ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳକୁ ଧୋନିଙ୍କ ପ୍ରତ୍ୟାବର୍ତ୍ତନ ନେଇ ଲୋକମାନଙ୍କ ଭୁଲ ଧାରଣା ରହିଛି । ଧୋନିଙ୍କ ଦଳକୁ ଫେରିବା ପାଇଁ ଅନେକ ରାସ୍ତା ଅଛି, କେବଳ ଆଇପିଏଲ ନୂହେଁ । କୋରୋନା ମହାମାରି ବେଳେ ଦେଶର ବିତ୍ତଶାଳି ଲିଗ୍ ବନ୍ଦ ପଡିଛି ଏବଂ ଆଇପିଏଲ ସ୍ଥଗିତ ପରେ ଧୋନିଙ୍କ ଦଳକୁ ଫେରିବା ନେଇ ପ୍ରଶ୍ନ ଉଠୁଥିବା ବେଳେ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର ତଥା କ୍ରିକେଟ ଭାଷ୍ୟକାର ଆକାଶ ଚୋପ୍ରା ।
![ms-dhonis-india-comeback-not-dependent-on-ipl-aakash-chopra](https://etvbharatimages.akamaized.net/etvbharat/prod-images/6970017_sbcasdc-1.jpeg)
‘‘ଲୋକମାନଙ୍କର ଏହା ଏକ ବଡ ଭୁଲ ଧାରଣା ହୋଇଯାଇଛି ଯେ, ଆଇପିଏଲ ବାତିଲ ହେଲେ ଧୋନିଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିବ ନାହିଁ । ଆଇପିଏଲ ପ୍ରଦର୍ଶନ ଉପରେ ଧୋନିଙ୍କ ଭବିଷ୍ୟତ ନିର୍ଭର କରୁ ନାହିଁ । ହଁ, ଯଦି ଧୋନିଙ୍କୁ ଆପଣ ଜଣେ ସାଧାରଣ ଖେଳାଳି ଭାବେ ବିବେଚନା କରୁଥାନ୍ତି । ତେବେ ଆପଣ ଭୁଲ ଦ୍ବାରରେ ଠିଆ ହୋଇଛନ୍ତି । କାରଣ ଧୋନି ଜଣେ ସାଧାରଣ ଖେଳାଳି ନୁହଁନ୍ତି, ଆପଣଙ୍କୁ ଚିନ୍ତା କରିବାକୁ ପଡିବ ଧୋନି କଣ କରିଛନ୍ତି ଓ ଧୋନିଙ୍କ କ୍ରିକେଟ କ୍ୟାରିଅର କଣ ।’’ ଆକାଶ କହିଛନ୍ତି ।
![ms-dhonis-india-comeback-not-dependent-on-ipl-aakash-chopra](https://etvbharatimages.akamaized.net/etvbharat/prod-images/6970017_sbcasdc-2.jpg)
ଆକାଶଙ୍କ ବିଶ୍ବାସ ରହିଛି ଯେ, ଯଦି ଧୋନି ଦଳରେ ଖେଳିବାକୁ ଇଚ୍ଛା ପ୍ରକାଶ କରନ୍ତି ଓ ମ୍ୟାନେମେଣ୍ଟ ବୋର୍ଡ ମଧ୍ୟ ସମାନ କଥା ଚିନ୍ତା କରେ । ତେବେ ଧୋନିଙ୍କ ଦଳରେ ସାମିଲ ହେବା କଷ୍ଟ କର ନୂହେଁ । ମାତ୍ର ସେ ପୁଣି କହିଛନ୍ତି କୋରୋନା ଭୟାବହ ପାଇଁ ଅଇପିଏଲ ସ୍ଥଗିତ ହେବା ଭଳି ଯଦି ବିଶ୍ବକପ ସ୍ଥଗିତ ହୋଇଯାଏ । ତେବେ ଧୋନି ପ୍ରାୟ 18 ମାସ କ୍ରିକେଟରୁ ଦୂରେଇ ରହିଯିବେ । ଆଉ ଏମିତି ହେଲେ ବୋଧହୁଏ ତାଙ୍କୁ ଆମେ କେବେ ଭାରତୀୟ ଦଳରେ ଦେଖିପାରିବା ନାହିଁ ।
![ms-dhonis-india-comeback-not-dependent-on-ipl-aakash-chopra](https://etvbharatimages.akamaized.net/etvbharat/prod-images/6970017_sbcasdc-1.jpg)
ତେବେ ଆଇପିଏଲ ଓ ଆଗାମୀ ଟି-20 ବିଶ୍ବକପ ଉପରେ କମେଣ୍ଟ ଦେଇ ଆକାଶ କହିଛନ୍ତି, ‘‘ଆଗାମୀ ଅକ୍ଟୋବର-ନଭେମ୍ବରେ ବିଶ୍ବକପ-20 ହେଲା ଭଳି ଲାଗୁ ନାହିଁ । କାରଣ ବୋଧହୁଏ ସେହି ମାସରେ ଆଇପିଏଲ ଆୟୋଜନ ହୋଇପାରେ ।’’
ସୂଚନାଯୋଗ୍ୟ, ସିଏସକେକୁ 3ଟି ଆଇପିଏଲ ଟାଇଟଲ ଭେଟି ଦେଇଥିବା 38 ବର୍ଷୀୟ କ୍ରିକେଟର ଗତ ବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବକପ୍ ସେମିଫାଇନାଲ ପରଠାରୁ କୌଣସି ଅନ୍ତର୍ଜାତୀୟ କ୍ରିକେଟ ଖେଳିନାହାଁନ୍ତି । ସେହିପରି ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେନେଇ ମଧ୍ୟ ସେ ନିରବ ରହିଛନ୍ତି । ଏଥିସହ ପୂର୍ବତନ ଭାରତୀୟ ଅଧିନାୟକ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିଭିତ୍ତିକ ଖେଳାଳି ତାଲିକାରେ ମଧ୍ୟ ନିଜ ପାଇଁ ସ୍ଥାନ ହରାଇ ସାରିଛନ୍ତି ।
ଅନ୍ୟପଟେ ସୁନୀଲ ଯୋଶୀଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆର ନୂତନ ଚୟନ ପ୍ୟାନେଲ୍ ପୂର୍ବରୁ କହିସାରିଛି ଯେ, ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନିଙ୍କ ଟି-20 ବିଶ୍ବକପ ଚୟନ କେବଳ ଆଗାମୀ ଆଇପିଏଲ ପ୍ରଦର୍ଶନ ଉପରେ ହିଁ ନିର୍ଭର କରୁଛି । ଏପରିକି ଯୋଶୀଙ୍କ ପୂର୍ବରୁ ଥିବା ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ସ୍ପଷ୍ଟ କରିଥିଲେ ଯେ, ଦଳ ଧୋନିଙ୍କଠାରୁ ଆଗକୁ ବଢି ସାରଛି ଏବଂ ଚୟନ ପାଇଁ ତାଙ୍କୁ ପ୍ରଥମେ ଖେଳିବାକୁ ପଡ଼ିବ । ଯଦି ତାଙ୍କର ଆଇପିଏଲ ପ୍ରଦର୍ଶନ ଭଲ ରହେ, ତେବେ ଧୋନିଙ୍କୁ ପୁନଃର୍ବାର ହିସାବକୁ ନିଆଯିବ ।