ETV Bharat / sports

IPL 2021: ରାଜସ୍ଥାନକୁ ୩୩ ରନ୍‌ରେ ହରାଇଲା ଦିଲ୍ଲୀ

ଆଇପିଏଲର ୩୬ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୩୩ ରନ୍‌ରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ...

author img

By

Published : Sep 25, 2021, 7:27 PM IST

Updated : Sep 25, 2021, 8:00 PM IST

IPL 2021: Delhi Capitals beat rajastan Royals by 33 runs
IPL 2021: ରାଜସ୍ଥାନକୁ ୩୩ ରନ୍‌ରେ ହରାଇଲା ଦିଲ୍ଲୀ

ଆବୁଧାବି: ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ବିଜୟ । ଶନିବାର ଖେଳାଯାଇଥିବା ଡବଲହେଡର ମ୍ୟାଚ୍‌ର ପ୍ରଥମ ମୁକାବିଲାରେ ରାଜସ୍ଥାନକୁ ୩୩ ରନ୍‌ରେ ହରାଇଲା ଦିଲ୍ଲୀ । ଏହି ବିଜୟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଯାଇଛି ଋଷଭ ପନ୍ତଙ୍କ ଟିମ । ଅନ୍ୟପଟେ ପଏଣ୍ଟ ଟେବୁଲର ଶ୍ରେଷ୍ଠ ୪ ମଧ୍ୟରେ ରାଜସ୍ଥାନର ପ୍ରବେଶ କରିବାର ସ୍ବପ୍ନ ମଉଳି ଯାଇଛି ।

ରାଜସ୍ଥାନ କ୍ୟାପଟେନ ସଞ୍ଜୁ ସାମସନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୭୦ ରନ୍‌ର ଇଂନିସ ଖେଳିଥିଲେ ମଧ୍ୟ ଟିମକୁ ଜିତାଇପାରିନଥିଲେ । ଟିମର ୬ଜଣ ଖେଳାଳି ଦୁଇଅଙ୍କ ସ୍କୋର କରିପାରିନଥିଲେ । ସାମସନଙ୍କ ବ୍ୟତୀତ ଏକମାତ୍ର ଖେଳାଳି ଭାବେ ଲିଭିଙ୍ଗଷ୍ଟୋନ ୧୯ ରନ୍‌ କରିଥିଲେ ।

ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ସମସ୍ତ ବୋଲର ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି । ଆନରିଚ୍‌ ନର୍କିଆ ସର୍ବଧିକ ଦୁଇଟି ୱିକେଟ ହାସଲ କରିଥିବାବେଳେ, ଅଭେଶ ଖାନ, କାଗିସୋ ରବାଡା, ରବିଚନ୍ଦ୍ରନ ଅଶ୍ବିନ ଓ ଅକ୍ଷର ପଟେଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 25, 2021, 8:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.