ETV Bharat / sports

IPL2021: ଦ୍ବିତୀୟ କ୍ବାଲିଫାୟରରେ ଦିଲ୍ଲୀକୁ ୧୩୫ ରନ୍‌ରେ ରୋକିଲା KKR - ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ଇନିଂସ

ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ କୋଲକାତାକୁ ୧୩୬ ରନ୍ ଟାର୍ଗେଟ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । କୋଲକାତା ନାଇଟ ରାଇଡର୍ସର ଶୃଙ୍ଖଳିତ ବୋଲିଂ ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସର କୌଣସି ଖେଳାଳି ଅଧିକ ବଡ଼ ସଟ୍‌ ଖେଳିବାରେ ସକ୍ଷମ ହୋଇ ପାରିନଥିଲେ । ଅଧିକ ପଢ଼ନ୍ତୁ...

IPL 2021: ଦ୍ବିତୀୟ କ୍ବାଲିଫାୟରରେ ଦିଲ୍ଲୀକୁ ୧୩୫ ରନ୍‌ରେ ରୋକିଲା କୋଲକାତା

author img

By

Published : Oct 13, 2021, 9:30 PM IST

ଶାରଜାହ: ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ କୋଲକାତାକୁ ୧୩୬ ରନ୍ ଟାର୍ଗେଟ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । କୋଲକାତା ନାଇଟ ରାଇଡର୍ସର ଶୃଙ୍ଖଳିତ ବୋଲିଂ ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସର କୌଣସି ଖେଳାଳି ଅଧିକ ବଡ଼ ସଟ୍‌ ଖେଳିବାରେ ସକ୍ଷମ ହୋଇ ପାରିନଥିଲେ । ପ୍ରଥମ ୱିକେଟ ପାଇଁ ପୃଥ୍ବୀ ଶ ଓ ଶିଖର ଧାୱନ ୩୨ ରନ୍‌ ଭାଗିଦାରୀ କରିଥିଲେ । ଏହାପରେ ପୃଥ୍ବୀ ଶ'ଙ୍କୁ ୧୮ ରନ୍‌ରେ ଆଉଟ କରିଥିଲେ ବରୁଣ ଚକ୍ରବର୍ତ୍ତୀ ।

ମାର୍କସ ଷ୍ଟୋନିସ ଓ ଶିଖର ଧାୱନଙ୍କ ମଧ୍ୟରେ କିଛି ସମୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ତେବେ ଦୁହେଁ କୌଣସି ବଡ଼ ସଟ୍‌ ଖେଳିବାରେ ସମର୍ଥ ହୋଇ ପାରିନଥିଲେ । ଷ୍ଟୋନିସ ମଧ୍ୟ ୧୮ ରନ୍‌ କରି ଶିଭମ ମାଭିଙ୍କ ଶିକାର ପାଲଟିଥିଲେ । ସେପଟେ ଶିଖର ଧାୱନ ଲଗାତାର ବଡ଼ ସଟ୍‌ ଖେଳିବାକୁ ଚେଷ୍ଟା କରିଥିଲେ । ସେ ୩୯ଟି ବଲ୍‌ରେ ମାତ୍ର ୩୬ ରନ୍‌ ହିଁ କରିବାକୁ ସକ୍ଷମ ହୋଇଥିଲେ ।

ଦିଲ୍ଲୀ ପକ୍ଷରୁ ଶ୍ରେୟସ ଆୟର ଶେଷ ପର୍ଯ୍ୟନ୍ତ ପିଚ୍‌ରେ ରହି ଦଳୀୟ ସ୍କୋର୍‌କୁ ୧୩୫ ରନ୍‌ରେ ପହଞ୍ଚାଇଥିଲେ । ଏହାଛଡ଼ା ଆଉ ସମସ୍ତ ବ୍ୟାଟର ବଡ଼ ସଟ୍‌ ଖେଳିବା ଆଶାରେ ଆଉଟ ହୋଇ ପାଭେଲିୟନ ଫେରିଥିଲେ ।

ସେପଟେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । କୌଣସି ବୋଲର ଅଧିକ ରନ୍‌ ଖର୍ଚ୍ଚ କରିନଥିଲେ । ଶାକିବ-ଅଲ-ହାସନ ସର୍ବାଧିକ ଦୁଇଟି ୱିକେଟ ନେଇଥିବା ବେଳେ ସୁନିଲ ନାରିନ ଓ ଶିଭମ ମାଭି ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ଶାରାଜାହରେ ଖେଳାଯାଇଥିବା ପୂର୍ବ ମ୍ୟାଚରେ ମଧ୍ୟ ବାଙ୍ଗାଲୋରକୁ ଅଧିକ ରନ୍‌ କରିବାକୁ ଦେଇନଥିଲା କୋଲକାତା । ଏହାପରେ ଦମ୍‌ଦାର ବିଜୟ ମଧ୍ୟ ହାସଲ କରିଥିଲା । କୋଲକାତା ବ୍ୟାଟରମାନେ କିଭଳି ବ୍ୟାଟିଂ କରିବେ ତାହାକୁ ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.