋର 89 ହୋଇଥିବା ବେଳେ ପାଭିଲିୟନର ରାସ୍ତା ଦେଖାଇଥିଲେ ଆରସିବି ସ୍ପିନର କର୍ଣ୍ଣ ଶର୍ମା । ଏହାପରେ ତୁରନ୍ତ ରୁସେଲ ମଧ୍ୟ ଆଉଟ ହୋଇଯାଇଥିଲେ । ତେବେ ଗୋଚିଏ ପଟେ ଦଳର ଭାର ସମ୍ଭାଳି ରିଙ୍କୁ ସିଂହ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ଧୁଆଁଧାର ବ୍ୟାଟିଂ କରିଥିଲେ ଶାର୍ଦ୍ଦୁଲ ଠାକୁର । ସେ କେବଳ 29 ବଲରୁ 9 ଚୌକା ଓ 3 ଛକା ବଳରେ ଦୃତ 68 ରନ ବନାଇଥିଲେ । ଅନ୍ୟପଟେ ରିଙ୍କୁ 33 ବଲରୁ 46 ରନର ପାଳି ଖେଳି ପାଭିଲିୟନ ଫେରିଥିଲେ । ଫଳରେ ଦଳ 204 ରନର ବିଶାଳ ସ୍କୋରରେ ପହଞ୍ଚିଥିଲା ।

ଅନ୍ୟପଟେ ଆରସିବି ପକ୍ଷରୁ ଆଜି ଅତ୍ୟନ୍ତ ନୈରାଶ୍ୟଜନକ ବୋଲିଂ ଦେଖିବାକୁ ମିଳିଥିଲା । କେବଳ ଡେଭିଡ ୱିଲିଙ୍କୁ ଛାଡ଼ିଦେଲେ ପ୍ରାୟ ସମସ୍ତ ବୋଲର ଆଜି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ୱିଲି 4 ଓଭରରୁ 16 ରନ ବ୍ୟୟରେ 2ଟି ୱିକେଟ ହାସଲ କରିଥିଲେ । ସେହିଭଳି ସ୍ପିନର କର୍ଣ୍ଣ ଶର୍ମା 3 ଓଭର ବୋଲିଂ କରି 26 ରନ ବ୍ୟୟରେ 2ଟି ୱିକେଟ ପାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ଷ୍ଟାର ବୋଲର ମହମ୍ମଦ ସିରାଜ 4 ଓଭରରୁ 44 ରନ ବ୍ୟୟରେ ଗୋଟିଏ ୱିକେଟ ହାସଲ କରିଥିବା ବେଳେ ମାଇକେଲ ବ୍ରେସୱେଲ ଓ ହର୍ଷଲ ପଟେଲ 3 ଓଭର ଲେଖାଏଁ ବୋଲିଂ କରି ଯଥାକ୍ରମେ 34 ଓ 38 ରନ ଖର୍ଚ୍ଚ କରି ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ । ଆକାଶ ଦୀପ 2 ଓଭରରୁ ବିନା କୌଣସି ସଫଳତାରେ 30 ରନ ବ୍ୟୟ କରିଥିଲେ । ଯାହା ଦଳ ପାଇଁ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।

ଏହାପରେ 205 ରନର ବିଶାଳ ବିଜୟ ଲକ୍ଷ୍ୟ ଧରି ମୈଦାନକୁ ଓହ୍ଲାଇଥିବା ଆରସିବିକୁ ପ୍ରଥମେ ଭଲ ଆରମ୍ଭ ମିଳିଥିଲା । ପୂର୍ବ ମ୍ୟାଚର ଷ୍ଟାର ଯୋଡ଼ି ବିରାଟ କୋହଲି ଓ ଅଧିନାୟକ ଫାଫ ଡୁପ୍ଲେସିସ ଦଳୀୟ ଖାତାରେ ପ୍ରଥମ 4 ଓଭରରେ 44 ରନ ଯୋଡ଼ିଥିଲେ । ଏହାପରେ ସୁନୀଲ ନାରାୟଣଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ବ୍ୟକ୍ତିଗତ 21 ରନ କରି ପାଭିଲିୟନ ଫେରିଥିଲେ କୋହଲି । ଏହାପର ଠାରୁ ହିଁ ଆରସିବିର ବିପର୍ଯ୍ୟୟ ଧାରା ଆରମ୍ଭ ହୋଇଥିଲା । ଦଳୀୟ ସ୍କୋର 46 ରନ ବେଳେ ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ପାଭିଲିୟନ ମୁହାଁ ହୋଇଥିଲେ ଅଧିନାୟକ ଡୁପ୍ଲେସିସ । ତେବେ ସେ 12 ବଲ ଖେଳି 2ଟି ଛକା ଓ 2ଟି ଚୌକା ସହିତ 23 ରନ କରିଥିଲେ । ଅନ୍ୟପଟେ ମାଇକେଲ ବ୍ରେସୱେଲ 18 ବଲ ଖେଳି 19 ରନ କରିଥିବା ବେଳେ ଅନ୍ୟ ବ୍ୟାଟର ମାନେ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନଥିଲେ । ତେବେ ଶେଷ ୱିକେଟ ପାଇଁ ଦଳୀୟ ଖାତାରେ 27 ରନ ଯୋଡ଼ିଥିଲେ ଡେଭିଡ ୱିଲି ଓ ଆକାଶ ଦୀପ । ଉଭୟ ଯଥାକ୍ରମେ 20 ଓ 17 ରନ କରିଥିଲେ ।

ସେପଟେ କୋଲକାତା ବୋଲରଙ୍କ ପକ୍ଷରୁ ଆଜି ଆକ୍ରାମକ ବୋଲିଂ ଦେଖିବାକୁ ମିଳିଥିଲା । ବରୁଣ ଚକ୍ରବର୍ତ୍ତୀ 3.4 ଓଭର ବୋଲିଂ କରି 15 ରନ ବ୍ୟୟରେ ସର୍ବାଧିକ 4 ୱିକେଟ ସଫଳତା ପାଇଥିଲେ । ସେହିଭଳି ଅନୁଭବୀ ସୁନୀଲ ନାରାୟଣଙ୍କ ବଲକୁ ମଧ୍ୟ ଆଜି ପଢ଼ିପାରିନଥିଲେ ଆରସିବି ବ୍ୟାଟର । ସେ 4 ଓଭରରୁ 16 ରନ ବ୍ୟୟରେ 2ଟି ୱିକେଟ ହାତେଇଥିଲେ । ତେବେ ଆଜି ଆଇପିଏଲ ପଦାର୍ପଣ କରିଥିବା ସୁୟଷ ଶର୍ମା ପ୍ରଥମ ମ୍ୟାଚରେ 4 ଓଭର ବୋଲିଂ କରିଥିଲେ । ସେ 30 ରନ ଖର୍ଚ୍ଚ କରି 3ଟି ସଫଳତା ମଧ୍ୟ ହାସଲ କରିଛନ୍ତି । ସେହିଭଳି 2 ଓଭରରେ 15 ରନ ବ୍ୟୟ କରି ଗୋଟିଏ ୱିକେଟ ନେଇ ଅଲରାଉଣ୍ଡ ପ୍ରଦର୍ଶନ କରିଥିଲେ ଶାର୍ଦ୍ଦୁଲ ଠାକୁର । ଫଳରେ କୋଲକାତା ଏହି ମ୍ୟାଚରେ 81 ରନରେ ଏକ ବଡ଼ ବିଜୟ ହାସଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.