ETV Bharat / international

ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଜାରି, ଆର୍ଥିକ ସଙ୍କଟ ପରେ ପ୍ରଥମ - SRI LANKA ELECTION

author img

By ETV Bharat Odisha Team

Published : 3 hours ago

Sri Lanka President poll: ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଜାରି । ଆଜି ଅପରାହ୍ନରେ ଭୋଟ ଗଣତି ଓ ଆସନ୍ତାକାଲି ଫଳାଫଳ । ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେଙ୍କୁ ଟକ୍କର ଦେଉଛନ୍ତି ବିରୋଧୀ ନେତା ସାଜିତ ପ୍ରେମଦାସ । ଅଧିକ ପଢନ୍ତୁ

ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀଲଙ୍କାରେ ଭୋଟିଂ ଜାରି, ଆର୍ଥିକ ସଙ୍କଟ ପରେ ପ୍ରଥମ ନିର୍ବାଚନ
ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀଲଙ୍କାରେ ଭୋଟିଂ ଜାରି, ଆର୍ଥିକ ସଙ୍କଟ ପରେ ପ୍ରଥମ ନିର୍ବାଚନ (ETV Bharat Odisha)

ହାଇଦ୍ରାବାଦ: ଦ୍ବୀପରାଷ୍ଟ୍ର ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଆଜି ସକାଳ 7ଟାରୁ ଭୋଟ ଗ୍ରହଣ ହେଉଛି । ଦେଶର ମୋଟ 22 ମିଲିୟନ ନାଗରିକଙ୍କ ମଧ୍ୟରୁ 17 ମିଲିୟନ ପଞ୍ଜୀକୃତ ମତଦାତା ଆଜି ମତାଧିକାର ସାବ୍ୟସ୍ତ କରିବେ । ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ, ବିରୋଧୀ ଦଳ ନେତା ସାଜିତ ପ୍ରେମଦାସ ଓ ଅନୁର କୁମାରା ଦିସାନାୟକଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେଉଛି ।

ଆଜି ଅପରାହ୍ନ 4 ଟାରେ ମତଦାନ ପ୍ରକ୍ରିୟା ଶେଷ ହେବା ପରେ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତାକାଲି ସ୍ଥାନୀୟ ନିର୍ବାଚନ କର୍ତ୍ତୃପକ୍ଷ ଚୂଡାନ୍ତ ଫଳାଫଳ ଘୋଷଣା କରିବାର ସୂଚୀ ଧାର୍ଯ୍ୟ ହୋଇଛି । 2022 ଆର୍ଥିକ ସଙ୍କଟ ଓ ରାଜନୈତିକ ଅସ୍ଥିରତା ପରେ ପ୍ରଥମ ଥର ଶ୍ରୀଲଙ୍କାରେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ନିର୍ବାଚନ ହେଉଛି । ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ମଧ୍ୟ ଚଳିତଥର ନିର୍ବାଚନ ଗ୍ରାଉଣ୍ଡରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଜାରି, ଆର୍ଥିକ ସଙ୍କଟ ପରେ ପ୍ରଥମ
ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଜାରି, ଆର୍ଥିକ ସଙ୍କଟ ପରେ ପ୍ରଥମ (ETV Bharat Odisha)
  • ଆଜି ଅପରାହ୍ନରେ ଭୋଗ ଗଣତି, କାଲି ଜନାଦେଶ:

ଶ୍ରୀଲଙ୍କା ନିର୍ବାଚନ ଆୟୋଗର ମୁଖ୍ୟ ଆର.ଏମ.ଏଲ ରାଥନାୟାକେ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଅନୁସାରେ, ଆଜିର ମତଦାନ ପାଇଁ ମୋଟ 13 ହଜାର ବୁଥ ପ୍ରସ୍ତୁତ କରାଯାଇଛି । 25 ହଜାର କର୍ମଚାରୀ ନିର୍ବାଚନ ପରିଚାଳନାରେ ନିୟୋଜିତ ହୋଇଛନ୍ତି । ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ସକାଳ 7ଟାରୁ ମତଦାନ ଜାରି ରହିଛି । ଆସନ୍ତାକାଲି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଏହା ମଧ୍ୟ ପଢନ୍ତୁ:- ମିଶନ ଗଗନ ଯାନ; ବେଶ ଯତ୍ନଶୀଳ ଇସ୍ରୋ; ଆଉ ଏକ ବୋଇଙ୍ଗ ଅଘଟଣ ଚାହୁଁନାହୁଁ କହିଲେ ସୋମନାଥ - GAGANYAAN MISSION

ଏହା ମଧ୍ୟ ପଢନ୍ତୁ:- 3 ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ; କ୍ବାଡ ସମ୍ମିଳନୀରେ ସାମିଲ ହେବେ, ବାଇଡେନଙ୍କୁ ଭେଟିବେ - Modi visits America

ଏହା ମଧ୍ୟ ପଢନ୍ତୁ:- ଚରମ ସୀମାରେ ହାଇବ୍ରିଡ ଯୁଦ୍ଧ କୌଶଳ - ISRAEL ATTACK ON HEZBOLLAH

  • ଆର୍ଥିକ ସଙ୍କଟ ପରେ ପ୍ରଥମ ନିର୍ବାଚନ:-

2022 ମସିହାରେ ଶ୍ରୀଲଙ୍କାରେ ଉତ୍କଟ ଆର୍ଥିକ ସଙ୍କଟ ସ୍ଥିତି ଦେଖାଯାଇଥିଲା । ଏହାର ପ୍ରଭାବ ସିଧା ଦେଶର ଶାସନକୁ ମଧ୍ୟ ଦୋହଲାଇ ଦେଇଥିଲା । ଦେଶବ୍ୟାପୀ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିଲା । ଲକ୍ଷାଧିକ ଆନ୍ଦୋଳନକାରୀ ରାଜଧାନୀ କଲମ୍ବୋରେ ବିଶାଳ ପ୍ରତିବାଦ ସଭା କରିବା ସହ ରାଷ୍ଟ୍ରପତି ଭବନକୁ ଦଖଲକୁ ନେବାକୁ ପ୍ରୟାସ କରିଥିଲେ । ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ଦେଶ ଛାଡି ପଳାୟନ କରିଥିଲେ । ବ୍ୟାପକ ଅସ୍ଥିରତା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କୁ ପ୍ରଧାନମନ୍ତ୍ରୀ ଓ ପରେ ରାଷ୍ଟ୍ରପତି ଭାବେ ଦାୟିତ୍ବ ମିଳିଥିଲା ।

ଭାରତ ସେତେବେଳେ ପଡୋଶୀ ପ୍ରଥମ ନୀତିରେ ଶ୍ରୀଲଙ୍କାକୁ ସହଯୋଗ କରିଥିଲା । ଏକାଧିକ ସିପମେଟରେ କଲମ୍ବୋକୁ ମାନବୀୟ ସହୟତା ପଠାଇଥିଲା ନୂଆଦିଲ୍ଲୀ । ଏହା ମଧ୍ୟରେ ଖାଦ୍ୟ ସାମଗ୍ରୀ, ମେଡିକାଲ ଉପକରଣ ଓ ଔଷଧ ସମେତ ବିପୁଳ ପରିମାଣରେ ଇନ୍ଧନ ମଧ୍ୟ ରହିଥିଲା । ଏବେ ପ୍ରାୟ ଦୁଇବର୍ଷ ପରେ ଶ୍ରୀଲଙ୍କାରେ ନିର୍ବାଚନ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.