ETV Bharat / sports

IPL2022: ଆଜି CSK-PBKS ମୁକାବିଲା, ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ

author img

By

Published : Apr 3, 2022, 8:19 AM IST

ଚଳିତ ଟାଟା ଆଇପିଏଲର ୧୧ତମ ମ୍ୟାଚରେ ଆଜି ଚେନ୍ନାଇ ସୁପରକିଙ୍ଗସ ଓ ପଞ୍ଜାବ କିଙ୍ଗସ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

Chennai Super Kings vs Punjab King
Chennai Super Kings vs Punjab King

ମୁମ୍ବାଇ: ଚଳିତ ଆଇପିଏଲର ୧୧ତମ ଲିଗ ମ୍ୟାଚରେ ଆଜି ଚେନ୍ନାଇ ସୁପରକିଙ୍ଗସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିବେ । ଏ ଯାଏଁ ଚେନ୍ନାଇ ଗୋଟିଏ ବି ମ୍ୟାଚରେ ଜିତିନାହିଁ । ପଞ୍ଜାବ ଗୋଟିଏ ମ୍ୟାଚ ଜିତିଛି । ଆଜିର ମ୍ୟାଚରେ ଚେନ୍ନାଇ ତାର ପ୍ରଥମ ବିଜୟ ଲକ୍ଷ୍ୟ ନେଇ ଖେଳିବ । ସବୁ ଶକ୍ତି ଖଟାଇ ବିଜୟ ଖାତା ଖୋଲିବାକୁ ଦଳ ଲକ୍ଷ୍ୟ ରହିଛି । ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ରହିଛି ।

ଡିଫେଣ୍ଡିଂ ଚାମ୍ପିୟନ ସୁପରକିଙ୍ଗସ ପ୍ରଥମ ଦୁଇଟି ମ୍ୟାଚରେ ପରାଜିତ ହୋଇସାରିଛି । ପ୍ରଥମଟି କୋଲକାତା ଓ ଦ୍ବୀତୀୟଟି ଲକ୍ଷ୍ନୌ ସୁପରଜାଏଣ୍ଟସଠୁ ହାରିଛି । ଆହତ ସମସ୍ୟା ଦଳ ପାଇଁ ଚିନ୍ତାର କାରଣ ହୋଇଛି । କୋଲକାତା ବିପକ୍ଷ ମ୍ୟାଚରେ ଆଡାମ ମିଲନେ ଆହତ ହୋଇଥିଲେ । ସେ ଏଯାଏ ଫିଟ ହୋଇନାହାନ୍ତି । ପେସ ବୋଲର ଦୀପକ ଚହର ମଧ୍ୟ ଆହତ ହୋଇଛନ୍ତି । କ୍ରିସ ଜୋର୍ଡାନ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ୩ ପେସ ବୋଲରଙ୍କ ଅନୁପସ୍ଥିତି ପରେ ବି ଦଳକୁ ଖେଳିବାକୁ ହେବ । ଆଜିର ମ୍ୟାଚକୁ ଜିତି ପଏଣ୍ଟ ଟେବଲରେ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି ଦଳ ।

ଏହା ବି ପଢନ୍ତୁ...IPL2022: ଗୁଜୁରାଟର ଦ୍ବିତୀୟ ବିଜୟ, ୧୪ ରନରେ ହାରିଲା ଲକ୍ଷ୍ନୌ

ସେପଟେ ଏକ ଦମଦାର ବିଜୟ ସହ ଚଳିତ ସିଜିନରେ ଖାତା ଖୋଲି ସାରିଛି ପଞ୍ଜାବ । ପ୍ରଥମ ମ୍ୟାଚରେ ଜିତିଥିଲେ ମଧ୍ୟ ଦ୍ବିତୀୟ ମ୍ୟାଚରେ କୋଲକାତଠୁ ହାରିଥିଲା ଦଳ । ଆଜିର ମ୍ୟାଚରେ ବିଜୟ ନେଇ ଦଳ ଫୁଲ ପ୍ରସ୍ତୁତ ରହିଛି ଟିମ । ପୂର୍ବ ମ୍ୟାଚରେ ତ୍ରୁଟି ସୁଧାରିବାକୁ ପଡିବ । ବିଶେଷ କରି ବ୍ୟାଟିଂ ବିଭାଗକୁ ଦାୟିତ୍ବ ମୁଣ୍ଡାଇବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.