ETV Bharat / sports

Cricket World Cup 2023: ଚେପକ୍‌ରୁ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ ଭାରତ, ଏମିତି ରହିଛି ପିଚ୍‌ ସ୍ଥିତି

author img

By ETV Bharat Odisha Team

Published : Oct 7, 2023, 5:49 PM IST

ଆସନ୍ତାକାଲି ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଖେଳି ବିଶ୍ବକପ୍‌ ୨୦୨୩ ଅଭିଯାନ ଆରମ୍ଭ କରିବ ଭାରତ । ଏଥିପାଇଁ ପ୍ରସ୍ତୁତ ରହିଛି ଚେପକ୍‌ ପିଚ୍‌ । ଜାଣନ୍ତୁ କେମିତି ଅଛି ପିଚ୍‌ର ଅବସ୍ଥା ଓ କଣ କହୁଛି ଏହାର ଇତିହାସ । ଅଧିକ ପଢ଼ନ୍ତୁ

ଚେପକ୍‌ରୁ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ ଭାରତ

ହାଇଦ୍ରାବାଦ: ଏଥର ଦିନିକିଆ କ୍ରିକେଟ୍‌ର ମହାକୁମ୍ଭ ବିଶ୍ବକପ୍‌ ୨୦୨୩ ଭାରତ ଆୟୋଜନ କରୁଥିବା ବେଳେ ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ହେଲେ ସରିନି ଭାରତୀୟ କ୍ରିକେଟ୍‌ ପ୍ରେମୀ ତଥା ପ୍ରଶଂସକଙ୍କ ଅପେକ୍ଷା । କାରଣ ଏପର୍ଯ୍ୟନ୍ତ ଭାରତ ଏହାର ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିନାହିଁ । ଆସନ୍ତାକାଲି (ରବିବାର) ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ (ଚେପକ୍‌)ରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ । ତେବେ ଏହା ପୂର୍ବରୁ ନଜର ପକାନ୍ତୁ କ୍ରିକେଟ୍‌ର ଏହି ଐତିହାସିକ ଷ୍ଟାଡିୟମରେ କେମିତି ରହିଛି ପିଚ୍‌ ଅବସ୍ଥା ଓ କଣ କହୁଛି ଏହାର ଇତିହାସ ।

ଦୁଇ ଦିନରୁ କଭର ତଳେ ଚେପକ୍‌ ପିଚ୍‌: ଚେପକ୍‌ ପିଚ୍‌ର ରଙ୍ଗ ଏବଂ ଚରିତ୍ରରେ ସର୍ବଦା ପରିବର୍ତ୍ତନ ହୋଇଥାଏ । ବାଦାମୀ ଏବଂ କଳା ମାଟିର ମିଶ୍ରଣରେ ପ୍ରସ୍ତୁତ ଏହି ପିଚ୍‌ ଉପରେ ଆସନ୍ତାକାଲି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ ଖେଳି ବିଶ୍ବକପ୍‌ ଅଭିଯାନ କରିବ ଭାରତ । ତେବେ ଏହି ପିଚ୍‌ ବିଗତ ଦୁଇ ଦିନରୁ କଭର ତଳେ ଅଛି । କାରଣ ବର୍ତ୍ତମାନର ଉଷ୍ମ ତାପମାତ୍ରା ପିଚ୍‌ ପାଇଁ ବିପଦଜନକ ହୋଇପାରେ । ଦିନସାରା ୨୯-୩୦ ଡିଗ୍ରୀ ଉତ୍ତାପ ପଡ଼ିବା ଦ୍ବାରା ପିଚ୍‌ରେ ମାଟି ଫାଟିପାରେ ଏବଂ ଏହା ଆସନ୍ତାକାଲିର ଖେଳ ପାଇଁ ଏକ ବିପର୍ଯ୍ୟୟ ହୋଇପାରେ ବୋଲି ପିଚ୍‌ ମ୍ୟାନେଜମେଣ୍ଟ ଚିନ୍ତା କରୁଛନ୍ତି । ବର୍ତ୍ତମାନ ପିଚ୍‌କୁ ହାଲୁକା ଭାବେ ରୋଲ୍‌ କରାଯାଇଛି । ଭାରତୀୟ ଦଳ ଏଠାରେ ଅଭ୍ୟାସ କରୁଥିବାବେଳେ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ଏହି ପିଚ୍‌ ଦେଖାଇବା ପାଇଁ କଭର ଉଠାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup: ଏକାନା ଷ୍ଟାଡିୟମ ସହ ଆଫଗାନିସ୍ତାନର ରହିଛି ପୁରୁଣା ସମ୍ପର୍କ

