ETV Bharat / sports

IPL 2023: ଆଜି ଧୋନୀ-ରାହୁଲ ଲଢେଇ, ଖାତା ଖୋଲିବା ଲକ୍ଷ୍ୟରେ CSK

ଇଣ୍ଡିଆନ ପ୍ରିମିୟର ଲିଗ 16ତମ ସଂସ୍କରଣ ଷଷ୍ଠ ମୁକାବିଲାରେ ମୁହାଁମୁହଁ ହେବେ ଚେନ୍ନାଇ ସୁପରକିଙ୍ଗସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ । ଘରୋଇ ମାଟିରେ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଚେନ୍ନାଇ । ଅଧିକ ପଢନ୍ତୁ

author img

By

Published : Apr 3, 2023, 12:03 PM IST

chennai superkings vs lucknow super giants
IPL 2023

ଚେନ୍ନାଇ: ଆଇପିଏଲ 16 ତମ ସଂସ୍କରଣରେ ଆଜି ଷଷ୍ଠ ମ୍ୟାଚ ଖେଳାଯିବ । ଏଥିରେ ଚେନ୍ନାଇ ସୁପରକିଙ୍ଗସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ପରସ୍ପରକୁ ଭେଟିବେ । ଲକ୍ଷ୍ନୌ ତାର ପ୍ରଥମ ମୁକାବିଲାରେ ଦିଲ୍ଲୀକୁ ହରାଇ ବିଜୟ ଖାତା ଖୋଲି ସାରିଛି । ଆଜି ଚେନ୍ନାଇକୁ ହରାଇ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି କେଏଲ ରାହୁଲଙ୍କ ନେତୃତ୍ବଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ । ଅନ୍ୟପଟେ ଉଦଘାଟନୀ ମ୍ୟାଚରେ ଗୁଜୁରାଟଠୁ ପରାସ୍ତ ହୋଇଥିଲା ସିଏସକେ । ଆଜି ଘରୋଇ ମାଟିରେ ଲକ୍ଷ୍ନୌକୁ ମାତ ଦେଇ ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ରହିଛି ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବାଧୀନ ଚେନ୍ନାଇ ।

ଚେନ୍ନାଇ ସୁପର କିଙ୍ଗସ: କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂହଙ୍କ ନେତୃତ୍ବାଧୀନ ଚେନ୍ନାଇ 4ଥର ଆଇପିଏଲ ଚମ୍ପିଆନ ହୋଇଛି । ମାତ୍ର ପୂର୍ବ ବର୍ଷ ଦଳର ପ୍ରଦର୍ଶନ ନିରାଶାଜନକ ରହିଥିଲା । ଏଥର ଦଳ ପ୍ରଥମ ମ୍ୟାଚ ହାରିବା ପରେ ବି ଫୁଲ ପ୍ରସ୍ତୁତ ଥିବା ପ୍ରଶଂସକ ଆଶା ରଖିଛନ୍ତି । ଚଳିତ ସଂସ୍କରଣର ପ୍ରଥମ ମୁକାବିଲାରେ ଡିଫେଣ୍ଡି ଚାମ୍ପିଅନ ଗୁଜୁରାଟଠୁ 5 ୱିକେଟରେ ପରାସ୍ତ ହୋଇଥିଲା । ଆଜି ଘରୋଇ ଗ୍ରାଉଣ୍ଡ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦ୍ବିତୀୟ ମୁକାବିଲାରେ ଲକ୍ଷ୍ନୌକୁ ହରାଇ ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ରହିଛି ।

ଗୁଜୁରାଟ ଟାଇଟନ ବିପକ୍ଷରେ ଚେନ୍ନାଇ 178 ରନର ଲଢୁଆ ସ୍କୋର କରିବା ସତ୍ତ୍ବେ ଦଳ ପରାଜୟର ସମ୍ମୁଖୀନ ହୋଇଥିଲା । ଯୁବ ବ୍ୟାଟର ଋତୁରାଜ ଗାଏକ୍ବାର୍ଡଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ପ୍ଲେୟାର ବିଫଳ ହୋଇଥିଲେ । ଆଜିର ମୁକାବିଲା ଜିତିବାକୁ ହେଲେ ଦଳକୁ ଏକ ସନ୍ତୁଳିତ ଏକାଦଶ ନେଇ ଉଭୟ ବ୍ୟାଟିଂ ଓ ବୋଲିଂରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ । ଋତୁରାଜ ଗାଏକ୍ବାର୍ଡ 50 ବଲର ସାମ୍ନା କରି 92 ରନ କରିଥିଲେ ।

