ETV Bharat / sports

Ind vs SL 2nd T20: ଟସ୍‌ ଜିତି ପାଣ୍ଡ୍ୟାଙ୍କ ବୋଲିଂ ନିଷ୍ପତ୍ତି, ଡେବ୍ୟୁ କଲେ ରାହୁଲ ତ୍ରିପାଠୀ

author img

By

Published : Jan 5, 2023, 7:04 PM IST

ତିନି ଟିକିଆ ଟି-୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ଅଧିକ ପଢ଼ନ୍ତୁ

india won the toss and opted to bowl first
ଟସ୍‌ ଜିତି ପାଣ୍ଡ୍ୟାଙ୍କ ବୋଲିଂ ନିଷ୍ପତ୍ତି

ମୁମ୍ବାଇ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ସିରିଜର ଦ୍ବିତୀୟ ଟି-୨୦ର ମ୍ୟାଚ୍‌ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା । ଆଜିର ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଥିବା ବେଳେ ଶ୍ରୀଲଙ୍କା ଅପରିବର୍ତ୍ତିତ ଦଳ ନେଇ ମୈଦାନକୁ ଓହ୍ଲାଇବ ।

ତିନି ଟିକିଆ ଟି-୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚ୍‌ରେ ଭାରତ ବିଜୟୀ ହେଲେ ସିରିଜ କବ୍‌ଜା କରିବ । ସେପଟେ ସିରିଜ ବିଜୟ ଆଶା ଉଜ୍ଜିବୀତ ରଖିବା ପାଇଁ ଶ୍ରୀଲଙ୍କାକୁ ଆଜିର ମ୍ୟାଚ ବିଜୟୀ ହେବା ଜରୁରୀ । ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମର ପିଚ୍‌ ବୋଲରଙ୍କୁ ସୁହାଇବ । ଏଣୁ ମ୍ୟାଚ୍‌ରେ ଟସ୍‌ର ଗୁରୁତ୍ବପୂର୍ଣ୍ଣ ଭୁମିକା ରହିଥିଲା । ତେବେ ଭାରତୀୟ ବୋଲର କିଭଳି ପ୍ରଦର୍ଶନ କରୁଛନ୍ତି ତାହାରି ଉପରେ ନଜର ରହିବ ।

ଆଜିର ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଫାଷ୍ଟ ବୋଲର ହର୍ଷଲ ପଟେଲଙ୍କ ସ୍ଥାନରେ ଆଜି ଦଳରେ ଅର୍ଶଦୀପ ସିଂହ ସାମିଲ ହୋଇଛନ୍ତି । ଅନ୍ୟ ପକ୍ଷରେ ଧୂଆଦାର ବ୍ୟାଟର ରାହୁଲ ତ୍ରପାଠୀ ଆଜି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରେ ଡେବ୍ୟୁ କରିଛନ୍ତି ।

ଚୂଡ଼ାନ୍ତ ଏକାଦଶ

ଭାରତୀୟ ଦଳ

ଇଶାନ କିଶନ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ, ରାହୁଲ ତ୍ରିପାଠୀ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ୍ଡା, ଅକ୍ଷର ପଟେଲ, ଶିଭମ ମାଭି, ଉମରାନ ମଲିକ, ଅର୍ଶଦୀପ ସିଂ, ୟୁଜିବେନ୍ଦ୍ର ଚହଲ

ଶ୍ରୀଲଙ୍କା ଦଳ

ପୃଥମ୍ ନିଶଙ୍କ, କୁଶାଲ ମେଣ୍ଡିସ୍, ଧନଞ୍ଜୟ ଡି ସିଲ୍‌ଭା, ଚରିଥ ଆଶାଲଙ୍କା, ଭାନୁକା ରାଜପକ୍ଷ, ଦାସୁନ୍ ଶନକ, ୱାନିନ୍ଦୁ ହାସରଙ୍ଗା, ଚାମିକା କରୁଣାରତ୍ନେ, ମହିଶ ଥିକଶାନା, କସୁନ୍ ରଜିତ, ଦିଲଶାନ୍ ମଦୁଶଙ୍କ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.