ETV Bharat / sports

ENGW vs INDW: ଡେବ୍ୟୁ ଟେଷ୍ଟରେ ଶତକରୁ ଅଳ୍ପକେ ବଞ୍ଚିତ ଶେଫାଳି - ENGW vs INDW

ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଥିବା ଓପନର ଶେଫାଳି ବର୍ମାଙ୍କ 96 ରନର ମାରାଥନ ଇଂନିସ । ଅଧିକ ପଢନ୍ତୁ...

India vs England: Day 2 gets underway in Bristol
ENGW vs INDW: ଡେବ୍ୟୁ ଟେଷ୍ଟରେ ଶତକରୁ ଅଳ୍ପକେ ବଞ୍ଚିତ ଶେଫାଳି
author img

By

Published : Jun 17, 2021, 10:34 PM IST

ବ୍ରିଷ୍ଟଲ: ଭାରତୀୟ ମହିଳା କ୍ରିକେଟ ଟିମ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି ଏକମାତ୍ର ଟେଷ୍ଟ । ଦ୍ବିତୀୟ ଦିନରେ ଇଂଲଣ୍ଡ 396 ରନ୍‌ରେ ଇଂନିସ ଘୋଷଣା କରିବା ପରେ ଭାରତ ବ୍ୟାଟିଂ ଜାରି ରଖିଛି । ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଥିବା ଓପନର ଶେଫାଳି ବର୍ମା 96 ରନର ମାରାଥନ ଇଂନିସ ଖେଳିଛନ୍ତି । ତେବେ ମାତ୍ର 4 ରନ୍‌ ପାଇଁ ଡେବ୍ୟୁ ଟେଷ୍ଟରେ ଶତକ ଅର୍ଜନ କରିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି । 152 ବଲ୍‌ରୁ 13 ଚୌକା ଓ2ଟି ଛକା ସହାୟତାରେ 96 ରନଂର ଇଂନିସ ଖେଳି ଆଉଟ ହୋଇଛନ୍ତି ।

ପ୍ରଥମ ୱିକେଟ ଯୋଡିରେ ସ୍ମୃତି ମାନ୍ଧାନାଙ୍କ ସହ 167 ରନ୍‌ର ଭାଗିଦାରୀ କରିଥିଲେ ଶେଫାଳି । ମାନ୍ଧାନା ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ପୂର୍ବରୁ ଇଂଲଣ୍ଡ କ୍ୟାପଟେନ ହେଥର ନାଇଟଙ୍କ 95 ଓ ସୋଫିଆ ଡଙ୍କଲେଙ୍କ 74 ରନ ବଳରେ 396 ରନରେ ପ୍ରଥମ ଇଂନିସ ଘୋଷଣା କରିଛି । ହିଲ 35 ଓ ବେୟୁମଣ୍ଟ 66 ରନର ଇଂନିସ ଖେଳିଥିଲେ ।

ଭାରତ ପକ୍ଷରୁ ସ୍ନେହ ରାଣା ସର୍ବାଧିକ 4ଟି ଓ ଦିପ୍ତୀ ଶର୍ମା 3ଟି ୱିକେଟ ଅକ୍ତିଆର କରିଥିଲେ । ଝୁଲଣ ଗୋସ୍ବାମୀ ଓ ପୂଜା ବସ୍ତ୍ରକରଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.