ETV Bharat / sports

IPL 2022: କୁଲଦୀପଙ୍କ କମାଲ, 4 ୱିକେଟରେ କୋଲକାତାକୁ ହରାଇଲା ଦିଲ୍ଲୀ

କୋଲକାତା ବିପକ୍ଷରେ ଦମଦାର ବୋଲିଂ କରି ଦିଲ୍ଲୀ କ୍ୟାପିଟାଲ୍ସକୁ ବିଜୟୀ କରାଇଛନ୍ତି ସ୍ପିନର କୁଲଦୀପ ଯାଦବ । 41ତମ ଆଇପିଏଲ ମ୍ୟାଚରେ 4 ୱିକେଟରେ କୋଲକାତାକୁ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ

author img

By

Published : Apr 29, 2022, 8:44 AM IST

IPL 2022
IPL 2022

ମୁମ୍ବାଇ: କୋଲକାତା ବିପକ୍ଷରେ ଦମଦାର ବୋଲିଂ କରି ଦିଲ୍ଲୀ କ୍ୟାପିଟାଲ୍ସକୁ ବିଜୟୀ କରାଇଛନ୍ତି ସ୍ପିନର କୁଲଦୀପ ଯାଦବ । 41ତମ ଆଇପିଏଲ ମ୍ୟାଚରେ 4 ୱିକେଟରେ କୋଲକାତାକୁ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଯାଦୁକରୀ ସ୍ପିନର ମାତ୍ର 14ରନ ଦେଇ 4ଟି ୱିକେଟ ନେଇ ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ । ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ କୁଲଦୀପ ।

IPL 2022

ପ୍ରଥମେ ଟସ ଜିତି କୋଲକାତାକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଦିଲ୍ଲୀ । କୋଲକାତା ପକ୍ଷରୁ ନୀତିଶ ରାଣା ସର୍ବାଧିକ ୫୭ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ୩୪ ବଲ୍‌ରୁ ୩ଟି ଚୌକା ଓ ୪ଟି ଛକା ସହାୟତାରେ ଧୈର୍ଯ୍ୟପୂର୍ଣ୍ଣ ଇଂନିସ ଖେଳିଥିଲେ ରାଣା । ସେହିପରି କ୍ୟାପଟେନ ଶ୍ରେୟସ ଆୟର ୩୭ ବଲ୍‌ରୁ ୪୨ ଓ ରିଙ୍କୁ ସିଂ ୨୩ ରନ୍‌ର ଯୋଗଦାନ କରିଥିଲେ । ତେବେ ଅନ୍ୟ କୌଣସି KKR ବ୍ୟାଟ୍‌ର ସଫଳ ହୋଇନଥିଲେ । ପ୍ରଥମେ ବ୍ୟାଟିଂ କରି KKR ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୬ ରନ୍‌ କରିବାକୁ ସମର୍ଥ ହୋଇଥିଲା । ଫଳରେ ଦିଲ୍ଲୀ ସାମ୍ନାରେ ୧୪୭ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା ।

ଦିଲ୍ଲୀ ପକ୍ଷରୁ ସ୍ପିନର କୁଲଦୀପ ଯାଦବ ପୁଣିଥରେ ଘାତକ ସାବ୍ୟସ୍ତ ହୋଇଥିଲେ । ୩ ଓଭର ବୋଲିଂ କରି ମାତ୍ର ୧୪ ରନ୍‌ ବ୍ୟୟରେ ୪ଟି ୱିକେଟ ହାତେଇଥିଲେ କୁଲଦୀପ । ମୁସ୍ତାପିଜୁର ରେହମାନ ମଧ୍ୟ ୪ ଓଭରରୁ ୧୮ ରନ୍‌ ବ୍ୟୟରେ ୩ଟି ୱିକେଟ ଅକ୍ତିଆର କରିଥିଲେ । ଅକ୍ଷର ପଟେଲ ଓ ଚେତନ ସକାରିୟାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

147 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । 17 ରନରେ ଦଳ 2ଟି ୱିକେଟ ହରାଇଥିଲା । ପୃଥୀ ଶ' ଖାତା ଖୋଲି ପାରି ନଥିଲେ । ଦ୍ବିତୀୟ ଓଭରରେ ମିଚେଲ ମାର୍ଶା (13) ରନ କରି ଆଉଟ ହୋଇଥିଲେ । ଅନ୍ୟ ଓପନର ଡେଭିଡ ୱାର୍ଣ୍ଣର ଓ ଲଳିତ ଯାଦବ ମିଶି 65 ରନ ଯୋଡିଥିଲେ । ପରେ ୱାର୍ଣ୍ଣର 2 ବଲରୁ 42 ରନ କରି ଉମେଶଙ୍କ ଶିକାର ହୋଇଥିଲେ । ଏହାପରେ ଲଳିତଙ୍କୁ (22) ଆଉଟ କରିଥିଲେ ସୁନୀଲ ନାରାଏନ ।

ଦଳୀୟ ସ୍କୋର 83ରେ ଦିଲ୍ଲୀର 5ଟି ୱିକେଟ ପତନ ହୋଇସାରିଥିଲା । ପରବର୍ତ୍ତୀ ବ୍ୟାଟର ଅକ୍ଷର ପଟେଲ ଦ୍ରୁତ 24 ରନ କରି ଆଉଟ ହେଉଥିଲେ ହେଲେ ବିଜୟ ଆଶା ଉଜ୍ଜିବୀତ ଥିଲା । ଶେଷ 4 ଓଭରରେ ବିଜୟ ପାଇଁ 30 ରନ ଦରକାର ଥିଲା । ରୋଭମାନ ପାୱେଲ ଅପରାଜିତ ରହି (33) ଦଳକୁ ବିଜୟୀ କରାଇଥିଲେ । ଗୋଟିଏ ଓଭର ବାକି ଥାଇ ଦିଲ୍ଲୀ ବିଜୟ ହାସଲ କରି ନେଇଥିଲା । ନାଇଟରାଇଡର୍ସ ପକ୍ଷରୁ ଉମେଶ ଯାଦବ 3ଟି ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.