ETV Bharat / sports

IPL 2020: ଆବୁଧାବିରେ ଗେଲ ଝଡ, ରାଜସ୍ଥାନ ବିପକ୍ଷରେ ପଞ୍ଜାବ ସ୍କୋର 185/5

author img

By

Published : Oct 30, 2020, 9:51 PM IST

କିଙ୍ଗ୍ସ ଇଲେଭେନ ପଞ୍ଜାବ ନିର୍ଦ୍ଧାରିତ 20 ଓଭରରେ 185 ରନ ସଂଗ୍ରହ କରିପାରିଛି । ଫଳରେ ରାଜସ୍ଥାନ ସାମ୍ନାରେ 186 ରନର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

IPL 2020: Gayle storm helps KXIP post 185 for 4 against RR
ଆଇପିଏଲ 2020: ଗେଲ ଝଡ, ରାଜସ୍ଥାନ ବିପକ୍ଷରେ ପଞ୍ଜାବ 185/5

ଆବୁଧାବି: ଆଇପିଏଲର 50ତମ ମୁକାବିଲାରେ ଆଜି (ଶୁକ୍ରବାର) କିଙ୍ଗ୍ସ ଇଲେଭନ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେଉଛି ।

ଟସ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାପରେ, ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଏହାପରେ କ୍ରିସ ଗେଲଙ୍କ ମାରାଥନ 99 ଓ କ୍ୟାପଟେନ କେଏଲ ରାହୁଲଙ୍କ 46 ରନର ଇଂନିସ ବଳରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ନିର୍ଦ୍ଧାରିତ 20 ଓଭରରେ 185 ରନ ସଂଗ୍ରହ କରିପାରିଛି । ଫଳରେ ରାଜସ୍ଥାନ ସାମ୍ନାରେ 186 ରନର ବିଜୟ ଲକ୍ଷ୍ୟ ରହିଛି ।

ବିସ୍ଫୋରକ ଗେଲ 63 ବଲରୁ 6 ଚୌକା ଓ 8 ଛକା ସହାୟତାରେ 99ରନର ଇଂନିସ ଖେଳିବା ସହ ମାତ୍ର ଗୋଟିଏ ରନରେ ଅନ୍ୟଏକ ଆଇପିଏଲ ଶତକରୁ ବଞ୍ଚିତ ହୋଇଛନ୍ତି । ଓପନର ମନ୍ଦୀପ ସିଂ ଶୂନରେ ଆଉଟ ହେବାପରେ, କ୍ୟାପଟେନ ରାହୁଲ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲେ । 41 ବଲରୁ 3 ଚୌକା ଓ 2 ଛକା ସହାୟତାରେ 46 ରନର ଇଂନିସ ଖେଳିଛନ୍ତି । ନିକୋଲାସ ପୁରୋନ ମଧ୍ୟ 10 ବଲରୁ ଦ୍ରୁତ 22 ରନର ଇଂନିସ ଖେଳିଛନ୍ତି ।

ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ଓ ବେନ ଷ୍ଟୋକ୍ସ ସର୍ବାଧିକ ଦୁଇଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । 186 ରନର ବିଜୟ ଲକ୍ଷ୍ୟକୁ ପିଛା କରିବ ରାଜସ୍ଥାନ ରୟାଲ୍ସ । ପ୍ଲେ-ଅଫ ରେସରେ ରହିବାକୁ ହେଲେ ରାଜସ୍ଥାନ ଏହି ମ୍ୟାଚରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.