ETV Bharat / sports

India vs West Indies: ଚହଲଙ୍କ ଦିନିିକିଆ ୱିକେଟ ସେଞ୍ଚୁରୀ, ବନିଲେ ଦ୍ବିତୀୟ ଦ୍ରୁତତମ ଭାରତୀୟ ସ୍ପିନର

author img

By

Published : Feb 7, 2022, 6:47 AM IST

ଭାରତର ଐତିହାସିକ ୧୦୦୦ତମ ଦିନିକିଆ ମ୍ୟାଚ୍‌ରେ ନିଜର ପୁରୁଣା ଲୟକୁ ଫେରିଲେ ସ୍ପିନର ୟୁଜଭେନ୍ଦ୍ର ଚହଲ । କୁଲଦୀପ ଯାଦବଙ୍କ ପରେ ଦ୍ବିତୀୟ ଦ୍ରୁତତମ ଭାରତୀୟ ସ୍ପିନର ଭାବେ ଦିନିକିଆ କ୍ରିକେଟରେ ୧୦୦ ୱିକେଟ ହାସଲ କରିବାର ଉପଲବ୍ଧି ହାସଲ କରିଛନ୍ତି । ଅଧିକ ପଢନ୍ତୁ

India vs West Indies: Yuzvendra Chahal becomes 2nd fastest India spinner to take 100 ODI wickets
India vs West Indies: ଚହଲଙ୍କ ଦିନିିକିଆ ୱିକେଟ ସେଞ୍ଚୁରୀ, ବନିଲେ ଦ୍ବିତୀୟ ଦ୍ରୁତତମ ଭାରତୀୟ ସ୍ପିନର

ଅହମ୍ମଦାବାଦ: ଭାରତର ଐତିହାସିକ ୧୦୦୦ତମ ଦିନିକିଆ ମ୍ୟାଚ୍‌ରେ ନିଜର ପୁରୁଣା ଲୟକୁ ଫେରିଲେ ସ୍ପିନର ୟୁଜଭେନ୍ଦ୍ର ଚହଲ । ରବିବାର ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ୪ଟି ୱିକେଟ ହାତେଇଛନ୍ତି ଚହଲ । ଏଥିସହ ଏକ ବିରାଟ କିର୍ତ୍ତୀମାନର ଅଧିକାରୀ ହୋଇ ଦିନିକିଆ କ୍ରିକେଟରେ ଭାରତୀୟ ବୋଲର ଭାବେ ଏକ ନିଆରା କ୍ଲବରେ ସାମିଲ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: IND vs WI: ୧୦୦୦ତମ ଦିନିକିଆରେ ଭାରତର ଦମଦାର ବିଜୟ

ରବିବାର ଚହଲ ତାଙ୍କର ସ୍ପିନ ପାର୍ଟନର କୁଲଦୀପ ଯାଦବଙ୍କ ପରେ ଦ୍ବିତୀୟ ଦ୍ରୁତତମ ଭାରତୀୟ ସ୍ପିନର ଭାବେ ଦିନିକିଆ କ୍ରିକେଟରେ ୧୦୦ ୱିକେଟ ହାସଲ(fastest India spinner to take 100 ODI wickets) କରିବାର ଉପଲବ୍ଧି ହାସଲ କରିଛନ୍ତି । ଭାରତ ପାଇଁ ୬୦ତମ ମ୍ୟାଚ୍‌ରେ ଚହଲ ଏହି ସଫଳତାର ଅଧିକାରୀ ହୋଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ନିଜ ସ୍ପେଲ୍‌ର ପ୍ରଥମ ବଲ୍‌ରେ ନିକୋଲାସ ପୋରୋନଙ୍କୁ ଆଉଟ୍‌ କରି ୱିକେଟ ସେଞ୍ଚୁରୀ ପୂରଣ କରିଥିଲେ ଚହଲ ।

ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ପ୍ରଥମ ODI ମ୍ୟାଚ୍‌ ଖେଳିଥିଲା ଟିମ ଇଣ୍ଡିଆ । ଦିନିକିଆ କ୍ରିକେଟରେ ୧୦୦ ୱିକେଟ ହାସଲ କରିବାରେ ଚହଲ ପଞ୍ଚମ ଭାରତୀୟ ବୋଲର ହୋଇଛନ୍ତି । ଅହମ୍ମଦାବାଦରେ ପହଞ୍ଚିବା ପୂର୍ବରୁ ଚହଲଙ୍ ଦିନିକିଆ ୱିକେଟ ସଂଖ୍ୟା ୯୯ ରହିଥିଲା ।

ଏହି ମ୍ୟାଚ୍‌ ଟିମ ଇଣ୍ଡିଆ ପାଇଁ ୧୦୦୦ତମ ମ୍ୟାଚ୍‌ ହୋଇଥିଲା ଓ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇ ଦମଦାର ବିଜୟ ହାସଲ କରିଛି ରୋହିତ ଶର୍ମାଙ୍କ ଟିମ । ଭ୍ରମଣକାରୀ ଟିମକୁ ମାତ୍ର ୧୭୬ ରନ୍‌ରେ ଅଲଆଉଟ୍‌ କରିବା ପରେ ସହଜସାଧ୍ୟ ବିଜୟକୁ ୨୮ ଓଭରରେ ହାସଲ କରିନେଇଥିଲା ଭାରତ । କ୍ୟାପଟେନ ରୋହିତ ଶର୍ମା ଭାରତ ପକ୍ଷରୁ ମ୍ୟାଚ୍‌ ବିଜୟୀ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ୟୁଜଭେନ୍ଦ୍ର ଚହଲଙ୍କୁ ଚମତ୍କାର ବୋଲିଂ ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.