ମାଞ୍ଚେଷ୍ଟର: ଚଳିତ ଆସେସ ସିରିଜରେ ଅଷ୍ଟ୍ରେଲିଆର ବ୍ୟାଟିଂ ହିରୋ ରହିଛନ୍ତି ପୂର୍ବତନ କ୍ୟାପଟେନ । ବାସନ୍ଦାଦେଶରୁ ଫେରିବା ପରେ ପ୍ରଥମ ଟେଷ୍ଟ ସିରିଜ ଖେଳୁଛନ୍ତି ସ୍ମିଥ । ତେବେ ସ୍ମିଥ 4ଟି ଟେଷ୍ଟରୁ 3ଟିରେ ଖେଳିଛନ୍ତି । ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରିଥିଲେ ସ୍ମିଥ । 4ର୍ଥ ଟେଷ୍ଟର ଉଭୟ ଇଂନିସରେ ଯଥାକ୍ରମେ 211 ଓ 82 ରନର ପାଳି ଖେଳିଛନ୍ତି ସ୍ମିଥ । ଫଳରେ ଇଂଲଣ୍ଡ ମାଟିରେ ଆସେସ ସିରିଜ ଜିତିବାର ଲମ୍ବା ପ୍ରତୀକ୍ଷାର ଅଷ୍ଟ୍ରେଲିଆ ଶେଷ କରିବା ନେଇ ସମ୍ଭାବନା ବଢିଛି । ଚଳିତ ଆସେସ ସିରିଜରେ 2-1ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ ।
ସେ ଅବିଶ୍ବସନୀୟ 134.2 ଆଭରେଜରେ 6ଟି ଇଂନିସରୁ 671 ରନ କରିଛନ୍ତି । ସ୍ମିଥଙ୍କ ଏହି ପ୍ରଦର୍ଶନରେ ବର୍ତ୍ତମାନର ଅଷ୍ଟ୍ରେଲିଆ କ୍ୟାପଟେନ ଟିମ ପେଇନ ଏକ ବଡ ବୟାନ ଦେଇଛନ୍ତି । ପେଇନ କହିଛନ୍ତି ସେ ଦେଖିଥିବା କ୍ରିକେଟରଙ୍କ ମଧ୍ୟରୁ ସ୍ମିଥ ସମସ୍ତଙ୍କଠୁ ଶ୍ରେଷ୍ଠ କ୍ରିକେଟର । ସ୍ମିଥ ମ୍ୟାଚର ସ୍ଥିତିକୁ ଭଲଭାବେ ପଢିପାରନ୍ତି । ସେଥିପାଇଁ ସ୍ମିଥ ବିଶ୍ବରେ ଟେଷ୍ଟ କ୍ରିକେଟରେ ଆଇସିସି ମାନ୍ୟତାର 1ନଂ ସ୍ଥାନରେ ରହିଛନ୍ତି ।
ଅଷ୍ଟ୍ରେଲିଆର କୋଚ ଜଷ୍ଟିନ ଲାଙ୍ଗର ମଧ୍ୟ ସ୍ମିଥଙ୍କୁ ଟେଷ୍ଟ କ୍ରିକେଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ କହିଛନ୍ତି । ଲାଙ୍ଗର କହିଛନ୍ତି ଭାରତୀୟ କ୍ୟାପଟେନ ବିରାଟ କୋହଲି ସବୁ ଫର୍ମାଟରେ ଜଣେ ଶ୍ରେଷ୍ଠ ଖେଳାଳି । ମାତ୍ର ଟେଷ୍ଟ କ୍ରିକେଟରେ ସ୍ମିଥ ଜଣେ ଭିନ୍ନ ସ୍ତରର ଖେଳାଳି ।