ETV Bharat / sports

MPL ସ୍ପୋର୍ଟସ ହେଲା ଟିମ ଇଣ୍ଡିଆର ନୂଆ ଅଫିସିଆଲ କିଟ ପ୍ରାୟୋଜକ

ଭାରତୀୟ କ୍ରିକେଟ ଟମର ଜର୍ସି ଏବେ ଏମପିଏଲ ସ୍ପୋର୍ଟସ ଡିଜାଇନ କରିବ । ଏହାର ସୂଚନା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଟ୍ବିଟ କରି ଜଣାଇଛି ।

author img

By

Published : Nov 17, 2020, 4:46 PM IST

MPL ସ୍ପୋର୍ଟସ ହେଲା ଟିମ ଇଣ୍ଡିଆର ନୂଆ ଅଫିସିଆଲ କିଟ ପ୍ରାୟୋଜକ
MPL ସ୍ପୋର୍ଟସ ହେଲା ଟିମ ଇଣ୍ଡିଆର ନୂଆ ଅଫିସିଆଲ କିଟ ପ୍ରାୟୋଜକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟମର ଜର୍ସି ଏବେ ଏମପିଏଲ ସ୍ପୋର୍ଟସ ଡିଜାଇନ କରିବ । ଏହାର ସୂଚନା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଟ୍ବିଟ କରି ଜଣାଇଛି । 3ବର୍ଷ ପାଇଁ ବିସିସିଆଇ ଏମପିଏଲ ସହ ଚୁକ୍ତି କରିଛି । ଏହି ଇ-ଗେମିଙ୍ଗ କମ୍ପାନୀ ଭାରତୀୟ ପୁରୁଷ ଟିମ, ମହିଳା କ୍ରିକେଟ ଟିମ ଓ u-19 କ୍ରିକେଟ ଟିମର ଜର୍ସି ପ୍ରସ୍ତୁତ କରିବ ।

  • 🚨 NEWS 🚨: BCCI announces MPL Sports as Official Kit Sponsor for Team India

    As part of a three-year deal, MPL Sports designed and manufactured jerseys will be worn by Men's, Women’s and the Under-19 INDIAN cricket teams.

    More details 👉 https://t.co/Cs37w3JqiQ pic.twitter.com/VdIWcXGV8M

    — BCCI (@BCCI) November 17, 2020 " class="align-text-top noRightClick twitterSection" data=" ">

ବିସିସିଆଇ ଏମପିଏଲ ସ୍ପୋର୍ଟସ ସହ ନଭେମ୍ବର 2020ରୁ ଡିସେମ୍ବର 2023 ଯାଏଁ ଚୁକ୍ତି କରିଛି । ଅର୍ଥାତ୍‌ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆ ଏମପିଏଲ ସ୍ପୋର୍ଟସ କିଟ୍‌ ସହ ଗ୍ରାଉଣ୍ଡକୁ ଓହ୍ଲାଇବ ।

mpl-sports-is-official-team-india-kit-sponsor-till-2023
ଟିମ ଇଣ୍ଡିଆ

ବିସିସିଆଇର ସମ୍ପାଦକ ଜୟ ଶାହା କହିଛନ୍ତି ଯେ, ଏହି ଚୁକ୍ତି ଆମ ଟିମ ଇଣ୍ଡିଆ ଦଳକୁ ଓ ଦେଶକୁ ଏକ ଅଲଗା ଲେଭଲକୁ ନେଇଯିବ ।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, 2023 ଯାଏଁ ଭାରତୀୟ ପୁରୁଷ ଓ ମହିଳା ଜାତୀୟ କ୍ରିକେଟ ଟିମର କିଟ ପ୍ରାୟୋଜକ ଭାବେ ଏମପିଏଲକୁ ନିଯୁକ୍ତ କରାଯାଇଛି । ଭାରତୀୟ କ୍ରିକେଟର ଏହା ନୂଆ ଯୁଗର ଆରମ୍ଭ ହେବ ।ଏଥିପାଇଁ ଆମେ ବେଶ୍‌ ଖୁସି ।

ଏକ ମିଡିଆ ରିପୋର୍ଟ ଅନୁସାରେ ଏମପିଏଲ ପ୍ରତି ମ୍ୟାଚରେ 65ଲକ୍ଷ ଟଙ୍କା ଦେବ । ନାଇକ୍ 2016ରୁ 2020 ପର୍ଯ୍ୟନ୍ତ 5 ବର୍ଷର ଚୁକ୍ତି ଅନୁଯାୟୀ, 370 କୋଟି ପ୍ରଦାନ କରିଛି । ନାଇକ୍‌ ସହ ଚୁକ୍ତିର ସମାପ୍ତ ଗତ ସେପ୍ଟେମ୍ବରରେ ସରି ସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.