ETV Bharat / sports

Cricket World Cup 2023: ୧୦ ଓଭରରେ ୧୧୫ ରନ ଦେଇ ରେକର୍ଡ କଲେ ଡଚ୍‌ ବୋଲର

ମଙ୍ଗଳବାର ବିଶ୍ବକପ୍‌ ୨୦୨୩ରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡ ମ୍ୟାଚ୍‌ରେ ଏକାଧିକ ରେକର୍ଡ ସୃଷ୍ଟି ହୋଇଛି । ହେଲେ ଦିନିକିଆ କ୍ରିକେଟ୍‌ ଇତିହାସରେ ସବୁଠାରୁ ମହଙ୍ଗା ବୋଲର ହେବାର ଲଜ୍ଜାଜନକ ରେକର୍ଡ ମଧ୍ୟ କରିଛନ୍ତି ଡଚ୍‌ ଅଲରାଉଣ୍ଡର ବାସ ଡିଲେଡ୍‌ । ସେ ଏହି ମ୍ୟାଚ୍‌ରେ ୧୦ ଓଭର ବୋଲିଂ କରି ୧୧୫ ରନ ଖର୍ଚ୍ଚ କରିଥିଲେ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 25, 2023, 10:55 PM IST

୧୦ ଓଭରରେ ୧୧୫ ରନ ଦେଇ ରେକର୍ଡ କଲେ ଡଚ୍‌ ବୋଲର

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀର ଅରୁଣ ଜେଟଲୀ (କୋଟ୍‌ଲା) ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ରେକର୍ଡ ବର୍ଷା ହୋଇଛି । ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ଭରପୁର ମଜା ଉଠାଇଥିଲେ ଦର୍ଶକ । ତେବେ ଏହି ମ୍ୟାଚ୍‌ରେ ଛକୌ ଓ ଚୌକା ସହ ରେକର୍ଡ ବର୍ଷା ମଧ୍ୟ ହୋଇଥିଲା । ଅଷ୍ଟ୍ରେଲୀୟ ଷ୍ଟାର ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଏହି ମ୍ୟାଚ୍‌ରେ କେବଳ ୪୦ ବଲରୁ ଶତକ ହାସଲ କରି ବିଶ୍ବକପ୍‌ ଇତିହାସରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ କରିଥିଲେ । ସେହିପରି ଅଷ୍ଟ୍ରେଲିଆ ବିଶ୍ବକପ୍‌ ଇତିହାସର ପ୍ରଥମ ଦଳ ଭାବେ ୩୦୦ରୁ ଅଧିକ ରନ୍‌ରେ ଏହି ମ୍ୟାଚ୍‌ ଜିତିଥିଲା । ତେବେ ଡଚ୍‌ ଅଲରାଉଣ୍ଡର ବାସ ଡିଲେଡ୍‌ ୧୦ ଓଭରରେ ୧୧୫ ରନ୍‌ ବ୍ୟୟ କରି ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୯୦ ରନ୍‌ରେ ଅଲ୍‌ଆଉଟ ଡଚ୍‌ ଦଳ, ଅଷ୍ଟ୍ରେଲିଆର ଐତିହାସିକ ବିଜୟ

ଦିନିକିଆ କ୍ରିକେଟ୍‌ ଇତିହାସରେ ସବୁଠାରୁ ମହଙ୍ଗା ବୋଲର: ଅଷ୍ଟ୍ରେଲିଆ ବିପକ୍ଷରେ ନେଦରଲ୍ୟାଣ୍ଡ ବୋଲିଂ କରୁଥିବାବେଳେ ଡଚ୍‌ ଦଳ ପାଇଁ ପ୍ରାୟ ସବୁ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ହେଲେ ଦଳର ଅଲରାଉଣ୍ଡର ବାସ ଡିଲେଡ୍‌ ଦଳ ପାଇଁ ସବୁଠାରୁ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ ଏହି ଇନିଂସ୍‌ରେ ଯଦିଓ ଦୁଇଟି ବହୁମୂଲ୍ୟ ୱିକେଟ୍‌ ଅକ୍ତିଆର କରିଥିଲେ, ହେଲେ ୧୦ ଓଭର ବୋଲିଂ କରି ସେ ୧୧୫ ରନ୍‌ ବ୍ୟୟ କରିଥିଲେ । ଏଭଳି କରି ସେ ଦିନିକିଆ କ୍ରିକେଟ୍‌ ଇତିହାସରେ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି । ଡଚ୍‌ ବୋଲରଙ୍କ ଏଭଳି ସାଧାରଣ ବୋଲିଂ ଆଟାକ୍‌କୁ ଅଷ୍ଟ୍ରେଲୀୟ ବ୍ୟାଟର ଜୋରଦାର ଆକ୍ରମଣ କରିଥିଲେ । ଡେଭଡ୍‌ ୱାର୍ଣ୍ଣର, ବିଶେଷ କରି ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ ହରାଇ ୩୯୯ ରନ୍‌ର ବିଶାଳ ସ୍କୋର କରିଥିଲା । ଜବାବରେ ଚାପ ଆୟତ୍ତ କରିନପାରି କେବଳ ୯୦ ରନରେ ସମସ୍ତ ୱିକେଟ୍‌ ହରାଇଥିଲା ନେଦରଲ୍ୟାଣ୍ଡ ।

ଜାମ୍ପା-ଲୁଇସ୍‌ଙ୍କ ରେକର୍ଡ ଭାଙ୍ଗିଲେ ଡିଲେଡ୍‌: ଦିନିକିଆ କ୍ରିକେଟ୍‌ ଇତିହାସରେ ପୂର୍ବରୁ ସବୁଠାରୁ ମହଙ୍ଗା ବୋଲର ହେବାର ଏହି ଲଜ୍ଜାଜନକ ରେକର୍ଡ ଅଷ୍ଟ୍ରେଲିଆର ଆଡାମ ଜାମ୍ପା ଓ ମିକ୍‌ ଲ୍ୟୁସଙ୍କ ନାମରେ ରହିଥିଲା । ୨୦୦୬ ମସିହାରେ ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ସବୁଠାରୁ ଚର୍ଚ୍ଚିତ ମ୍ୟାଚ୍‌ରେ ୧୦ ଓଭର ବୋଲିଂ କରି ୧୧୩ ରନ ଖର୍ଚ୍ଚ କରିଥିଲେ । ଅନ୍ୟପଟେ ଚଳିତ ବିଶ୍ବକପ୍‌ରେ ହିଁ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ୧୦ ଓଭର ବୋଲିଂ କରି ୧୧୩ ରନ ବ୍ୟୟ କରିଥିଲେ ଆଡାମ ଜାମ୍ପା । ହେଲେ ଆଜି ୧୧୩ ରନର ରେକର୍ଡକୁ ଡିଲେଡ୍‌ ଭାଙ୍ଗି ଦେଇଛନ୍ତି । ଡିଲେଡ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ସ୍ପେଲର ଶେଷ ଓଭର୍‌ରେ ୨୮ ରନ ଦେଇଥିଲେ । ଏହି ଓଭରରେ ୨ଟି ଚୌକା ଓ ହ୍ୟାଟ୍ରିକ୍‌ ଛକା ଆଦାୟ କରି ବିଶ୍ବକପ୍‌ରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ କରିଥିଲେ ଗ୍ଲେନ୍‌ ମ୍ୟାକ୍ସୱେଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.