ETV Bharat / sports

ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଓଡିଶାର ପ୍ରଥମ ବିଜୟ

author img

By

Published : Jan 18, 2021, 8:00 PM IST

Updated : Jan 18, 2021, 9:39 PM IST

ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଓଡିଶାର ପ୍ରଥମ ବିଜୟ
ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଓଡିଶାର ପ୍ରଥମ ବିଜୟ

19:52 January 18

କୋଲକାତା: ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଟିମ ଓଡିଶାକୁ ମିଳିଛି ବହୁ ପ୍ରତିକ୍ଷୀତ ପ୍ରଥମ ବିଜୟ । ପ୍ରଥମ 4ଟି ମ୍ୟାଚ ହାରି ବିଜୟ ସନ୍ଧାନରେ ରହିଥିଲା ଓଡିଶା । ଅଧିନାୟକ ମଧ୍ୟ ବଦଳାଇଥିଲା ଟିମ, ମାତ୍ର ଭାଗ୍ୟ ବଦଳିନଥିଲା ।  

ତେବେ ପଞ୍ଚମ ମ୍ୟାଚରେ ଆସାମକୁ 4 ୱିକେଟରେ ହରାଇ ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ପ୍ରଥମ ବିଜୟ ହାସଲ କରିଛି ଓଡିଶା । ଶୁଭ୍ରାଂଶୁ ସେନାପତି କିମ୍ବା ବିପ୍ଳବ ସାମନ୍ତରାୟଙ୍କ ଅଧିନାୟକତ୍ବରେ ନୁହେଁ ବରଂ ୱିକେଟ କିପର ରାଜେଶ ଧୂପରଙ୍କ ଅଧିନାୟକତ୍ବରେ ବିଜୟୀ ହୋଇଛି ଟିମ । ତେବେ ବିଜୟରେ ପ୍ରମୁଖ ଭୁମିକା ନିଭାଇଛନ୍ତି ଶୁଭ୍ରାଂଶୁ ସେନାପତି । 48 ବଲରୁ 4 ଚୌକା ଓ 3 ଛକା ସହାୟତାରେ ଦମଦାର 64 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ଶୁଭ୍ରାଂଶୁ ।  

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଆସାମ । କ୍ୟାପଟେନ ରିୟାନ ପରାଗଙ୍କ 26 ବଲରୁ 42, ରଜାକଉଦ୍ଦିନ 32 ଓ ସାହିଲ ଜୈନଙ୍କ 24 ରନ ବଳରେ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 148 ରନ ସଂଗ୍ରହ କରିଥିଲା ।

ପରେ149 ରନର ବିଜୟ ଲକ୍ଷ୍ୟକୁ ପିଛା କରି ପ୍ରଥମ ଓଭରରେ ହିଁ ଓପନର ସୁକେଶ ହିରାଙ୍କ ୱିକେଟ ହରାଇଥିଲା ଓଡିଶା । ତେବେ ଶୁଭ୍ରାଂଶୁ ସେନାପତିଙ୍କ ଦମଦାର ଅର୍ଦ୍ଧଶତକୀୟ ଇଂନିସ ଓଡିଶାକୁ ବିଜୟ ଦେଇଥିଲା । ଗୋବିନ୍ଦ ପୋଦ୍ଦାର 16, ପ୍ରତୀତ ଦାସ 20 ଓ କ୍ୟାପଟେନ ରାଜେଶ ଧୂପର 12 ରନ କରିଥିଲେ । ଫଳରେ ଗୋଟିଏ ଓଭର ବାକିଥାଇ 6 ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ ନେଇଥିଲା ଓଡିଶା ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 18, 2021, 9:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.