ETV Bharat / sports

ସିଏସକେ ବ୍ୟାଟିଂ କୋଚ୍‌ ମାଇକେଲ ହସି କୋରୋନା ପଜିଟିଭ ଚିହ୍ନଟ - IPL 2021

ସୋମବାର ସିଏସକେ ବୋଲିଂ କୋଚ୍‌ ଲକ୍ଷ୍ମୀପତି ବାଲାଜି ପଜିଟିଭ ଚିହ୍ନଟ ହେବାପରେ ବ୍ୟାଟିଂ କୋଚ୍‌ ମାଇକେଲ ହସି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

IPL 2021: CSK batting coach Hussey tests COVID-19 positive, sample sent for re-test
ସିଏସକେ ବ୍ୟାଟିଂ କୋଚ୍‌ ମାଇକେଲ ହସି କୋରୋନା ପଜିଟିଭ ଚିହ୍ନଟ
author img

By

Published : May 4, 2021, 11:01 PM IST

ହାଇଦ୍ରାବାଦ: ଏକାଧିକ ଖେଳାଳି କୋରୋନା ସଂକ୍ରମିତ ପରେ ଆଇପିଏଲର 14ତମ ସଂସ୍କରଣ ସ୍ଥଗିତ ହୋଇଛି । ତେବେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୋମବାର ସିଏସକେ ବୋଲିଂ କୋଚ୍‌ ଲକ୍ଷ୍ମୀପତି ବାଲାଜି ପଜିଟିଭ ଚିହ୍ନଟ ହେବାପରେ ବ୍ୟାଟିଂ କୋଚ୍‌ ମାଇକେଲ ହସି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ହସିଙ୍କ ନମୁନା ପୁନର୍ବାର ପରୀକ୍ଷା ପାଇଁ ପଠାଯାଇଥିବା ସିଏସକେ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍‌ ଓ ବିସିସିଆଇର ଏକ ଜରୁରିକାଳୀନ ବୈଠକ ବସିଥିଲା । ଏଥିରେ ସର୍ବସମ୍ମତି କ୍ରମେ ଆଇପିଏଲ 2021 ସଂସ୍କରଣକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିଲା ।

ଟୁର୍ଣ୍ଣାମେଣ୍ଟ ସ୍ଥଗିତ ନିଷ୍ପତ୍ତି ପରେ ଆଇପିଏଲ 2021ର ସମସ୍ତ ଅଂଶଗ୍ରହଣକାରୀ ସୁରକ୍ଷିତ ଭାବେ ଘରେ ପହଞ୍ଚିବା ନେଇ ସମସ୍ତ ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି ବିସିସିଆଇ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3,57,229 ନୂଆ କୋଭିଡ ପଜିଟିଭ କେସ ଚିହ୍ନଟ ହୋଇଛନ୍ତି ଓ 3,449 ଜଣଙ୍କ ଜୀବନ ଯାଇଛି । ଭାରତ ସରକାରଙ୍କ ତଥ୍ଯ ଅନୁଯାୟୀ, ଦେଶରେ ବର୍ତ୍ତମାନ 34,47,133 ସକ୍ରିୟ କୋଭିଡ-19 ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.