ETV Bharat / sports

ରୋମାଞ୍ଚକର ମ୍ୟାଚ୍‌ ଜିତିଲା କୋଣାର୍କ ସୂର୍ଯ୍ୟାସ ଓଡ଼ିଶା; ବିଜୟରୁ ଅଭିଯାନ ଆରମ୍ଭ - Legends league Cricket

author img

By ETV Bharat Sports Team

Published : 2 hours ago

Legends league Cricket : ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟ୍‌ର ପ୍ରଥମ ମ୍ୟାଚ୍‌ରେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଦମଦାର ବିଜୟ ହାସଲ କରିଛି । ରୋମାଞ୍ଚକର ମ୍ୟାଚ୍‌ରେ ମଣିପାଲ ଟାଇଗର୍ସକୁ 2 ରନରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ଇର୍ଫାନ ପଠାନଙ୍କ ନେତୃତ୍ବାଧୀନ ଓଡ଼ିଶା ଦଳ । ଅଧିକ ପଢ଼ନ୍ତୁ

Legends league Cricket
Legends league Cricket (ETV Bharat)

ଜୟପୁର (ରାଜସ୍ଥାନ) : ପ୍ରଥମ ଥର ପାଇଁ ଲିଜେଣ୍ଡସ୍‌ ଲିଗ କ୍ରିକେଟ୍‌ ଖେଳୁଥିବା କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ବିଜୟରୁ ଆରମ୍ଭ କରିଛି ଅଭିଯାନ । ଏହି କ୍ରିକେଟ ଲିଗ୍‌ର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ରାଜସ୍ଥାନର ଜୋଧପୁରସ୍ଥିତ ବରକତୁଲ୍ଲା ଖାନ୍ ଷ୍ଟାଡିୟମରେ ଖେଳାଯାଇଥିଲା । ଲୋ ସ୍କୋରିଂ ସତ୍ତ୍ବେ ମ୍ୟାଚ୍‌ କିନ୍ତୁ ବହୁତ ରୋମାଞ୍ଚକର ଥିଲା । ଇରଫାନ୍ ପଠାନଙ୍କ ନେତୃତ୍ବାଧୀନ କୋଣାର୍କ ସୂର୍ଯ୍ୟାସ୍‌ ଓଡ଼ିଶା ପ୍ରଥମ ମ୍ୟାଚ୍‌ରେ ହିଁ ଏହାର ପ୍ରଥମ ବିଜୟ ପଞ୍ଜିକରଣ କରିଛି । ପ୍ରଥମେ ବ୍ୟାଟିଂ କରି ଓଡ଼ିଶା 20 ଓଭରରେ 9 ୱିକେଟ୍ ହରାଇ 104 ରନ୍ ସଂଗ୍ରହ କରିଥିଲା, ଜବାବରେ ହରଭଜନ ସିଂହଙ୍କ ମଣିପାଲ ଟାଇଗର୍ସ 102 ରନ୍ ହିଁ ସ୍କୋର କରିପାରିଥିଲା ।

ରୋମାଞ୍ଚକର ମ୍ୟାଚ୍‌ ଜିତିଲା କୋଣାର୍କ ସୂର୍ଯ୍ୟାସ ଓଡ଼ିଶା :-

ଲିଜେଣ୍ଡସ୍ ଲିଗ୍ କ୍ରିକେଟର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମଣିପାଲ୍ ଟାଇଗର୍ସକୁ 2 ରନରେ ପରାସ୍ତ କରି କୋଣାର୍କ ସୂର୍ଯ୍ୟାସ ଓଡିଶା ନିଜର ପ୍ରଥମ ବିଜୟ ହାସଲ କରିଛି । ଏହି ଲୋ ସ୍କୋରିଂ ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ବେଶ ରୋମାଞ୍ଚକର ଥିଲା । ରିଚାର୍ଡ ଲେଭି ଏବଂ ଅମ୍ବାତି ରାୟୁଡୁ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ପାଇଁ ପାଳି ଆରମ୍ଭ କରିଥିଲେ । ହେଲେ ଦଳର ସ୍କୋର ମାତ୍ର 14 ରନ ହୋଇଥିବାବେଳେ ରାୟୁଡୁ କେବଳ 8 ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଛୋଟ ଛୋଟ ଭାଗିଦାରୀ ସହ ଓଡ଼ିଶା 20 ଓଭରରେ 9 ୱିକେଟ ହରାଇ କେବଳ 104 ରନ ହିଁ କରିପାରିଥିଲା ।

2 ରନରେ ହାରିଲା ମଣିପାଲ ଟାଇଗର୍ସ :-

104 ରନ ବିଜୟଲକ୍ଷ୍ୟ ନେଇ ରବିନ୍ ଉଥାପ୍ପା ଏବଂ ସୋଲେମାନ ମାଇର ମଣିପାଲ ଟାଇଗର୍ସ ପାଇଁ ପାଳି ଆରମ୍ଭ କରିଥିଲେ । ହେଲେ ପ୍ରଥମ ଓଭରର ଦ୍ବିତୀୟ ବଲରେ ଉଥାପ୍ପାଙ୍କୁ ଆଉଟ କରି ଶାହାବାଜ ନଦିମ ଓଡ଼ିଶା ପାଇଁ ପ୍ରଥମ ୱିକେଟ୍ ନେଇଥିଲେ । ଏହାପରେ ସୋଲେମାନ ମାଇର ମଧ୍ୟ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିସଲେ । ଏହାପରେ ମଣିପାଲ ଟାଇଗର୍ସ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । 2.5 ଓଭରରେ 4 ରନ ପାଇଁ ଟପ୍‌ 3 ବ୍ୟାଟରଙ୍କୁ ହରାଇଥିଲା ଦଳ । ମନୋଜ ତିୱାରୀ (2) ଓ ସୌରଭ ତିୱାରୀ (5) ଖୁବଶୀଘ୍ର ପାଭିଲିୟନ ଫେରିଗଲେ । ଏହାପରେ ଯଦିଓ ଡାନିଏଲ କ୍ରିଷ୍ଟିୟାନ ଓ ଓବୁସ ପିଏନାର ସପ୍ତମ ୱିକେଟ ପାଇଁ ଦଳୀୟ ଖାତାରେ 49 ରନ ଯୋଡ଼ିଥିଲେ, ହେଲେ ଏହା ଦଳର ବିଜୟ ପାଇଁ ପର୍ଯ୍ୟାପ୍ତ ନଥିଲା । ଡାନିଏଲ କ୍ରିଷ୍ଟିୟାନ 29 ବଲରେ 30 ଓ ଓବୁସ ପିଏନାର 24 ବଲରେ 34 ରନ କରି ଆଉଟ୍‌ ହୋଇଥିଲେ । ତେବେ ଓଡ଼ିଶା ପାଇଁ ଶେଷ ଓଭର ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା । ଯାହାକୁ ବୋଲିଂ କରିଥିଲେ ନିଜେ ଦଳର ଅଧିନାୟକ ଇର୍ଫାନ ପଠାନ । ସେ ଶେଷ ଓଭରରେ ହିଁ ଓଡ଼ିଶାକୁ ମ୍ୟାଚ୍‌ ଜିତାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.