ଲକ୍ଷ୍ନୌ ସୁପର ଜାଏଣ୍ଟସ: ଦିଲ୍ଲୀ ବିପକ୍ଷରେ ବିଶାଳ ବିଜୟ ହାସଲ କରି ଅଭିଯାନ ଆରମ୍ଭ କରିଥିଲା କେଏଲ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ । ଆଜି ଦ୍ବିତୀୟ ମୁକାବିଲାରେ ଚେନ୍ନାଇକୁ ହରାଇ ବିଜୟଧାରା ବିଜାୟ ରଖିବା ସହ ଶୀର୍ଷ ସ୍ଥାନ ଦଖଲ ଲକ୍ଷ୍ୟରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇବା ପରେ କେ.ଏଲ ରାହୁଲଙ୍କ ସୁପର ଜାଏଣ୍ଟସ ଦୃଢ ମନୋବଳରେ ରହିଛି । ଆଜି ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା କମ ରହିଛି । ଦିଲ୍ଲୀ ବିପକ୍ଷ ପ୍ରଥମ ମୁକାବିଲାରେ ମେୟର୍ସ 73ରନର ଧୂଆଁଧାର ଇନିଂସ ଖେଳିଥିଲେ । ସେହିପରି ବୋଲିଂରେ ମାର୍କ ଉଡ ଘାତକ ବୋଲିଂ କରିଥିଲେ ।

ଏହା ବି ପଢନ୍ତୁ...IPL 2023 RCB vs MI: ଡୁପ୍ଲେସିସ୍‌-କୋହଲିଙ୍କ ଧୂଆଁଧାର ପାଳି, ୮ ୱିକେଟରେ MIକୁ ମାତ ଦେଲା RCB

ପ୍ରକାଶଥାଉ କି, ଏଯାବତ ଚଳିତ ଆଇପିଏଲ ସଂସ୍କରଣରେ 5ଟି ମ୍ୟାଚ ସରିଛି । ଗୁଜୁରାଟ, ଲକ୍ଷ୍ନୌ, ବାଙ୍ଗାଲୋର, ପଞ୍ଜାବ ଓ ରାଜସ୍ଥାନ ବିଜୟ ଖାତା ଖୋଲି ସାରିଛନ୍ତି । ପରବର୍ତ୍ତୀ ମୁକାବିଲାରେ ଏପ୍ରିଲ 8 ତାରିଖରେ ଚେନ୍ନାଇ ମୁମ୍ବାଇକୁ ଭେଟିବ । ସେହପରି ଲକ୍ଷ୍ନୌ 7 ତାରିଖରେ ହାଇଦ୍ରାବାଦକୁ ଭେଟିବ ।

CSK ସାମ୍ଭାବ୍ୟ ଏକାଦଶ: ମହେନ୍ଦ୍ର ସିଂହ ଧୋନୀ, ଋତୁରାଜ ଗାଏକ୍ବାର୍ଡ, ଡେଭନ କନୱେ, ବେନ ଷ୍ଟୋକ୍ସ, ମୋଇନ ଅଲି, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ମିଚେଲ ସାଣ୍ଟନର, ଦୀପକ ଚହର, ରାଜବର୍ଦ୍ଧନ ହଙ୍ଗରେଗକର ।

LSG ସାମ୍ଭାବ୍ୟ ଏକାଦଶ: କେଏଲ ରାହୁଲ, କେଲି ମେୟର୍ସ, ଦୀପକ ହୁଡା,ନିକୋଲସ ପୁରନ, ମାର୍କ ଷ୍ଟଇନିସ,ଆୟୁଷ ବାଦୋନି, କୃନାଲ ପାଣ୍ଡ୍ୟା, ଅଭେଶ ଖାନ, ରବି ବିଷ୍ଣୋଇ, ଜୟଦେବ ଉନାକାତ/ଅମିତ ମିଶ୍ରା, ମାର୍କ ଉଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.