ETV Bharat / sports

ପନ୍ତ-ଗିଲ୍‌ ଶୋ' ପରେ ପାଳି ଘୋଷଣା କଲେ ରୋହିତ; ବାଂଲାଦେଶ ଆଗରେ ବିଶାଳ ଲକ୍ଷ୍ୟ - IND vs BAN 1st Test - IND VS BAN 1ST TEST

IND vs BAN 1st Test Day 3 : ଚେପକ୍‌ରେ ପନ୍ତ-ଗିଲ୍‌ ଶୋ' । 287/4ରେ ପାଳି ଘୋଷଣା କଲା ଭାରତ । ବାଂଲାଦେଶ ଆଗରେ ବଶାଳ ଲକ୍ଷ୍ୟ । ଅଧିକ ପଢ଼ନ୍ତୁ

Rishabh Pant and Shubman Gill
Rishabh Pant and Shubman Gill (ETV Bharat)
author img

By ETV Bharat Sports Team

Published : Sep 21, 2024, 2:08 PM IST

ଚେନ୍ନାଇ : ଚେପକ୍‌ରେ ଋଷଭ ପନ୍ତ ଓ ଶୁବମନ ଗିଲ ଶୋ' ପରେ ପାଳି ଘୋଷଣା କଲା ଭାରତ । ଦୁଇ ଷ୍ଟାର ଯୁବ ବ୍ୟାଟରଙ୍କ ଦମଦାର ଶତକୀୟ ପାଳିରେ ବାଂଲାଦେଶ ଘାଇଲା । ଭାରତ ଓ ବାଂଲାଦେଶ ମଧ୍ୟରେ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ (ଚେପକ୍‌) ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ପାଳି ଘୋଷଣା କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ଦ୍ବିତୀୟ ପାଳିରେ ଭାରତ 64 ଓଭର ଖେଳି 4 ୱିକେଟ ବିନିମୟରେ 287 ରନ ସ୍କୋର କରିଥିଲା । ପାଳି ଘୋଷଣା ହେବା ବେଳକୁ ଭାରତ ବାଂଲାଦେଶ ଠାରୁ 514 ରନରେ ଆଗୁଆ ରହିଥିଲା । ଅର୍ଥାତ ବାଂଲାଦେଶକୁ ଜିତିବାକୁ ହେଲେ ଦ୍ବିତୀୟ ପାଳିରେ 515 ରନର ଆବଶ୍ୟକତା ରହିଛି ।

ଭାରତ ପ୍ରଥମ ପାଳି :-

ପ୍ରଥମ ଦିନରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବା ପରେ ଦଳ ପାଇଁ ସଂକଟମୋଚକ ସାଜିଥିଲେ ରବିଚନ୍ଦ୍ରନ ଅଶ୍ବିନ । ଅଶ୍ବିନ ଦମଦାର ଶତକୀୟ ଇନିଂସ ଖେଳି 102 ରନରେ ଅପରାଜିତ ରହିଥିଲେ । ଏପଟେ ଜାଡେଜା ମଧ୍ୟ 86 ରନର ଆକର୍ଷଣୀୟ ପାଳି ଖେଳିଥିଲେ । ଦୁହଁଙ୍କ 195 ରନର ରେକର୍ଡ ଭାଗିଦାରୀ ବଳରେ ଭାରତ ପ୍ରଥମ ଦିନରେ 6 ୱିକେଟ ହରାଇ 339 ରନ ସ୍କୋର କରିଥିଲା । ଆଜି ଦ୍ବିତୀୟ ଦିନର ଖେଳ ଏହିଠାରୁ ଆରମ୍ଭ ହୋଇଥିଲା । ଆରମ୍ଭରୁ ଜାଡେଜା (86) ଆଉଟ୍‌ ହୋଇଯାଇଥିଲେ । ଆକାଶ ଦୀପ 17 ରନର ପାଳି ଖେଳି ଆଉଟ୍‌ ହେବାପରେ ଅଶ୍ବିନ (113) ଆଉଟ୍‌ ହୋଇଥିଲେ । ବୁମ୍‌ରା (7) ଶେଷ ୱିକେଟ ଭାବେ ଆଉଟ୍‌ ହେବାବେଳକୁ ଭାରତ 376 ରନ କରିସାରିଥିଲା ।

