ETV Bharat / sports

IPL 2021: କାମ ଦେଲାନି ଗାଏକ୍ବାଡଙ୍କ ଶତକ, ଚେନ୍ନାଇକୁ ୭ ୱିକେଟରେ ହରାଇଲା ରାଜସ୍ଥାନ

ଗତକାଲି(ଶନିବାର) ଚେନ୍ନାଇ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇକୁ ୭ ୱିକେଟରେ ହରାଇଛି ରାଜସ୍ଥାନ । ଦମଦାର ପ୍ରଦର୍ଶନ କରି ରାଜସ୍ଥାନ ରୋମାଞ୍ଚକର ବିଜୟ ହାସଲ କରିଛି । ଅଧିକ ପଢନ୍ତୁ...

author img

By

Published : Oct 3, 2021, 7:40 AM IST

ଚେନ୍ନାଇକୁ ୭ୱିକେଟରେ ହରାଇଲା ରାଜସ୍ଥାନ
ଚେନ୍ନାଇକୁ ୭ୱିକେଟରେ ହରାଇଲା ରାଜସ୍ଥାନ

ଆବୁଧାବି: ଲଗାତାର ଆପିଏଲ ମ୍ୟାଚରେ ବିଜୟ ହାସଲ କରୁଥିବା ଚେନ୍ନାଇ ସୁପରକିଙ୍ଗସର ବିଜୟ ଧରାରେ ବ୍ରେକ ଲଗାଇଛି ରାଜସ୍ଥାନ ରୟାଲ୍ସ । ଗତକାଲି(ଶନିବାର) ଚେନ୍ନାଇ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇକୁ ୭ ୱିକେଟରେ ହରାଇଛି ରାଜସ୍ଥାନ । ଦମଦାର ପ୍ରଦର୍ଶନ କରି ରାଜସ୍ଥାନ ରୋମାଞ୍ଚକର ବିଜୟ ହାସଲ କରିଛି । ଚେନ୍ନାଇର ଋତୁରାଜ ଗାଏକ୍ବାଡ ଶତକ ହାସଲ କରିଥିଲେ ମାତ୍ର ତାହା ଫିକା ପଡିଛି । ରୟାଲ୍ସର ପକ୍ଷରୁ ଦୁବେ ସର୍ବାଧିକ ୬୪ରନ କରିଥିଲେ ।

ରାଜସ୍ଥାନ ରୟାଲ୍ସ ଟସ ଜିତି ସୁପରକିଙ୍ଗସକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ ଦେଇଥିଲା । ଦୁଇ ଓପନର ଗାଏକ୍ବାଡ ଓ ଫାଫ ଡୁ ପ୍ଲେସ ମଇଦାନକୁ ଓହ୍ଲାଇଥିଲେ । ପ୍ରାରମ୍ଭରୁ ଉଭୟ ଦର୍ଶକୀୟ ସଟ ଖେଳି ୪୭ ରନ ସଂଗ୍ରହ କରିଥିଲେ । ସପ୍ତମ ଓଭରରେ ଡୁ ପ୍ଲେସି ୨୫ରନ କରି ରାହୁଲ ତେୱାତିଆଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ସୁରେଶ ରାଇନା ମଧ୍ୟ ମାତ୍ର ୩ ରନ କରି ରାହୁଲଙ୍କ ଶିକାର ହୋଇଥିଲେ । ମୋଇନ ଅଲି ଅପରାଜିତ ଗାଏକ୍ବାଜଙ୍କ ସହିତ ମିଶି ୫୭ରନ ଭାଗିଦାରୀ ରନ କରି ଦଳୀୟ ସ୍କୋରକୁ ୧୧୪ରେ ପହଞ୍ଚାଇଥିଲେ ।

୧୫ ଓଭରରେ ମୋଇନ ୨୧ରନ କରି ତେୱାତିଆଙ୍କ ତୃତୀୟ ସଫଳତା ଭାବରେ ଆଉଟ ହୋଇଥିଲେ । ଗାଏକ୍ବାଡ ଧୂଆଁଧାର ବ୍ୟାଟିଂ କରି ୬୦ଟି ବଲରେ ଅପରାଜିତ ୧୦୧ରନ ହାସଲ କରିଥିଲେ । କ୍ରିଜରେ ଜାଡେଜା ଓ ଗାଏକ୍ବାଡ ମିଶି ଉଭୟ ପଟୁ ଚୌକା ଓ ଛକା ବର୍ଷା କରିଥିଲେ । ଚେନ୍ନାଇ ୪ ୱିକେଟ ହରାଇ ୧୮୯ରନ କରି ରାୟଲ୍ସକୁ ୧୯୦ ରନ ବିଜୟ ଲକ୍ଷ୍ୟ ଦେଇଥିଲା । ୧୯୦ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ ରୟାଲ୍ସ ।

ଏଭିନ ଲୁଇସ ଓ ଯଶସ୍ବୀ ଜୈସ୍ବାଲଙ୍କ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଜୈସ୍ବାଲ ମାତ୍ର ୨୧ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ସର୍ଦୁଲ ଠାକୁର ଲୁଇସଙ୍କୁ ଆଉଟ କରି ଦଳକୁ ଆଶ୍ବସ୍ତି ଦେଇଥିଲେ । ପରେ ପରେ ଜୈସ୍ବାଲ ଆଉଟ ହୋଇଥିଲେ । ମାତ୍ର ୮୧ରନରେ ଦୁଇ ଓପନର ଆଉଟ ହୋଇଥିଲେ ହେଁ ଦଳର ଜୋସ କମିନଥିଲା । ଶିବମ ଦୁବେ ଧୂଆଁଧାର ବ୍ୟାଟିଂ କରିଥିଲେ । ଅନ୍ୟପଟେ ସଞ୍ଜୁ ସାମସନ ତାଙ୍କୁ ସହାୟତା କରିଥିଲେ । ଉଭୟଙ୍କ ବ୍ୟାଟିଂ ଦଳ ପାଇଁ ବିଜୟ ପଥ ପରିଷ୍କାର କରିଥିଲେ । ସୁପରକିଙ୍ଗସର ଗାଏକ୍ବାଡଙ୍କ ବିସ୍ଫୋରକ ଶତକ କାମ ଦେଇନାହିଁ । ଶେଖ୍ ଜାୟେଦ ଷ୍ଟାଡିୟମରେ ୧୫ଟି ବଲ ବାକି ଥାଇ ସୁପରକିଙ୍ଗସକୁ ୭ ୱିକେଟରେ ପରାସ୍ତ କରିଛି ରଜସ୍ଥାନ ରୟାଲ୍ସ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.