ETV Bharat / sports

ଦର୍ଶକଙ୍କ ସ୍ବାଗତ ଅପେକ୍ଷାରେ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ 'ମୋଟେରା'

ପ୍ରାୟ 6 ବର୍ଷ ପରେ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମକୁ ଫେରିବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ । ନବନିର୍ମିତ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଟେଷ୍ଟ ସିରଜର ଶେଷ ଦୁଇଟି ଟେଷ୍ଟ । ଅଧିକ ପଢନ୍ତୁ...

author img

By

Published : Feb 14, 2021, 7:16 PM IST

World's largest cricket stadium at Motera gears up to welcome fans
ଦର୍ଶକଙ୍କ ସ୍ବାଗତ ଅପେକ୍ଷାରେ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ 'ମୋଟେରା'

ହାଇଦ୍ରାବାଦ: ପ୍ରାୟ 6 ବର୍ଷ ପରେ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମକୁ ଫେରିବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ । ଏହି 6 ବର୍ଷ ମଧ୍ୟରେ ଷ୍ଟାଡିୟମର ହୋଇଛି ନବକଳେବର । ବଦଳିଛି ନାମ ବଦଳିଛି ରୂପ । ଏଥିସହ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମର ମାନ୍ୟତା ମଧ୍ୟ ହାସଲ କରିସାରିଛି ଏହି ଷ୍ଟାଡିୟମ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମୋଟେରା ଷ୍ଟାଡିୟମରେ ଖେଳାଯିବ । ସେଥିପାଇଁ ଗୁଜୁରାଟ କ୍ରିକେଟ ଆସୋସିଏସନ(GCA) ଶେଷ ହେଲାଣି ସମସ୍ତ ପ୍ରସ୍ତୁତି । ଅନ୍ତର୍ଜାତୀୟ ମ୍ୟାଚ ସହ ଦର୍ଶକଙ୍କ ସ୍ବାଗତ ଅପେକ୍ଷାରେ ମଧ୍ୟ ମୋଟେରା ଷ୍ଟାଡିୟମ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ତୃତୀୟ ଟେଷ୍ଟ ପାଇଁ ରବିବାର ପୂର୍ବାହ୍ନ 11.00ଟାରୁ ଟିକେଟ ବୁକିଂ ମଧ୍ୟ ଆରମ୍ଭ ହୋଇଛି । ସିରିଜର ତୃତୀୟ ଟେଷ୍ଟ ତଥା ପିଙ୍କ୍‌ ବଲ ଟେଷ୍ଟ ପାଇଁ ଟିକେଟର ମୂଲ୍ୟ 300 ଓ 1000 ରହିଛି ।

  • CRICKET CARNIVAL IS BACK IN APNU AMDAVAD after 6 long years.
    The largest cricket stadium in the world is all ready to host & witness the Paytm Test Series 2021 between IND &ENG
    We start the sale of tickets for the first Test match from tomorrow Sunday 14th feb@BCCI#GCA #INDvENG pic.twitter.com/841EQBj2IK

    — Gujarat Cricket Association (Official) (@GCAMotera) February 13, 2021 " class="align-text-top noRightClick twitterSection" data=" ">

GCA କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁଥିବା ଟେଷ୍ଟ ମ୍ୟାଚରେ ଦର୍ଶକ କ୍ଷମତାର 50 ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ପ୍ରବେଶ ଅନୁମତି ଦେଇଛି କର୍ତ୍ତୃପକ୍ଷ ।

ନବନିର୍ମିତ କ୍ରିକେଟ ଷ୍ଟାଡିୟମରେ ଦୁଇଟି ଟେଷ୍ଟ ଓ 5ଟି ଟି20 ଖେଳାଯିବାକୁ ଅନୁମତି ପାଇଁ ଗୁଜୁରାଟ କ୍ରିକେଟ ଆସୋସିଏସନ, ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ଧନ୍ୟବାଦ ଜଣାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.