ETV Bharat / sports

ଆଇପିଏଲ 14: ବିଜୟଧାରାକୁ ଫେରିବା ଲକ୍ଷ୍ୟରେ SRH - ସିଏସକେ ବନାମ ଏସଆରଏଚ

ଆଇପିଏଲର 14ତମ ସଂସ୍କରଣରେ ଖେଳାଯିବା 23ତମ ମ୍ୟାଚ। ଏହି ମ୍ୟାଚରେ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ ତାଲିକାର ସର୍ବନିମ୍ନରେ ଥିବା ସନ ରାଇଜର୍ସ ହାଇଦ୍ରାବାଦ। ଅଧିକ ପଢ଼ନ୍ତୁ...

ଆଇପିଏଲ 14: ବିଜୟଧାରାକୁ ଫେରିବା ଆଶାରେ ସନରାଇଜର୍ସ ହାଇଦ୍ରାବାଦ
ଆଇପିଏଲ 14: ବିଜୟଧାରାକୁ ଫେରିବା ଆଶାରେ ସନରାଇଜର୍ସ ହାଇଦ୍ରାବାଦ
author img

By

Published : Apr 28, 2021, 5:23 PM IST

ନୂଆଦିଲ୍ଲୀ: ଆଇପିଏଲର 14ତମ ସଂସ୍କରଣରେ ଖେଳାଯିବା 23ତମ ମ୍ୟାଚ । ଏହି ମ୍ୟାଚରେ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ ତାଲିକାର ସର୍ବନିମ୍ନରେ ଥିବା ସନରାଇଜର୍ସ ହାଇଦ୍ରାବାଦ । ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଏହା ଆପିଏଲର ପ୍ରଥମ ମ୍ୟାଚ ହେବ । ଚେନ୍ନାଇ ସୁପର କିଙ୍ଗ୍ସ 5ଟି ମ୍ୟାଚରୁ 4ଟି ମ୍ୟାଚରେ ବିଜୟ ହାସଲ କରିଛି । ସେପଟେ ସନରାଇଜର୍ସ ହାଇଦ୍ରାବାଦ 5ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇ ପାରିଛି ।

ବର୍ତ୍ତମାନ ସୁଦ୍ଧା ସନରାଇଜର୍ସ ହାଇଦ୍ରାବାଦ କେବଳ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ବିଜୟ ହାସଲ କରିଛି । ଏହାପରେ ଲଗାତାର ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଗତମ୍ୟାଚରେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦଳ ସୁପର ଓଭରରେ ପରାସ୍ତ ହୋଇଛି । ହାଇଦ୍ରାବାଦର ମଧ୍ୟକ୍ରମ ବ୍ୟାଟିଂ ଚିନ୍ତାର କାରଣ ପାଲଟିଛି । କେନ ୱିଲିୟମସନ ଦଳରେ ସାମିଲ ହେବା ପରେ ମଧ୍ୟକ୍ରମ ବ୍ୟାଟିଂ ଲାଇନରେ ସୁଧାର ଆସିବା ନେଇ ଆଶା କରାଯାଉଛି । ଚେନ୍ନାଇ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ପୁଣି ଥରେ ମନୀଷ ପାଣ୍ଡେଙ୍କୁ ଦଳରେ ସାମିଲ କରିବାକୁ ଚାହିଁବ ।

ସେପଟେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମ ମ୍ୟାଚ ହାରିବା ପରେ ଦମଦାର ଖେଳ ପ୍ରଦର୍ଶନ କରିଛି । ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂ ବିଭାଗରେ ଦଳର ପ୍ରଦର୍ଶନ ଉଚ୍ଚକୋଟିର ରହିଛି । ଚେନ୍ନାଇ ବ୍ୟାଟସମ୍ୟାନଙ୍କୁ ରୋକବା ହାଇଦ୍ରାବାଦ ବୋଲରଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ଓପେନିଂରେ ଫାଫ ଡୁ ପ୍ଲେସିସ ଓ ଋତୁରାଜ ଗାୟକୱାର୍ଡ ଦଳକୁ ଭଲ ଆରମ୍ଭ ଦେଉଛନ୍ତି । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଉଭୟ ବୋଲିଂ ଓ ବ୍ୟାଟିଂ କମାଲ କରୁଛନ୍ତି । ଗତ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଜାଡେଜା ପର୍ପଲ କ୍ୟାପ ହାତେଇଥିବା ହର୍ଷଲ ପଟେଲଙ୍କ ଗୋଟିଏ ଓଭରରେ 37 ରନ କରିଥିଲେ । ଆଜିର ମ୍ୟାଚରେ କିଏ ବାଜିମାତ କରୁଛି ତାହାରି ଉପରେ ରହିବ ସଭିଙ୍କ ନଜର ।

ଚେନ୍ନାଇ ସୁପର କିଙ୍ଗ୍ସ ଦଳ

ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେ.ଏମ ଆସିଫ, ଦୀପକ ଚହର, ଡ୍ବେନ ବ୍ରାଭୋ, ଫାଫ ଡୁ ପ୍ଲେସି, ଇମରାନ ତାହିର, ଏନ ଜଗଦିଶନ, କର୍ଣ୍ଣ ଶର୍ମା, ଲୁଙ୍ଗି ନିଗିଡି, ମିଚେଲ ସାଣ୍ଟନର୍, ରବିନ୍ଦ୍ର ଜାଡେଜା, ରୁତୁରାଜ ଗାୟକୱାଡ, ଶାର୍ଦ୍ଦୁଲ ଠାକୁର, ସାମ କୁରାନ, ଆର ସାଇ କିଶୋର, ମୋଇନ ଅଲି, କେ ଗୌତମ, ଚେତେଶ୍ବର ପୂଜାରା, ହରିଶଙ୍କର ରେଡ୍ଡୀ, ଭାଗନାଥ ବର୍ମା, ସି ହରି ନିଶାନ୍ତ ।

ସନରାଇଜର୍ସ ହାଇଦ୍ରାବାଦ

ଡେଭିଡ ୱାର୍ଣ୍ଣର (ଅଧିନାୟକ), କେନ ୱିଲିୟମସନ, ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ୍ ଗର୍ଗ, ରିଦ୍ଧିମାନ ସାହା, ଜନି ବେୟାରଷ୍ଟୋ, ଜେସନ ରଏ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବୀ, କେଦାର ଯାଦବ, ଜେ ସୁଚିତ, ଜେସନ ହୋଲ୍ଡର, ଅଭିଷେକ ଶର୍ମା, ଅବଦୁଲ ସମାଦ, ଭୁବନେଶ୍ବର କୁମାର, ରାସିଦ ଖାନ, ଟି ନଟରାଜନ୍, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବେସିଲ ଥାମ୍ପି, ଶାହାବାଜ ନଦୀମ ଏବଂ ମୁଜିବ ଉର-ରେହମାନ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.