ETV Bharat / sports

ଆଡିଲେଡ ଟେଷ୍ଟରେ ପ୍ରଦର୍ଶନ କୌଣସି ପ୍ରଭାବ ପଡ଼ିବନି: ବିରାଟ କୋହଲି - ତୃତୀୟ ଟେଷ୍ଟ ଭାରତ ଭର୍ସେସ ଇଂଲଣ୍ଡ

ମୋଟେରା ହେବାକୁ ଥିବା ଦିବା ରାତ୍ର ମ୍ୟାଚ ଉପରେ ଆଡିଲେଡ ଦିବାରାତ୍ର ମ୍ୟାଚ ଖରାପ ପ୍ରଦର୍ଶନ କୌଣସି ପ୍ରଭାବ ପକାଇବ ନାହିଁ। ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଏହା କହିଛନ୍ତି ବିରାଟ କୋହଲି। ଅଧିକ ପଢ଼ନ୍ତୁ...

Performance in the Adelaide Test will have no effect on motera test says virat kohli
ଆଡିଲେଡ ଟେଷ୍ଟରେ ପ୍ରଦର୍ଶନ କୌଣସି ପ୍ରଭାବ ପଡ଼ିବନି: ବିରାଟ କୋହଲି
author img

By

Published : Feb 23, 2021, 6:25 PM IST

ଗାନ୍ଧୀନଗର: "ମୋଟେରା ହେବାକୁ ଥିବା ଦିବା ରାତ୍ର ମ୍ୟାଚ ଉପରେ ଆଡିଲେଡ ଦିବାରାତ୍ର ମ୍ୟାଚ ଖରାପ ପ୍ରଦର୍ଶନ କୌଣସି ପ୍ରଭାବ ପକାଇବ ନାହିଁ।" ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଏହା କହିଛନ୍ତି ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି। ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଭାରତ ଦ୍ବିତୀୟ ଇନିଂଶରେ କେବଳ 36 ରନରେ ଅଲଆଉଟ ହୋଇଯାଇଥିଲା। ଯାହା ଫଳରେ ଅଷ୍ଟ୍ରେଲିଆ ଠାରୁ ମ୍ୟାଚ ହାରିବା ସହ କଡ଼ା ସମାଲୋଚନାର ଶିକାର ହୋଇଥିଲା ଟିମ୍ ଇଣ୍ଡିଆ।

ବିରାଟ କୋହଲି କହିଛନ୍ତି ଯେ, "ଦୁଇଟି ଦମଦାର ଦଳ ଭିତରେ ମ୍ୟାଚ ହେବାକୁ ଯାଉଛି। ଆଡିଲେଡରେ ହେବାକୁ ଥିବା ମ୍ୟାଚର ପ୍ରଭାବ ମୋଟେରା ଟେଷ୍ଟ ମ୍ୟାଚ ଉପରେ ପଡ଼ିବ ନାହିଁ। 2018 ମସିହାରେ ମଧ୍ୟ ଇଂଲଣ୍ଡ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ କେବଳ 58 ରନରେ ଅଲଆଉଟ ହୋଇଥିଲା। କ୍ରିକେଟରେ ଏମିତି ହୁଏ। ଆପଣଙ୍କୁ ସବୁବେଳେ ଲାଗିବ କି ପ୍ରତ୍ୟେକ ନିଷ୍ପତ୍ତି ନିୟନ୍ତ୍ରଣ ବାହାରେ। ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟରେ ସେହି 45 ମିନିଟକୁ ଛାଡ଼ି ଦେଲେ ଆମେ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲୁ। କିନ୍ତୁ ବେଳେ ବେଳେ ଆପଣଙ୍କ ଯାହା ଚାହାନ୍ତି ତାହା ହୁଏନାହିଁ। ପୂର୍ବରୁ ପିଙ୍କ ବଲ ଟେଷ୍ଟ ମ୍ୟାଚ ଖେଳିଥିବାରୁ ଆମେ ଆଶ୍ବସ୍ତ ଅଛୁ।"

କୋହଲିଙ୍କ ଅନୁଯାୟୀ ମୋଟେରା ପିଚ ମଧ୍ୟ ସ୍ପିନରଙ୍କ ପାଇଁ ଅନୁକୁଳ ରହିବ। ଏହି ମ୍ୟାଚରେ ମଧ୍ୟ ସ୍ପିନରମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ତେବେ ନୂଆ ବଲରେ ଫାଷ୍ଟ ବୋଲରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ।

ଗୁଜରାଟର ମୋଟେରାରେ ଭାରତ ନିଜର ତୃତୀୟ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିବ। ଏହାପୂର୍ବରୁ ଭାରତରେ ଦୁଇଟି ଓ ଅଷ୍ଟ୍ରେଲିଆରେ ଗୋଟିଏ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିଛି ଭାରତ। ଭାରତ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ 1-1ରେ ବରାବର ରହିଛି।

@ians

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.