ସ୍ପିନରଙ୍କ ପାଇଁ ସୁଯୋଗ ଦେବ ଚେପକ୍‌: ସାଧାରଣତଃ ଏଠାରେ ପିଚ୍‌କୁ ଖୋଲା ରଖି ପାଣିପାଗ ସ୍ଥିତି ସହିତ ଖାପ ଖୁଆଇବା ପାଇଁ ପିଚ୍‌ ମ୍ୟାନେଜମେଣ୍ଟ ପସନ୍ଦ କରନ୍ତି, କିନ୍ତୁ ଏଥର ନୁହେଁ । ପଡ଼ିଆରୁ ଘାସଗୁଡ଼ିକୁ ଟ୍ରିମ୍‌ କରାଯାଇଛି ଏବଂ ବର୍ତ୍ତମାନର ପିଚ୍‌ ଅବସ୍ଥା ଯାହା, ଖେଳର ପ୍ରଥମାର୍ଦ୍ଧରେ ଦ୍ରୁତଗତିରେ ରନ୍‌ ହେବାଭଳି ଦେଖାଯାଉଛି । ଏଠାରେ ସନ୍ଧ୍ୟା ପରେ ଅର୍ଥାତ ମ୍ୟାଚ୍‌ର ଦ୍ବିତୀୟାର୍ଦ୍ଧରେ ବଲ୍‌ ଆଶ୍ଚର୍ଯ୍ୟଜନକ ଭାବେ ଟର୍ଣ୍ଣ କରିବ ବୋଲି ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ କହିଛନ୍ତି । ତେଣୁ ଏଠାରେ ୨୭୦-୮୦ ରନ୍‌ ମଧ୍ୟ ବେଶ ପ୍ରତିଯୋଗିତାପୂର୍ଣ୍ଣ ରନ୍‌ ହେବ । ବିଶେଷ କରି ଏହି ପିଚ୍‌ ଭାରତୀୟ ସ୍ପିନର୍‌ମାନଙ୍କୁ ବେଶ ସୁହାଇବ । କାରଣ ଏହି ପିଚ୍‌ର ଇତିହାସ ଉପରେ ନଜର ପକାଇଲେ ଭାରତୀୟ ଦଳର ପୂର୍ବତନ ଭେଟେରାନ ସ୍ପିନର ଅନୀଲ କୁମ୍ବଲେ ଏଠାରେ ସର୍ବାଧିକ ୪୮ ୱିକେଟ୍‌ ହାସଲ କରିଛନ୍ତି । ତାଙ୍କ ପଛକୁ ୪୨ ୱିକେଟ୍‌ ସହ ରହିଛନ୍ତି ହରଭଜନ ସିଂହ ।