ବାଂଲାଦେଶ ପ୍ରଥମ ପାଳି :-

ଏହାପରେ ବାଂଲାଦେଶ ପ୍ରଥମ ପାଳି ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା । ହେଲେ ପ୍ରଥମ ଓଭରରେ ହିଁ ବାଂଲାଦେଶକୁ ପ୍ରଥମ ଝଟ୍‌କା ଦେଇଥିଲେ ଜସପ୍ରୀତ ବୁମ୍‌ରା । ସେ ପ୍ରଥମ ଓଭରର ଶେଷ ବଲରେ ଶଦମାନ ଇସଲାମଙ୍କୁ କ୍ଲିନ-ବୋଲ୍ଡ କରି ପାଭିଲିୟନ ଫେରାଇଥିଲେ । ଏହାପରେ ବାଂଲାଦେଶର ଦଳୀୟ ସ୍କୋର 22 ରନ ହୋଇଥିବାବେଳେ କ୍ରମାଗତ ଦୁଇଟି ବଲରେ ଦୁଇ ବାଂଲାଦେଶୀ ବ୍ୟାଟରଙ୍କ ୱିକେଟ ନେଇଥିଲେ ଆକାଶ ଦୀପ । ସେ ଜାକିର ହାସନ (3) ଓ ମୋମିନୁଲ ହକ୍‌ (0)ଙ୍କୁ କ୍ଲିନ-ବୋଲ୍ଡ କରିଥିଲେ । ଲଞ୍ଚ-ବ୍ରେକ୍‌ ସୁଦ୍ଧା ବାଂଲାଦେଶ କେବଳ 26 ରନରେ 3ଟି ବହୁମୂଲ୍ଯ ୱିକେଟ ହରାଇ ସଂକଟରେ ପଡ଼ିଥିଲା । ଏହାପରେ ମଧ୍ୟ ସଂକଟରୁ ରକ୍ଷା ପାଇନଥିଲା ବାଂଲାଦେଶ । 20 ବ୍ୟକ୍ତିଗତ ରନ ହାସଲ କରିଥିବା ଅଧିନାୟକ ନାଜମୋଲ ହୋସେନ ଶାଣ୍ଟୋଙ୍କୁ କୋହଲିଙ୍କ ହାତରେ ଧରା ପକାଇଥିଲେ ସିରାଜ । ଏହାପରେ ଶାକିବ ଅଲ୍‌ ହାସନ (32), ଲିଟନ ଦାସ (22) ଓ ମେହିଡୀ ହାସନ ମିରାଜ (27) କିଛି ସମୟ କ୍ରିଜରେ ଲଢ଼ିଥିଲେ ମଧ୍ୟ ଦଳକୁ ଆଶାନୁରୂପ ସହଯୋଗ କରିପାରିନଥିଲେ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିବା ବାଂଲାଦେଶ ଶେଷରେ 149 ରନରେ ସମସ୍ତ ୱିକେଟ ହରାଇଥିଲା ।

ଭାରତ ଦ୍ବିତୀୟ ପାଳି :-

ପ୍ରଥମ ପାଳିରେ 227 ରନର ଲିଡ୍‌ ନେଇ ଦ୍ବିତୀୟ ପାଳି ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମ ପାଳିରେ କେବଳ 6 ରନ କରିଥିବା ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଭାରତୀୟ କ୍ରିକେଟପ୍ରେମୀ ଏକ ବଡ଼ ପାଳିର ଆଶା ରଖିଥିଲେ । ହେଲେ ସେ କେବଳ 5 ରନ ହିଁ କରିପାରିଥିଲେ । 10 ରନ କରି ଆଉଟ୍‌ ହୋଇଥିଲେ ଜୟସ୍ବାଲ । ଅନ୍ୟପଟେ ପ୍ରଥମ ପାଳିରେ 6 ରନ କରି ଆଉଟ୍‌ ହୋଇଥିବା କୋହଲି ଆଜି ଭଲ ଆରମ୍ଭ କରିଥିଲେ ହେଁ କେବଳ 17 ରନ ହିଁ କରିପାରିଥିଲେ । ତେବେ ଶୁଭମନ ଗିଲ୍‌ ଓ ଋଷଭ ପନ୍ତ ଦଳକୁ ଭଲ ଭାଗିଦାରୀ ଦେଇ ଦଳୀୟ ସ୍କୋରକୁ ଗତି ଦେଇଥିଲେ । ଆଜି ମ୍ୟାଚ୍‌ର ତୃତୀୟ ଦିନରେ ଆକ୍ରାମକ ବ୍ୟାଟିଂ କରି ପନ୍ତ 128 ବଲରୁ 13 ଚୌକା ଓ 4 ଛକା ସହିତ 109 ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଏହାପରେ ଶୁବମନ ଗିଲ୍‌ ମଧ୍ୟ ନିଜ ଶତକ ପୂରଣ କରିଥିଲେ । ଗିଲ୍‌ 176 ବଲରୁ 10 ଚୌକା ଓ 4 ଛକା ବଳରେ 119 ରନର ଅପରାଜିତ ରନ ଖେଳିଛନ୍ତି । ଅନ୍ୟପଟେ ପନ୍ତ ଯିବା ପରେ କେଏଲ୍‌ ରାହୁଲ ଆସି 19 ବଲରୁ 22 ରନର ଉପଯୋଗୀ ପାଳି ଖେଳିଥିଲେ । ଭାରତ ଦ୍ବିତୀୟ ପାଳିରେ 64 ଓଭର ଖେଳି 4 ୱିକେଟ ବିନିମୟରେ 287 ରନ ସ୍କୋର କରିଥିବାବେଳେ ରୋହିତ ଶର୍ମା ପାଳି ଘୋଷଣା ପାଇଁ ବ୍ୟାଟରମାନଙ୍କୁ ଈଶାରା ଦେଇଥିଲେ । ଏତେବେଳକୁ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଦଳଠାରୁ 514 ରନ ଲିଡ୍‌ ନେଇ ସାରିଥିଲା । ଅର୍ଥାତ ବିଜୟ ପାଇଁ ବାଂଲାଦେଶକୁ ଦ୍ବିତୀୟ ପାଳିରେ 515 ରନ ଆବଶ୍ୟକ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.