ଭୁବନେଶ୍ବର: ବାରବାଟୀ ଦିନିକିଆ ପାଇଁ ଟିମ ଇଣ୍ଡିଆ ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଛି । ଗତକାଲି ଖେଳାଳି ମାନେ ପହଞ୍ଚିବା ପରେ ରାଜଧାନୀର ଏକ ହୋଟେଲ ଖେଳାଳିଙ୍କୁ ପାରମ୍ପରିକ ରୀତିରେ ସ୍ବାଗତ କରିଥିଲା । ତେବେ ରବିବାର ମ୍ୟାଚ ଥିବାବେଳେ ଆଜି ଖେଳାଳିଙ୍କୁ ମସ୍ତି ମୁଡରେ ଦେଖବାକୁ ମିଳିଛି । ୱେଷ୍ଟଇଣ୍ଡିଜ ଖେଳାଳି ସପିଂ କରିଥିବାବେଳେ, କ୍ୟାପଟେନ କୋହଲି ସାଥୀ କ୍ରିକେଟରଙ୍କ ସହ ମସ୍ତି କରୁଥିବାର ଦେଖାଯାଇଛି ।
କୋହଲିଙ୍କ ସହ ଫଟୋରେ ଶ୍ରେୟସ ଆୟର, ଲୋକେଶ ରାହୁଲ, ରବିନ୍ଦ୍ର ଜାଡେଜା, ମନିଷ ପାଣ୍ଡେ, ଋଷଭ ପନ୍ତ, ସ୍ପିନ ଯାଦୁଗର ଚହଲଙ୍କୁ ଦେଖିବାକୁ ମିଳିଛି । ଖେଳାଳିମାନେ ଥିବା ଘରୋଇ ହୋଟେଲରେ ଖାଦ୍ୟ ସହ ସୁଇମିଂ ପୁଲର ମଜା ଉଠାଇଥିବା ଜଣାପଡିଛି । କୋହଲି ନିଜ ସୋସିଆଲ ମିଡିଆ ପେଜରେ ଏହି ସବୁ ଫଟୋ ପୋଷ୍ଟ କରିଛନ୍ତି ।
21 ତାରିଖ ଶନିବାର ଉଭୟ ଟିମ ଅଭ୍ୟାସ ପାଇଁ ବାରବାଟୀ ଯିବାର କାର୍ଯ୍ୟସୂଚୀ ରହିଛି । 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଉଭୟ ଟିମ 1-1ରେ ବରାବର ଅଛନ୍ତି । ଫଳରେ ରବିବାର ନିର୍ଣ୍ଣାୟକ ମୁକାବିଲାକୁ ଜିତି ସିରିଜ ବିଜୟ ଲକ୍ଷ୍ୟରେ ରହିଛନ୍ତି ଉଭୟ ଟିମ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