ବିଶ୍ବକପ୍‌ ୨୦୨୩ର ପ୍ରଥମ ହାଉସ୍‌ଫୁଲ୍‌ ମ୍ୟାଚ୍‌ ହେବ: ଏଥର ବିଶ୍ବକପ୍‌ରେ ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ରେ ପ୍ରଥମ ଥର ପାଇଁ ଷ୍ଟାଡିୟମରେ ଦର୍ଶକ ଭର୍ତ୍ତି ହୋଇ ରହିବେ । ବିଶ୍ବକପ୍‌ ୨୦୨୩ ଉଦ୍‌ଘାଟନୀ ମ୍ୟାଚ୍‌ରେ ବିଗତ ସଂସ୍କରଣର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା । ଯଦିଓ ଏହି ମ୍ୟାଚ୍‌ରେ ପ୍ରାୟ ୪୬ ହଜାର ଦର୍ଶକ ଉପସ୍ଥିତ ଥିଲେ, ହେଲେ ବିଶ୍ବର ସବୁଠାରୁ ବଡ଼ ଷ୍ଟାଡିୟମରେ ୧,୩୨୦୦୦ ଦର୍ଶକ ବସିବା ପାଇଁ କ୍ଷମତା ଥିବାରୁ, ଷ୍ଟାଡିୟମ ଖାଁ ଖାଁ ଲାଗୁଥିଲା । ହେଲେ ଚେନ୍ନାଇରେ ସେପରି ସ୍ଥିତି ଦେଖିବାକୁ ମିଳିବ ନାହିଁ । କାରଣ ଏପର୍ଯ୍ୟନ୍ତ ପ୍ରାୟ ସମସ୍ତ ଟିକେଟ୍‌ ବିକ୍ରି ସରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଷ୍ଟାଡିୟମର ପ୍ରାୟ ସମସ୍ତ ଗେଟ୍‌ ଆଗରେ ଟିକେଟ୍‌ ଆଶାରେ ଦର୍ଶକଙ୍କର ଲମ୍ବା ଲାଇନ ଲାଗି ରହିଛି । ଚେନ୍ନାଇ ଦର୍ଶକମାନେ ମଧ୍ୟ ଖେଳ ପ୍ରତି ବେଶ ଉତ୍ସାହିତ ଥାଆନ୍ତି, ତାହା ଆଇପିଏଲ୍‌ ହେଉ ବା କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ । ତେବେ ଆସନ୍ତାକାଲି ଚେପକ୍‌ରେ ୫୦ ହଜାର ଦର୍ଶକ ଏକାଠି ହୋଇ ମ୍ୟାଚ୍‌କୁ ଉପଭୋଗ କରିବାକୁ ଯାଉଛନ୍ତି ।

ଚେପକ୍‌ର ସମୃଦ୍ଧ ଇତିହାସ: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମର ଏକ ସମୃଦ୍ଧ ଇତିହାସ ରହିଛି । କୋଲକାତାର ଇଡେନ୍‌ ଗାର୍ଡେନ ପରେ ଏହା ଦ୍ବିତୀୟ ଷ୍ଟାଡିୟମ ଭାବେ ୧୯୧୬ ମସିହାରେ ନିର୍ମାଣ କରାଯାଇଥିଲା । ଏଠାରେ ଦ୍ରୁତ ଗତିରେ ସ୍ପିନ୍ ପାଇଁ ୱିକେଟ୍‌ ଖସିବା ଦେଖିବାକୁ ମିଳିଥାଏ, ଏବଂ ଏହା ବର୍ଷ ବର୍ଷ ଧରି ବିକଶିତ ହୋଇଛି । ଏଠାକାର ହଳଦିଆ ଷ୍ଟାଣ୍ଡ୍‌ଗୁଡିକ ଆଇପିଏଲ୍‌ର ଏମ୍‌ଏସ୍‌ ଧୋନୀଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗ୍ସକୁ ଉତ୍ସାହିତ କରିଥାଏ । ଚଳିତ ବର୍ଷ ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ଷ୍ଟାଣ୍ଡ୍‌ଗୁଡିକୁ ବିସ୍ତାର କରାଯାଇଛି । କିନ୍ତୁ ବାଉଣ୍ଡରୀ ପୂର୍ବ ଭଳି ଛୋଟ ରହିଛି ଏବଂ ଛକା ଚୌକା ବର୍ଷା ହେବାକୁ ପ୍ରସ୍ତୁତ ରହିଛି ।

(ରିପୋର୍ଟ- ମୀନାକ୍ଷୀ ରାଓ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.