ETV Bharat / sports

ଆଇସିସି ଅଧ୍ୟକ୍ଷ ନିର୍ବାଚନ ପ୍ରକିୟା ଆରମ୍ଭ - International cricket council

"ନିର୍ବାଚନ ପ୍ରକ୍ରିୟା ଆଇସିସି ଅଡିଟ କମିଟିର ସ୍ବତନ୍ତ୍ର ଚେୟାରମ୍ୟାନ ଅନୁଧ୍ୟାନ କରିବେ । ଡିସେମ୍ବର ସୁଦ୍ଧା ଏହି ନିର୍ବାଚନ ପ୍ରକିୟା ଶେଷ ହେବ " ବୋଲି ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Process for election of icc chairperson starts says International cricket council
ଆଇସିସି ଅଧ୍ୟକ୍ଷ ନିର୍ବାଚନ ପ୍ରକିୟା ଆରମ୍ଭ
author img

By

Published : Oct 12, 2020, 10:37 PM IST

ଦୁବାଇ: ଆରମ୍ଭ ହୋଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା । ଡିସେମ୍ବର ସୁଦ୍ଧା କ୍ରିକେଟର ସର୍ବୋଚ୍ଚ କ୍ରିକେଟ ବୋର୍ଡକୁ ମିଳିବ ନୂଆ ମୁଖିଆ । ଏନେଇ ଟ୍ବିଟ ଯୋଗେ ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି ।

Process for election of icc chairperson starts says International cricket council
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

"ନିର୍ବାଚନ ପ୍ରକ୍ରିୟା ଆଇସିସି ଅଡିଟ କମିଟିର ସ୍ବତନ୍ତ୍ର ଚେୟାରମ୍ୟାନ ଅନୁଧ୍ୟାନ କରିବେ । ଡିସେମ୍ବର ସୁଦ୍ଧା ଏହି ନିର୍ବାଚନ ପ୍ରକିୟା ଶେଷ ହେବ " ବୋଲି ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

18 ଡିସେମ୍ବର ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ଆଇସିସି ସମ୍ବିଧାନ ଅନୁଯାୟୀ, ଅଧ୍ୟକ୍ଷ ପଦ ପାଇଁ ଆବେଦନ କରିବାକୁ ସମ୍ଭାବ୍ୟ ପ୍ରାର୍ଥୀ ଆଇସିସିର ପୂର୍ବତନ କିମ୍ବା ବର୍ତ୍ତମାନର ନିର୍ଦ୍ଦେଶକ ହୋଇଥିବା ଜରୁରୀ ।

ତେବେ ଏହି ପଦ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲିଙ୍କ ନାମ ଚର୍ଚ୍ଚାରେ ରହିଥିଲା । ମାତ୍ର ଅଧ୍ୟକ୍ଷ ପଦ ପାଇଁ ଆବଶ୍ୟକୀୟ ସମସ୍ତ ଯୋଗ୍ୟତା ନିୟମାବଳୀକୁ ପୂରଣ କରୁଥିବା ସଦସ୍ୟ ପ୍ରାର୍ଥୀ ହେବେ । ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ ପରେ ଏହି ସ୍ଥାନ ଖାଲି ପଡିଛି । ଶଶାଙ୍କ ମନୋହର ପୂର୍ବରୁ ବିସିସିଆଇ ସଭାପତି ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.