ହାଇଦ୍ରାବାଦ: ଦିନିକିଆ ବିଶ୍ବକପ 2023 ଆରମ୍ଭ ପୂର୍ବରୁ ଟୁର୍ଣ୍ଣାମେଣ୍ଟ ବିଷୟରେ ବହୁତ ଚର୍ଚ୍ଚା ହେଉଥିଲା । ଭାରତୀୟ ପିଚରୁ ସ୍ପିନରଙ୍କୁ କିଛି ଫାଇଦା ମିଳିବାର ସମ୍ଭାବନା ଥିଲା । ସ୍ପିନ ବୋଲର ଭାରତୀୟ ଦଳର ଶକ୍ତି । ଭାରତୀୟ ପିଚ ସ୍ପିନରଙ୍କୁ ସୁହାଇବ ବୋଲି ଚର୍ଚ୍ଚା ହେଉଥିଲା । ଭାରତ ପାଖରେ ରବିଚନ୍ଦ୍ରନ ଅଶ୍ବିନୀଙ୍କ ସହିତ କୁଲଦୀପ ଯାଦବ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳି ଅଛନ୍ତି । ଏହି ଖେଳାଳି ଜଣେ ମଜବୁତ ପ୍ଲେୟାର । ହେଲେ ଭାରତୀୟ ପିଚରେ ସ୍ପିନର ନୁହେଁ ପେସ ବୋଲର କମାଲ କରୁଛନ୍ତି । ବିଶ୍ବକପ 2023ରେ 5 ଜଣ ଟପ ଫାଷ୍ଟ ବୋଲର ତାଲିକାରେ ଯଶପ୍ରୀତ ବୁମରା ଦ୍ବିତୀୟ ସ୍ଥାନରେ ରହିଛନ୍ତି । ପ୍ରଥମ ସ୍ଥାନରେ ଶ୍ରୀଲଙ୍କାର ମଧୁଶଙ୍କା ରହିଛନ୍ତି ।
ଏହି ଟୁର୍ଣ୍ଣାମେଣ୍ଟରେ ପେସ ବା ଦ୍ରୁତ ବୋଲର ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବିଜୟ ତାଲିକାରେ ଭାରତ ପଏଣ୍ଟ ଟେବୁଲ ଟପରେ ରହିଛି । ଏଥିରେ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । 2023 ବିଶ୍ବକପରେ ସର୍ବାଧିକ ୱିକେଟ ନେଇଥିବା ଟପ 10 ଦଳର ତୁଳନାରେ 8 ଜଣ ପେସ ବୋଲର ରହିଛନ୍ତି । ଯେଉଁମାନେ ଭାରତୀୟ ପିଚରେ କମାଲ କରିଛନ୍ତି । ଅଧିକାଂଶ ଦଳ ପାଇଁ ପେସ ୟୁନିଟ ଏବଂ ସ୍ପିନ ବିଭାଗର ପ୍ରଦର୍ଶନ ତୁଳନାରେ ଦ୍ରୁତ ବୋଲର ସ୍ପିନରଙ୍କ ଉପରେ ଭାରି ପଡିଛନ୍ତି ।
ଏହା ବି ପଢନ୍ତୁ...Watch Video: ଇଂଲଣ୍ଡକୁ ଧରାଶାୟୀ କରିବା ଲକ୍ଷ୍ୟ, ଏକାନାରେ ଟିମ ଇଣ୍ଡିଆର ନେଟ୍ ପ୍ରାକ୍ଟିସ
ବିଶ୍ବକପ 2023ରେ ଟପ 5 ପେସ ବୋଲରଙ୍କ ମଧ୍ୟରେ ଶ୍ରୀଲଙ୍କାର ଡି ମଧୁଶଙ୍କା ପ୍ରଥମ ସ୍ଥାନରେ ରହିଛନ୍ତି । ସେ 5ଟି ମ୍ୟାଚରେ 11ଟି ୱିକେଟ ହାସଲ କରିଛନ୍ତି । ଦ୍ବିତୀୟ ସ୍ଥାନରେ ଭାରତୀୟ ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେ 5ଟି ମ୍ୟାଚ ଖେଳି 11ଟି ୱିକେଟ ନେଇଛନ୍ତି । 4 ମ୍ୟାଚ ଖେଳି 10 ୱିକେଟ ସହ ତୃତୀୟରେ ଦକ୍ଷିଣ ଆଫ୍ରିକାର ଜି ଗୋଟେଜି ଓ ପଛକୁ 10ଟି ୱିକେଟ ସହ କାଗିସୋ ରାବାଡା ଓ ପଞ୍ଚମରେ ଏମ ଜାନସେନ ରହିଛନ୍ତି । ସେହିପରି 5ତମ ସ୍ପିନ ବୋଲର ତାଲିକାରେ ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆର ଆଡାମ ଜମ୍ଫା ରହିଛନ୍ତି । ସେ 5ଟି ମ୍ୟାଚ ଖେଳି 13ଟି ୱିକେଟ ନେଇଛନ୍ତି । ଦ୍ବିତୀୟରେ ନ୍ୟୁଜିଲାଣ୍ଡର ସାଣ୍ଟନର 12ଟି ୱିକେଟ, ତୃତୀୟରେ 8ଟି ୱିକେଟ ସହ ଭାରତର କୁଲଦୀପ ଯାଦବ ରହିଛନ୍ତି । ଚତୁର୍ଥରେ ନେଦରଲାଣ୍ଡସର ଏ ଦତ୍ତ 7ଟି ୱିକେଟ ଓ ପଞ୍ଚମରେ 7ଟି ୱିକେଟ ସହ ମହାରାଜ ରହିଛନ୍ତି ।
ବିଶ୍ବକପ 2023ରେ ପେସ ଏବଂ ସ୍ପିନ ବିଭାଗକୁ ନେଇ ଦଳ ମଧ୍ୟରେ ତୁଳନା କରିବାକୁ ହେଲେ 3ଟି ଦଳର ପ୍ରଦର୍ଶନ ଭଲ ରହିଛି । ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା । ଦ୍ବିତୀୟରେ ଭାରତ ଓ ତୃତୀୟରେ ନ୍ୟୁଜିଲାଣ୍ଡ ରହିଛି । ଭାରତ ପିଚ ସ୍ପିନରଙ୍କୁ ସୁହାଇବ ବୋଲି ଚର୍ଚ୍ଚା ହେଉଥିଲା ମାତ୍ର ଦ୍ରୁତ ବୋଲର ତାଙ୍କ ବୋଲିଂର ନିଜ ଦଳ ପାଇଁ ଉନ୍ନତ ପ୍ରଦର୍ଶନ କରିଛନ୍ତି । ସେ ଯଶପ୍ରୀତ ବୁମରା ହୁଅନ୍ତୁ ବା କାର୍ଟଜୀ ବା ହେନେରୀ । ବିଶ୍ବକପରେ ନିଜ ନିଜ ଦଳ ପାଇଁ ମହତ୍ତ୍ବପୂର୍ଣ୍ଣ ୱିକେଟ ଅକ୍ତିଆର କରିଛନ୍ତି ।