ETV Bharat / technology

ଆର୍ଥିକ ବର୍ଷ 2024ରେ ଡିଜିଟାଲ କାରବାରରେ ଭାରତର ରେକର୍ଡ; 5ମାସରେ ହେଲାଣି 1669ଲକ୍ଷ କୋଟି ନେଣଦେଣ - Digital Payment in India - DIGITAL PAYMENT IN INDIA

UPI Payment in India: ଦେଶ ଡିଜିଟାଲ ପେମେଣ୍ଟ ଆହୁରି ଲୋକପ୍ରିୟତା ଅର୍ଜନ କରୁଛି । କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ଡିଜିଟାଲ ନେଣଦେଣରେ ଆର୍ଥିକ ବର୍ଷ 2017-18ରେ 2,071କୋଟିରୁ ବୃଦ୍ଧି ପାଇ 2023-24 ଆର୍ଥିକ ବର୍ଷରେ ଏହା 18,737 କୋଟି ଟଙ୍କାରେ ପହଞ୍ଚିଛି । ଅଧିକ ପଢନ୍ତୁ

UPI Payment in India
UPI Payment in India (ANI)
author img

By ETV Bharat Tech Team

Published : Sep 21, 2024, 1:08 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଦେଇଥିବା ତଥ୍ୟ ଅନୁସାରେ ଭାରତରେ ଡିଜିଟାଲ ନେଣଦେଣର ସଂଖ୍ୟା ଆର୍ଥିକ ବର୍ଷ 2017-18ରେ 2,071 କୋଟି ଟଙ୍କାରୁ ବୃଦ୍ଧି ପାଇ ଆର୍ଥିକ 2023-24 ବର୍ଷରେ 18,737 କୋଟିରେ ପହଞ୍ଚିଛି, ଯାହାକି ପ୍ରାୟ 44 ପ୍ରତିଶତ ଅଧିକ । ଏହାବାଦ ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଚଳିତ ଆର୍ଥିକ ବର୍ଷ 2024-25ର ଗତ 5ମାସ (ଏପ୍ରିଲ-ଅଗଷ୍ଟ)ରେ ଏହି ସଂଖ୍ୟା 8,659 କୋଟିରେ ପହଞ୍ଚିଛି ।

ଆର୍ଥିକ ବର୍ଷ 2024ରେ ଡିଜଟାଲ କାରବାରର ମୂଲ୍ୟ 1,962 ଲକ୍ଷ କୋଟିରୁ 3,659 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି 11 ପ୍ରତିଶତ CAGR ଅଟେ । ଆର୍ଥିକ ବର୍ଷ 2025ର ଶେଷ 5 ମାସରେ ମୋଟ କାରବାର ମୂଲ୍ୟ 1,669 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ଥିକ ସେବା ବିଭାଗ (DFS) କହିଛି ।

Also Read: ଏଣିକି 5ଜଣ ଚଲାଇପାରିବେ ଗୋଟିଏ UPI; ନୂଆ ଫିଚର୍ସ ଆଣିଲା Google Pay

ଏହାରି ମଧ୍ୟରେ UPI କାରବାର ପରିମାଣ 2017-18 ଆର୍ଥିକ ବର୍ଷରେ 92 କୋଟିରୁ 2023-24 ଆର୍ଥିକ ବର୍ଷରେ 13,116 କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା CAGR 129 ପ୍ରତିଶତ ଅଟେ । UPI କାରବାରର ମୂଲ୍ୟ 2017-18 ଆର୍ଥିକ ବର୍ଷରେ 1 ଲକ୍ଷ କୋଟିରୁ 23-24 ଆର୍ଥିକ ବର୍ଷରେ 200 ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ CAGR ଅଭିବୃଦ୍ଧି 138 ପ୍ରତିଶତ ହୋଇଛି ।

ଗତ 5 ମାସ ମଧ୍ୟରେ ମୋଟ କାରବାର ମୂଲ୍ୟ 101 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୟୁପିଆଇ ଏବେ 7ଟି ଦେଶରେ ଲାଇଭ ନେଣଦେଣର ସୁବିଧା ପ୍ରଦାନ କରୁଛି । ଯେପରିକି UAE, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ ଏବଂ ମରିସସ୍ ଭଳି ପ୍ରମୁଖ ବଜାର ସମେତ ସାତୋଟି ଦେଶରେ ଲାଇଭ୍ କାରବାରକୁ UPI ବର୍ତ୍ତମାନ ସହଜ କରିଛି । ଗତ ଆର୍ଥିକ ବର୍ଷ ତୁଳନାରେ ଡିଜିଟାଲ କାରବାର ଦେଶରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ।

Also Read: ସହଜ ହେଲା UPI ନେଣଦେଣ; ଜାଣନ୍ତୁ 5 ଟିପ୍ସ, କରନ୍ତୁ ବେଫିକର୍‌ ପେମେଣ୍ଟ - 5 Easy Tips For UPI Payment

ଅର୍ଥ ମନ୍ତ୍ରଣାଳୟ କହିଛି ଯେ 'ସହଭାଗୀ ବ୍ୟାଙ୍କ ଏବଂ ଫିନଟେକ୍ ପ୍ଲାଟଫର୍ମଗୁଡିକର ବଢୁଥିବା ନେଟୱାର୍କ ଦ୍ବାରା ବ୍ୟବହାରର ସହଜତା UPIକୁ ଦେଶର ଲକ୍ଷ ଲକ୍ଷ ଉପଭୋକ୍ତାମାନଙ୍କ ପାଇଁ ରିଅଲ୍ ଟାଇମ୍ ଦେବାର ସବୁଠାରୁ ପସନ୍ଦଯୋଗ୍ୟ ପଦ୍ଧତି କରିପାରିଛି ।'

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.